ଦାଦନ ଖଟୁଛନ୍ତି ଉଚ୍ଚଶିକ୍ଷିତ ଭଉଣୀଭାଇ

ଲାଠୋର,୬ା୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମର ଦେବରାଜ ଶଗଡ଼ିଆ(୬୦)ଙ୍କ ଗ୍ରାଜୁଏଟ ଝିଅ କୁନ୍ତଳା ଚଳିତ ବର୍ଷ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଛନ୍ତି। ତାଙ୍କ ସହ +୨ ପାଠ ପଢିଥିବା ଭଉଣୀ ଶୁଶିଲା ଏବଂ ମା’ ତେଜବନ୍ତି ଶଗଡ଼ିଆ(୫୫) ବି ଯାଇଛନ୍ତି। ପୋଷ୍ଟ ଗ୍ରାଜୁଏଟ ଭାଇ ଅଙ୍କୁର ଶଗଡ଼ିଆ ନାମିଲନାଡ଼ୁରେ ଦାଦନ ଶ୍ରମିକଭାବେ କାମ କରୁଛନ୍ତି। ଘରେ କେବଳ ବୃଦ୍ଧ ବାପା ଦେବରାଜ ରହିଛନ୍ତି। ୫ଡ଼ିସମିଲ ଘର ଡ଼ିହକୁ ଛାଡ଼ିଦେଲେ ସମ୍ପତି କହିଲେ କିଛି ନାହିଁ। ପିଲାମାନଙ୍କୁ ମଣିଷ କରିବା ପାଇଁ ଶଗଡିଆ ଦମ୍ପତି ଗତ ୩୦ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଜାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା ସହ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ଉଚ୍ଚ ଶିକ୍ଷିତ ଝିଅପୁଅ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କର୍ମ ସଂସ୍ଥାନ ପାଇଲେ ନାହିଁ। ଚରିମ ଦାରଦ୍ର୍ୟ ଭିତରେ ଜୀବନ କାଟୁଥିବା ଏହି ଗରିବ ପରିବାର ପାଖରେ ବାସଗୃହଟିଏ ନାହିଁ। ସେମାନେ ରହୁଥିବା ମାଟି ଛପର ଘର ଭାଙ୍ଗି ଯାଇଛି। ୨୦୨୧-୨୨ ମସିହାରେ ଦେବରାଜ ଶଗଡ଼ିଆଙ୍କୁ ବ୍ଳକ ପକ୍ଷରୁ ଏକ ଗାଈ ଗୁହାଳ ଯୋଗାଇ ଦିଆଯାଇଥିଲା। ସେହି ଗୁହାଳରେ ଆଜିଯାଏ ପରିବାର ଲୋକେ ମୁଣ୍ଡ ଗୁଞ୍ଜିଛନ୍ତି। ଏତେ ସବୁ ସତ୍ତ୍ୱେ ସଦ୍ୟ ଘୋଷିତ ଆବାସ ଯୋଜନା ତାଲିକାରେ ଏହି ଗରିବ ପରିବାରର ନାମନାହିଁ। ଏଥିପୂର୍ବରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ୨୦୧୬-୧୭ ମସିହାରେ ସେମାନେ ଆବେଦନ କରିଥିଲେ ହେଁ କୌଣସି ସୁଫଳ ମିଳିଲା ନାହିଁ। ୨୦୧୯-୨୦ ମସିହାରେ ଆବାସ ଯୋଜନାରେ ବି ଏହି ପରିବାର ସାମିଲ ହୋଇ ପାରିଲା ନାହିଁ। ଏବେ ନିଜସ୍ବ ଉଦ୍ୟମରେ ଘର ନିର୍ମାଣ କରିବା ପାଇଁ ଦେବରାଜଙ୍କ ଦୁଇ ଝିଅ ଏବଂ ପୁଅ ଅଣ୍ଟା ଭିଡ଼ିଛନ୍ତି। ଏଠାରେ କାମ ମିଳୁ ନ ଥିବାରୁ ଦାଦନ ଖଟି ଯିବାକୁ ନିଷ୍ପତ୍ତି ଗ୍ରହଣ କରି ଚଳିତ ବର୍ଷ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଛନ୍ତି। ବୃଦ୍ଧ ବାପା ଘରେ ରହିଛନ୍ତି। ଏ ନେଇ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ପଚାରିବାରୁ ଆବାସ ଯୋଜନା ତାଲିକାରେ ନାମ ନଥିଲେ ଘର ଯୋଗାଇ ଦେବା ସମ୍ଭବ ନୁହେଁ। ତେବେ ତାଲିକାଭୁକ୍ତ ହୋଇ ନ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା କରାଯାଇଛି। ସରକାରୀ ଆଲଟମେଣ୍ଟ ଆସିଲେ ସେମାନଙ୍କୁ ପ୍ରାଥମିକତାଭିତ୍ତିରେ ଗୃହ ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri