ପ୍ରଶାସନ ଭାଙ୍ଗୁଛି, ଚାଷୀ ଘେରିବନ୍ଧ ବାନ୍ଧୁଛନ୍ତି

କେନ୍ଦ୍ରାପଡା ଅଫିସ, ୭ା୪: ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡି ଘେରି ପ୍ରତି ହାଇକୋର୍ଟ କଠୋର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଚିତ୍ର ଆସନ୍ତା ୭ ତାରିଖରେ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଆସିଛି। ସୋମବାର ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠୁଥିବା ବେଆଇନ ଚିଙ୍ଗୁଡି ଘେରି ସମ୍ପର୍କରେ ହାଇକୋର୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଶୁଣାଣି ହୋଇଛି। ଏହି ଶୁଣାଣିରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଚିଙ୍ଗୁଡି ଘେରି ଭଙ୍ଗା ଯାଇଥିବା ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହାସତ୍ତ୍ୱେ ସାଟେଲାଇଟ୍‌ ଚିତ୍ର ଉତ୍ତୋଳନ କରି ପ୍ରମାଣ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଏବେ ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିବା ଘେରିଗୁଡିକୁ ଚାଷୀ ପୁଣି ବନ୍ଧ ବାନ୍ଧି ଚାଷ ଚଳାଇଛନ୍ତି। ଚିଙ୍ଗୁଡି ଘେରି ମାଲିକ କର୍ମନିଯୁକ୍ତିକୁ ଗୁରୁତ୍ୱ ଦେଉଥିବା ବେଳେ ପରିବେଶବିତ୍‌ ଓ ଚାଷୀ ଚିଙ୍ଗୁଡି ଘେରିର ବିଷମୟ ପରିବେଶ ପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ହରେକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି, ଆର୍ଦ୍ରଭୂମିର ସୁରକ୍ଷା ନିହାତି ଜରୁରୀ। ବିଶ୍ୱ ଐତିହ୍ୟ ତାଲିକାରେ ଭିତରକନିକା ସ୍ଥାନ ପାଇଛି। ଜୈବ ବିବିଧତା ଏଠାରେ ଥିଲେ ମଧ୍ୟ ଚିଙ୍ଗୁଡି ଘେରି ଏହାର ବିନାଶ କରୁଛି। ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ପ୍ରାୟ ୧୫ ହଜାର ହେକ୍ଟର ଉପରେ ଚିଙ୍ଗୁଡି ଘେରି ବେଆଇନ ଭାବେ ନିର୍ମାଣ ହୋଇଛି। ଭିତରକନିକା ବନାଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିଲେ ମଧ୍ୟ ଚିଙ୍ଗୁଡି ଚାଷୀଙ୍କ ଅବାଧ ପ୍ରବେଶ ବଢ଼ିଚାଲିଛି। ଚିଙ୍ଗୁଡି ଘେରିରୁ ଉଦ୍‌ବୃତ୍ତ ରାସାୟନିକ ଜଳ ହେନ୍ତାଳ ବଣକୁ ନଷ୍ଟ କରୁଛି। ଏଥିସହ ସମୁଦ୍ରରେ ଏହି ବିଷାକ୍ତ ଜଳ ମିଶିବା ପରେ ସାମୁଦ୍ରିକ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି। ଆର୍ଦ୍ରଭୂମିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟରେ ମାମଲା ହୋଇଛି। ହାଇକୋର୍ଟ ପକ୍ଷରୁ ଆମିକସକ୍ୟୁରୀ ନିଯୁକ୍ତ କରାଯାଇଛି। ଏହାସତ୍ତ୍ୱେ ଗତ ୪ ବର୍ଷ ଧରି ପ୍ରଶାସନ ପକ୍ଷରୁ ନାମକୁମାତ୍ର ଘେରି ଉଚ୍ଛେଦ ହେଉଛି। ପ୍ରଶାସନ ଘେରିର ଗୋଟିଏ ମୁଣ୍ଡର ବନ୍ଧ ଅଳ୍ପ କିଛି ମାତ୍ରାରେ ଭାଙ୍ଗୁଥିବା ବେଳେ ପରଦିନ ଏହି ସ୍ଥାନକୁ ଚାଷୀ ବନ୍ଧ ବାନ୍ଧୁଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚାଷୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହେଉନାହିଁ। ସେହିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଆସବାବପତ୍ରକୁ ନଷ୍ଟ କରାଯାଉନାହିଁ। ଘେରିର ଉଦ୍‌ବୃତ୍ତ ଜଳ ସ୍ଥାନୀୟ ଧାନ ଓ ଅନ୍ୟ ଅର୍ଥକରୀ ଫସଲକୁ ନଷ୍ଟ କରୁଛି। ସେହିପରି ଲୁଣା ଜଳ ଘେରି ନିକଟକୁ ଆଣିବାକୁ କେନାଲର ମଧୁର ଜଳ ପ୍ରବେଶକୁ ବନ୍ଦ କରାଯାଉଛି। ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରିର ଅପକାରିତା ନେଇ ସଚେତନତା କାର୍ଯ୍ୟକ୍ରମ ସହ ଘେରିକୁ ନଷ୍ଟ ପାଇଁ ପରିବେଶବିତ୍‌ମାନେ ମତ ଦେଇଛନ୍ତି। ଅପରପକ୍ଷରେ କେତେଜଣ ଚିଙ୍ଗୁଡି ଘେରି ମାଲିକ ଦର୍ଶାଇଛନ୍ତି, ଏହାଦ୍ୱାରା କର୍ମନିଯୁକ୍ତି ମିଳୁଛି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ବେଆଇନ ଚିଙ୍ଗୁଡି ଘେରିର ଉଚ୍ଛେଦ ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ୩୦୦୮ ଏକର ଅଞ୍ଚଳରୁ ଚିଙ୍ଗୁଡି ଘେରି ଉଚ୍ଛେଦ ହୋଇଛି। ଅମାନିଆ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri