ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୧।୪: ଏଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ହାଇକୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଆସିବା ପର୍ଯ୍ୟନ୍ତ ଭର୍ଚୁଆଲ ମୋଡ୍‌ରେ ଚାଲିବ। ତେବେ ମେଲ୍‌ ଏବଂ ଡପ୍‌ ବକ୍ସ ମାଧ୍ୟମରେ ମାମଲା ଫାଇଲିଂ କରିହେବା ବୋଲି ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।