୭ରୁ ହାଇବ୍ରିଡ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ, ୫ା୨: ଆସନ୍ତା ୭ ତାରିଖରୁ ହାଇକୋର୍ଟ ହାଇବ୍ରିଡ(ଭର୍ଚୁଆଲ ଓ ଫିଜିକାଲ) ମୋଡ୍‌ରେ ଚାଲିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜୁୁଡିସିଆଲ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି। ୭ ତାରିଖରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟରେ ମାମଲାର ଶୁଣାଣି ଜାରି ରହିବ। ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୦ରୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ କେବଳ ଭିଡିଓ କନଫରେନ୍ସରେ ହାଇକୋର୍ଟରେ ମାମଲାର ଶୁଣାଣି ହେଉଥିଲା। ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲୁଥିଲା। ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ସରକାରଙ୍କ ନୂଆ ଗାଇଡ୍‌ଲାଇନ ଅନୁଯାୟୀ ହାଇକୋର୍ଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।