ବଗଲା ଜମି ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ/ପୁରୀ ଅଫିସ,୧୫ା୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ବଗଲା ଧର୍ମଶାଳା ଜମିରେ ଜଗନ୍ନାଥଙ୍କ ସତ୍ତ୍ୱ ନେଇ ହାଇକୋର୍ଟ ଏହି ଜବାବ ମାଗିଛନ୍ତି। ଆସନ୍ତା ନଭେମ୍ବର ୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ନେଇ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।