ଅନୁଗୋଳ କଳାକେନ୍ଦ୍ର ଜିମ୍‌ ତାଲା ପକାଇବା ମାମଲା: ଜିଲାପାଳ, ପୌର ନିର୍ବାହୀ ଅଧିକାରୀଙ୍କୁ ନୋଟିସ

କଟକ ଅଫିସ,୨୯ା୧୧: ଅନୁଗୋଳ ଜିଲା କଳାକେନ୍ଦ୍ରଠାରେ ଥିବା ଜିମ୍‌କୁ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତାଲାପକାଇବା ଘଟଣାରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଜେନେରାଲ ୟୁଥ ମାସ୍‌ ଆସୋସିଏଶନ ପକ୍ଷରୁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବିଚାରପତି ସାବିତ୍ରୀ ରଥ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିବା ସହ ଜିମ୍‌ ଖୋଲିବା ନେଇ ଯଦି ଆବେଦନକାରୀଙ୍କ ପକ୍ଷରୁ ଅନୁଗୋଳ ଜିଲାପାଳ ଏବଂ ମ୍ୟୁନିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଏ, ତେବେ ଉକ୍ତ ଆବେଦନର ତ୍ୱରିତ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ରେ ହେବ।

ଢେଙ୍କାନାଳ ପୂର୍ବତନ ଏମ୍‌ପିଙ୍କ ସାଂସଦ ପାଣ୍ଠିରୁ ଅନୁଗୋଳ ଜିଲା କଳାକେନ୍ଦ୍ରର ପ୍ରଥମ ମହଲାରେ ଏକ ଜିମ୍‌ ନିର୍ମାଣ କରାଯାଇଥିଲା। ଗୃହ ନିର୍ମାଣ ପାଇଁ ପ୍ରଥମେ ୧୫ଲକ୍ଷ, ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ଆଉ ୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଶେଷରେ ଜିମ୍‌ ଉପକରଣ ପାଇଁ ୨୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାଧାନରେ କରାଯାଇଥିଲା। ଗୃହ ନିର୍ମାଣ ଶେଷ ହେବା ପରେ ୩।୯।୨୦୧୮ରେ ସ୍ଥାନୀୟ ଜେନେରାଲ ୟୁଥ ମାସ୍‌ ଆସୋସିଏଶନକୁ ଅନୁଗୋଳ ମ୍ୟୁନିସିପାଲିଟି ଦ୍ୱାରା ହସ୍ତାନ୍ତର କରାଯାଇଥିଲା। ସେତେବେଳେ ଏନେଇ ଉଭୟ ମ୍ୟୁନିସିପାଲିଟି ଏବଂ ଜେନେରାଲ ୟୁଥ ମାସ୍‌ ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷର ହୋଇଥିଲା। ଚୁକ୍ତି ଅନୁଯାୟୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଉକ୍ତ ଜିମ୍‌ର କାର୍ଯ୍ୟକାରୀ ଏଜେନ୍ସି ଭାବେ କାମ କରିବେ ଏବଂ ଜେନେରାଲ ୟୁଥ ମାସ୍‌ ଆସୋସିଏଶନ ଏହାକୁ ବ୍ୟବହାର କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶାରୀରିକ ବ୍ୟାୟାମ ପ୍ରଶିକ୍ଷଣ ଦେବେ। ସେହି ଅନୁସାରେ ଜିମ୍‌ ପକ୍ଷରୁ ଲୋକମାନଙ୍କୁ ସେବା ଯୋଗାଇ ଦିଆଯାଉଥିଲା। ହେଲେ ଗତ ୨ତାରିଖରେ ବିନା କୌଣସି ପୂର୍ବ ନୋଟିସ୍‌ରେ ମ୍ୟୁନିସିପାଲର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଉକ୍ତ ଜିମ୍‌କୁ ତାଲା ପକାଇ ଦେବାସହ ସେଠାରେ ଲାଗିଥିବା ଫଳକକୁ ଉପାଡ଼ି ଦେଇଥିଲେ। ଏହାକୁ ଜିମ୍‌ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ସୁଦ୍ଧା ମ୍ୟୁନିସିପାଲ ପ୍ରଶାସନ କିଛି ଶୁଣି ନ ଥିଲେ। ଶେଷରେ ଜେନେରାଲ ୟୁଥ ମାସ୍‌ ଆସୋସିଏଶନର ସମ୍ପାଦକ ପ୍ରିୟବ୍ରତ ମହାପାତ୍ର ଗତ ୧୭ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ହାଇକୋର୍ଟରେ ଏକ ମାମଲା(ନଂ.୩୧୬୫୨/୨୦୨୦) ରୁଜୁ ହୋଇ ଗତ ୨୫ତାରିଖରେ ଶୁଣାଣି ହୋଇଥିଲା। ଇତିମଧ୍ୟରେ ପୌର ନିର୍ବାହୀ ଅଧିକାରୀ ପଣ୍ଡାଙ୍କ ବଦଳି ହୋଇଯାଇଛି। ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲାପାଳ ପାୈର କାଉନ୍‌ସିଲର ପ୍ରଶାସକ ଅଛନ୍ତି। ଜେନେରାଲ ୟୁଥ ମାସ୍‌ ସହ ଠିକ୍‌ଭାବେ ଚୁକ୍ତି ହୋଇ ନ ଥିଲା। ତେଣୁ ଏହା ପୌର କାଉନ୍‌ସିଲରେ ଖାରଜ ହୋଇଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ତଥା ପାୈର ଆଇନ ଅନୁସାରେ ଏବେ ଉକ୍ତ ଜିମ୍‌କୁ ଜେନେରାଲ ୟୁଥ ମାସ୍‌ଠାରୁ ଅଣାଯାଇ ପୌର ପ୍ରଶାସନ ଏହାକୁ ଚଳାଉଛି। ହାଇକୋର୍ଟରେ ଏନେଇ ମାମଲା ହୋଇଥିବା ନେଇ ସେ କିଛି ଜାଣି ନାହାନ୍ତି ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri