ଗୁଜରାଟକୁ ଯାଉଛନ୍ତି ସର୍ବାଧିକ ଶ୍ରମିକ: ସ୍ବାଭାବିକ ହେଉଛି ସ୍ଥିତି, କର୍ମସ୍ଥଳୀମୁହାଁ ପ୍ରବାସୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଜୀବନଜୀବିକା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏକ୍ଷେତ୍ରରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବାରୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣିଥରେ ନିଜ କର୍ମସ୍ଥଳୀମୁହଁା ହୋଇଛନ୍ତି। ବିଶେଷକରି ଗୁଜରାଟର ସୁରଟ ଓ ଅହମ୍ମଦାବାଦକୁ ଏବେ ଓଡ଼ିଶାର ଅଧିକାଂଶ ଶ୍ରମିକ ଯାଉଥିବା ଦେଖିବାକୁ ମିଳିଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟକୁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକରେ ସର୍ବାଧିକ ଯାତ୍ରୀ ଯାତାୟତ କରୁଛନ୍ତି। ସପ୍ତାହକୁ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଥିଲେ ମଧ୍ୟ ଏହି ଟ୍ରେନଗୁଡିକରେ ମାତ୍ରାଧିକ ପ୍ରତୀକ୍ଷା ସୂଚୀ ରହୁଥିବା କୁହାଯାଇଛି।
ଦୀର୍ଘଦିନ ଧରି କରୋନାଜନିତ ସଂକଟ ଭିତରେ ହନ୍ତସନ୍ତ ହେଉଥିବାରୁ ରୋଜଗାର ପାଇଁ କର୍ମସ୍ଥଳକୁ ଫେରିଯାଉଛନ୍ତି। ପାଖରେ ଯାହାକିଛି ଅର୍ଥ ଥିଲା, ତାହା ସରିଯାଇଛି। ଏବେ ସେମାନଙ୍କ ପରିବାରରେ ଆର୍ଥିକ ସମସ୍ୟା ମଧ୍ୟ ଉପୁଜିବାରେ ଲାଗିଛି। ଜୀବନ ପ୍ରତି ବିପଦ ଆଶଙ୍କା ରହୁଥିଲେ ମଧ୍ୟ ଜୀବିକା ବଞ୍ଚାଇବା ବର୍ତ୍ତମାନ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି। କାରଣ ରାଜ୍ୟ ସରକାର ସେମାନଙ୍କୁ ଜୀବିକା ଯୋଗାଇବାରେ ପଦକ୍ଷେପ ନେଉଥିଲେ ମଧ୍ୟ କରୋନା ପରିସ୍ଥିତିରେ ସମସ୍ତ ପ୍ରବାସୀଙ୍କୁ କାମ ଯୋଗାଇବା ପାଇଁ ସମୟ ଲାଗୁଛି। ତେଣୁ ଗଞ୍ଜାମ ସହ ଅନ୍ୟ ଜିଲାର ଲକ୍ଷାଧିକ ଶ୍ରମିକ ଏବେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। କେବଳ ସୁରଟରୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିଥିଲେ। ଏମାନେ ସାଧାରଣତଃ ସେଠାକାର ବିଭିନ୍ନ ସୂତାକଳରେ କାମ କରିଥାନ୍ତି। କୁଶଳୀ ହୋଇଥିବାରୁ ମାସିକ ରୋଜଗାର ବି ଆଖିଦୃଶିଆ ଥାଏ। ହେଲେ ଓଡ଼ିଶାରେ ସେମାନଙ୍କ ପାଇଁ ସେପରି ସୁଯୋଗ ନାହିଁ। ପୁଣି କେତେକସ୍ଥଳେ ସେମାନେ କାମ କରୁଥିବା କମ୍ପାନୀର ମାଲିକମାନେ ଅଧିକ ଦରମା ଲୋଭ ଦେଖାଇବା ସହ ବସ୍‌ ଭଡ଼ା କରି ସେମାନଙ୍କୁ ନେବାର ବ୍ୟବସ୍ଥା କରୁଛନ୍ତି। ଅନ୍ୟାନ୍ୟ ଯାତାୟାତ ଖର୍ଚ୍ଚ ଦେବାସହ କାମ ଦେବାର ପ୍ରତିଶ୍ରୁତି ଦେଉଛନ୍ତି। ତେଣୁ ତେଣୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଭିଟାମାଟି ଛାଡ଼ି ବାହାର ରାଜ୍ୟମୁହାଁ ହୋଇଛନ୍ତି। କେବଳ ରେଳପଥ ନୁହେଁ, ସଡ଼କପଥରେ ବିଭିନ୍ନ ପରିବହନ ମାଧ୍ୟମରେ ଜୀବନକୁ ବିପଦରେ ପକାଇ କାମ ଖୋଜିବାକୁ ବାହାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri