ମାନସିକ ଦୃଢ଼ତାର ବାର୍ତ୍ତା ଦେଲା ‘ଦି ହିଲିଂ ଟଚ୍‌’

ଭୁବନେଶ୍ୱର, ୧୮।୯ (ବ୍ୟୁରୋ): ସାଧାରଣ ମଧ୍ୟବିତ୍ତ ପରିବାର। ସବୁ ପରିବାର ପରି ଏଠାରେ ମଧ୍ୟ ସୁଖ, ଦୁଃଖ, ହସ ଲୁହ ରହିଛି। ସବୁକିଛି ଠିକ୍‌ ଠାକ ଚାଲିଥିବାବେଳେ ହଠାତ୍‌ ପରିବାରର ମୁଖ୍ୟ କରୋନାରେ ଆକ୍ରାନ୍ତ ହୁଅନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଏ। ସ୍ବାସ୍ଥ୍ୟରେ ଅବନତି ଆସିବା ପରେ ତାଙ୍କୁ ଆଇସିୟୁରେ ରଖାଯାଏ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହୁଏ। ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ଡାକ୍ତର ମଧ୍ୟ ହାତ ଟେକି ଦିଅନ୍ତି। କରୋନାରେ ଆକ୍ରାନ୍ତ ସ୍ବାମୀ ଶେଷଥର ପାଇଁ ଡାକ୍ତରଙ୍କଠାରୁ ମୋବାଇଲ୍‌ ଫୋନ୍‌ ନେଇ ସ୍ତ୍ରୀ ସରିତାଙ୍କ ସହ କଥା ହୁଅନ୍ତି। କିଛି ସମୟର ବାର୍ତ୍ତାଳାପ ପରେ ଡାକ୍ତର ଲକ୍ଷ୍ୟ କରୁଛନ୍ତି କିପରି ଏହି ବାର୍ତ୍ତାଳାପ ସ୍ବାମୀଙ୍କୁ ମାନସିକ ସ୍ତରରେ ଦୃଢ କରୁଛି। ଏହାପରେ ସ୍ତ୍ରୀଙ୍କ ସହ କଥା ହେବା ପାଇଁ ଡାକ୍ତର ତାଙ୍କୁ ବାରମ୍ବାର ଫୋନ ଦେଉଛନ୍ତି। ସ୍ବାମୀ ସ୍ତ୍ରୀଙ୍କ କଥାବାର୍ତ୍ତା କିପରି ମାନସିକ ସ୍ତରରେ ଶକ୍ତି ସାମର୍ଥ୍ୟ ଏବଂ ସକାରାତ୍ମକ ଚିନ୍ତାଧାରା ଜୁଟେଇ ଶେଷରେ ସ୍ବାମୀଙ୍କୁ ବଞ୍ଚେଇ ପାରିଛି ଏହାକୁ ନେଇ ପ୍ରସ୍ତୁତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ଦି ହିଲିଂ ଟଚ୍‌’। ନୀଳ ମହାପାତ୍ରଙ୍କ ସୋସିଆଲ ଇମେଜ୍‌ ବ୍ୟାନରରେ ନିର୍ମିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନେତ୍ରୀ ଗାର୍ଗୀ ମହାନ୍ତି ସରିତାର ଭୂମିକା ତୁଲାଇଥିବାବେଳେ ଗଜେନ୍ଦ୍ର ପାଢୀ ତାଙ୍କ ସ୍ବାମୀଙ୍କ ଚରିତ୍ର ତୁଲାଇଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଡ. ଶ୍ୱେତ କୁମାର ଦାସ ଓ ଏଡିଟିଂ କରିଛନ୍ତି ଅମ୍ବିକେଶ କୁନାଲ ହୋତା। କରୋନା ଭୂତାଣୁଠାରୁ ନକାରାତ୍ମକ ଚିନ୍ତାଧାରା, ଭୟ ଓ ମାନସିକ ସ୍ତରରେ ଦୁର୍ବଳ ହେବା ଆକ୍ରାନ୍ତଙ୍କ ପାଇଁ ଅଧିକ କ୍ଷତି କରୁଛି। ତେଣୁ ମାନସିକ ସ୍ତରରେ ଦୃଢତା ରଖିବା, ଆତ୍ମବିଶ୍ୱାସ ବୃଦ୍ଧି କରିବା ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ଇମ୍ୟୁନିଟି ବୃଦ୍ଧି କରୋନାକୁ ପ୍ରତିହତ କରିବାରେ ସହାୟକ ହୋଇଥାଏ ବୋଲି ଏହି ଚଳଚ୍ଚିତ୍ରଟି ବାର୍ତ୍ତା ଦେଉଛି। ଶୁକ୍ରବାର ସ୍ଥାନୀୟ ଓୟୁଜେ ଭବନଠାରେ ଏହି ଚଳଚ୍ଚିତ୍ରର ଉନ୍ମୋଚନ କରାଯାଇଥିବାବେଳେ ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଅଭିନେତା ଗଜେନ୍ଦ୍ର ପାଢୀ, ଏମ୍‌ପି ତଥା ଅଭିନେତା ମୁନ୍ନା ଖାଁ, ସିନେ ସମୀକ୍ଷକ ଅଶୋକ ପାଲିତ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri