ଏଏସ୍‌ଓ ପରୀକ୍ଷା: ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଟକ,୨।୧୨: ଏଏସ୍‌ଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ହୋଇପାରିବ ନାହିଁ ବୋଲି ଶୁକ୍ରବାର କୋର୍ଟ ଓପିଏସସିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କମ୍ପ୍ୟୁଟର ପ୍ରୋଫିିସିଏନସି ଟେଷ୍ଟ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଶୁଣାଣି ବେଳେ ଆଡ଼ଭୋକେଟ ଜେନେରାଲ ଏବଂ ଓପିଏସସି କର୍ତ୍ତୃପକ୍ଷ ଯେଉଁ ଯୁକ୍ତି ରଖିଥିଲେ ତାହା କୋର୍ଟଙ୍କ ଦ୍ୱାରା ଆଗ୍ରହ୍ୟ କରାଯାଇଛି। ଓପିଏସ୍‌ସି ନିୟମ- ୬ ମୁତାବକ ସ୍କିଲ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତ ରଖାଯାଇଥିଲା। ତେବେ ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଦିନ ଧାର୍ଯ୍ୟ ହୋଇଛି।