ସରିଲା ଐତିହାସିକ କଟକ ବାଲିଯାତ୍ରା: ୨୦୦ କୋଟିର ବ୍ୟବସାୟ

କଟକ ଅଫିସ,୧୮ା୧୧: ଦୀର୍ଘ ୧୦ ଦିନ ଧରି ପ୍ରବଳ ଜନ ସମାଗମ ମଧ୍ୟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ଏଥିସହ ବ୍ୟବସାୟ ଓ ସ୍ବତନ୍ତ୍ର ଆୟୋଜନ ବିଗତ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିଛି। ରାଜ୍ୟ ସରକାରଙ୍କ ସହଯୋଗରେ ବାଲିଯାତ୍ରା ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛି। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ମିଳିତ ଭାବେ ଆୟୋଜନ କରିଥିବା ଏହି ଐତିହାସିକ ପୃଷ୍ଠଭୂମିର ମହାନ୍‌ ପର୍ବକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳନା କରିବାରେ କମିଶନରେଟ୍‌ ପୋଲିସ ଭୂମିକା ମଧ୍ୟ ଉଲ୍ଲେଖନୀୟ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ କାଗଜ ଡଙ୍ଗା ତିଆରି କରି କଟକ ଗିନିଜ ୱାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଯେତିକି ଗୌରବର ବିଷୟ, ସେହି ସମାନ ଦିନରେ ଭାରତର ପ୍ରଧାନମନ୍ତ୍ରୀ ବାଲିଦ୍ୱୀପରେ କଟକ ବାଲିଯାତ୍ରାର କଥା ଉଲ୍ଲେଖ କରି ଓଡ଼ିଶା ଓ ବାଲିର ସମ୍ପର୍କକୁ ଉଜ୍ଜୀବିତ କରିବା ଅଧିକ ସ୍ମରଣୀୟ ହୋଇପାରିଛି। ଯାହା କଟକବାସୀଙ୍କ ଆନନ୍ଦ ଓ ଗର୍ବକୁ ଦ୍ୱିଗୁଣିତ କରିପାରିଛି। ତେବେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ନାନା ରକମର ସାମଗ୍ରୀ ଧରି ବାଲିଯାତ୍ରାକୁ ରୋଜଗାର କରିବାର ଲକ୍ଷ୍ୟ ନେଇ ଆସିଥିବା ବ୍ୟବସାୟୀମାନେ ସରିବା ବେଳେ ଭଲ କାରବାର କରିଥାନ୍ତି, ଯାହା ଗୁରୁବାର ଦେଖିବାକୁ ମିଳିଛି। ୧୦ ଦିନରେ ମୋଟ ୨୦୦ କୋଟିର ବ୍ୟବସାୟ ହୋଇଛି। କେବଳ ଓରମାସ୍‌ ଷ୍ଟଲରେ ୨୫ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାପଡିଛି। ପ୍ରଶାସନ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଉଦ୍‌ଯାପନ କରିଥିଲେ ବି ପରଦିନ ଅର୍ଥାତ୍‌ ଶୁକ୍ରବାର ରାତି ଯାଏ ରାସ୍ତାକଡ଼ରେ ଭଲ ବେପାର ଜମିବ। ପ୍ରତିବର୍ଷ ଏହା ହିଁ ହୁଏ। ଲୋକେ କମ୍‌ ପଇସାରେ ଘରକରଣା ସାମଗ୍ରୀକିଣି ନେଇଥାନ୍ତି। ଗୁରୁବାର ଶେଷ ଦିନରେ ଲୋକଙ୍କ ଗହଳି ବି ପୂର୍ବବତ୍‌ ଲାଗି ରହିଥିଲା। ଫୁଡ୍‌ଷ୍ଟଲରେ ନାନା ରକମର ଖାଦ୍ୟ ଖାଇବାକୁ ବେଶ୍‌ ଭିଡ଼ ହୋଇଥିଲା। ସେହିପରି ପଲ୍ଲିଶ୍ରୀ ମେଳା, ଗାନ୍ଧୀ ଶିଳ୍ପ ବଜାରରେ ଭଳିକି ଭଳି ହାତ ତିଆରି ସାମଗ୍ରୀ କିଣିନେବା ଲାଗି ଲୋକଙ୍କ ଗହଳି ଲାଗିଥିଲା। ମହାନଦୀ ଜଳରାଶିରେ ପାୱାରବୋଟ୍‌ ଦ୍ୱାରା ଭ୍ରମଣ ସାଙ୍ଗକୁ ଲେଜର ଲାଇଟ୍‌ ଶୋ’ର ଧମାକା ଲୋକଙ୍କୁ ଆନମନା କରିଥିଲା। ଶେଷ ଦିନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତି ପୁରା ମାହୋଲକୁ ଉଷ୍ମତାରେ ଭରି ଦେଇଥିଲା। ରାଜ୍ୟପାଳ ମହାନଦୀ ଆଳତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ବିଭିନ୍ନ ଷ୍ଟଲ ସାଙ୍ଗକୁ ହାଇକୋର୍ଟ ପାଭିଲିୟନକୁ ବୁଲି ଦେଖିଥିଲେ। ବାଲିଯାତ୍ରା ଏମିତି ପ୍ରତିବର୍ଷ ଆସିବ ନୂଆ ରଙ୍ଗରେ, ନୂଆ ରୂପରେ ଆଉ ଲୋକଙ୍କୁ ଝୁମେଇ ଯିବ ନୂଆ ଢଙ୍ଗରେ। ଛାଡ଼ିଯିବ ବର୍ଷକ ପାଇଁ ଅଭୁଲା ସ୍ମୃତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri