ସରିଲା ଐତିହାସିକ କଟକ ବାଲିଯାତ୍ରା: ୨୦୦ କୋଟିର ବ୍ୟବସାୟ

କଟକ ଅଫିସ,୧୮ା୧୧: ଦୀର୍ଘ ୧୦ ଦିନ ଧରି ପ୍ରବଳ ଜନ ସମାଗମ ମଧ୍ୟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ଏଥିସହ ବ୍ୟବସାୟ ଓ ସ୍ବତନ୍ତ୍ର ଆୟୋଜନ ବିଗତ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିଛି। ରାଜ୍ୟ ସରକାରଙ୍କ ସହଯୋଗରେ ବାଲିଯାତ୍ରା ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛି। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ମିଳିତ ଭାବେ ଆୟୋଜନ କରିଥିବା ଏହି ଐତିହାସିକ ପୃଷ୍ଠଭୂମିର ମହାନ୍‌ ପର୍ବକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳନା କରିବାରେ କମିଶନରେଟ୍‌ ପୋଲିସ ଭୂମିକା ମଧ୍ୟ ଉଲ୍ଲେଖନୀୟ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ କାଗଜ ଡଙ୍ଗା ତିଆରି କରି କଟକ ଗିନିଜ ୱାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଯେତିକି ଗୌରବର ବିଷୟ, ସେହି ସମାନ ଦିନରେ ଭାରତର ପ୍ରଧାନମନ୍ତ୍ରୀ ବାଲିଦ୍ୱୀପରେ କଟକ ବାଲିଯାତ୍ରାର କଥା ଉଲ୍ଲେଖ କରି ଓଡ଼ିଶା ଓ ବାଲିର ସମ୍ପର୍କକୁ ଉଜ୍ଜୀବିତ କରିବା ଅଧିକ ସ୍ମରଣୀୟ ହୋଇପାରିଛି। ଯାହା କଟକବାସୀଙ୍କ ଆନନ୍ଦ ଓ ଗର୍ବକୁ ଦ୍ୱିଗୁଣିତ କରିପାରିଛି। ତେବେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ନାନା ରକମର ସାମଗ୍ରୀ ଧରି ବାଲିଯାତ୍ରାକୁ ରୋଜଗାର କରିବାର ଲକ୍ଷ୍ୟ ନେଇ ଆସିଥିବା ବ୍ୟବସାୟୀମାନେ ସରିବା ବେଳେ ଭଲ କାରବାର କରିଥାନ୍ତି, ଯାହା ଗୁରୁବାର ଦେଖିବାକୁ ମିଳିଛି। ୧୦ ଦିନରେ ମୋଟ ୨୦୦ କୋଟିର ବ୍ୟବସାୟ ହୋଇଛି। କେବଳ ଓରମାସ୍‌ ଷ୍ଟଲରେ ୨୫ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାପଡିଛି। ପ୍ରଶାସନ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଉଦ୍‌ଯାପନ କରିଥିଲେ ବି ପରଦିନ ଅର୍ଥାତ୍‌ ଶୁକ୍ରବାର ରାତି ଯାଏ ରାସ୍ତାକଡ଼ରେ ଭଲ ବେପାର ଜମିବ। ପ୍ରତିବର୍ଷ ଏହା ହିଁ ହୁଏ। ଲୋକେ କମ୍‌ ପଇସାରେ ଘରକରଣା ସାମଗ୍ରୀକିଣି ନେଇଥାନ୍ତି। ଗୁରୁବାର ଶେଷ ଦିନରେ ଲୋକଙ୍କ ଗହଳି ବି ପୂର୍ବବତ୍‌ ଲାଗି ରହିଥିଲା। ଫୁଡ୍‌ଷ୍ଟଲରେ ନାନା ରକମର ଖାଦ୍ୟ ଖାଇବାକୁ ବେଶ୍‌ ଭିଡ଼ ହୋଇଥିଲା। ସେହିପରି ପଲ୍ଲିଶ୍ରୀ ମେଳା, ଗାନ୍ଧୀ ଶିଳ୍ପ ବଜାରରେ ଭଳିକି ଭଳି ହାତ ତିଆରି ସାମଗ୍ରୀ କିଣିନେବା ଲାଗି ଲୋକଙ୍କ ଗହଳି ଲାଗିଥିଲା। ମହାନଦୀ ଜଳରାଶିରେ ପାୱାରବୋଟ୍‌ ଦ୍ୱାରା ଭ୍ରମଣ ସାଙ୍ଗକୁ ଲେଜର ଲାଇଟ୍‌ ଶୋ’ର ଧମାକା ଲୋକଙ୍କୁ ଆନମନା କରିଥିଲା। ଶେଷ ଦିନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତି ପୁରା ମାହୋଲକୁ ଉଷ୍ମତାରେ ଭରି ଦେଇଥିଲା। ରାଜ୍ୟପାଳ ମହାନଦୀ ଆଳତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ବିଭିନ୍ନ ଷ୍ଟଲ ସାଙ୍ଗକୁ ହାଇକୋର୍ଟ ପାଭିଲିୟନକୁ ବୁଲି ଦେଖିଥିଲେ। ବାଲିଯାତ୍ରା ଏମିତି ପ୍ରତିବର୍ଷ ଆସିବ ନୂଆ ରଙ୍ଗରେ, ନୂଆ ରୂପରେ ଆଉ ଲୋକଙ୍କୁ ଝୁମେଇ ଯିବ ନୂଆ ଢଙ୍ଗରେ। ଛାଡ଼ିଯିବ ବର୍ଷକ ପାଇଁ ଅଭୁଲା ସ୍ମୃତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri