ଢିଙ୍କିଆରେ ପୋଲିସର ଲାଠିମାଡ଼ ଘଟଣା: ଗୃହ ବିଭାଗକୁ ରିପୋର୍ଟ ତଲବ କଲେ ହାଇକୋର୍ଟ

କଟକ ଅଫିସ,୨୧ା୧: ଜଗତ୍‌ସିଂହପୁର ଜିଲା ଢିଙ୍କିଆରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଲାଠିମାଡ଼ ଘଟଣାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ନିକଟରୁ ଷ୍ଟାଟସ୍‌ ରିପୋର୍ଟ ତଲବ କରିଛନ୍ତି। ଏଥିସହ ଢିଙ୍କିଆ ଓ ଆଖପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ତାରିଖରେ ହେବ। ସୂଚନାଯୋଗ୍ୟ, ଢିଙ୍କିଆରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଆସୁଛନ୍ତି। ଏହି କ୍ରମରେ ଗତ ୧୪ତାରିଖରେ ଢିଙ୍କିଆରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ପାନବରଜକୁ ଯିବାବେଳେ ସେଠାରେ ଉପସ୍ଥିତ ପୋଲିସ ଓ ସୁରକ୍ଷା ସେମାନଙ୍କ ଉପରେ ଅମାନବୀୟଭାବେ ଆକ୍ରମଣ କରିଥିଲେ। ଏପରି କି ମହିଳା, ପୁରୁଷ ଏବଂ ଛୋଟପିଲାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ସହ ଢିଙ୍କିଆ ଗ୍ରାମର ୩ ପ୍ରବେଶ ପଥରେ କରାଯାଇଥିବା ଅସ୍ଥାୟୀ ଫାଟକକୁ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣା ପରଠାରୁ ଅନେକ ଲୋକ ଏବେ ନିଖୋଜ ମଧ୍ୟ ଅଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନର ଏଭଳି ଆକ୍ରମଣକୁ ବିରୋଧ