‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଏହାସତ୍ତ୍ୱେ କ୍ୟାଟ୍ରିନାଙ୍କୁ ନାଚ ଜଣା ନାହିଁ ବୋଲି ନାୟିକା ଜଣଙ୍କ ସ୍ବୀକାର କରିଛନ୍ତି। କ୍ୟାଟ୍ରିନାଙ୍କ ନାଚକୁ ନେଇ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ୟୁଜରମାନଙ୍କ ଭିତରେ କଥା କଟାକଟି ହେଉଥିବାର ମଧ୍ୟ ଦେଖିବାକୁ ମିଳେ। ତେବେ ସତରେ କ୍ୟାଟ୍ରିନାଙ୍କୁ ନାଚ ଆସେନାହିଁ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଲୋକେ ଯାହା କହୁଛନ୍ତି ତାହା ନିରାଟ ସତ୍ୟ। ଯେତେବେଳେ ନୂଆ କରି କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ ସେ ସମୟରେ ନାଚକୁ ନେଇ ତାଙ୍କର କୌଣସି ଜ୍ଞାନ ନ ଥିବା ସେ କହିଛନ୍ତି। କିନ୍ତୁ କୋରିଓଗ୍ରାଫର୍‌ ବୋସ୍କୋ ତାଙ୍କୁ ନୃତ୍ୟ କ୍ଷେତ୍ରରେ ଅନେକ ସାହାଯ୍ୟ କରିଥିବା ସେ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି। ବଲିଉଡ୍‌ର ବହୁ କୋରିଓଗ୍ରାଫରଙ୍କ ସହ ସେ କାମ କରିଥିଲେ ହେଁ ବୋସ୍କୋ ପ୍ରଥମେ କ୍ୟାଟ୍ରିନାଙ୍କୁ ନୃତ୍ୟର ଅଙ୍ଗଭଙ୍ଗୀ ଶିଖାଇଥିଲେ। ସେ ଜଣେ ଭଲ ଡ୍ୟାନ୍ସର ହୋଇପାରିବେ ଏବଂ ଏଥିଲାଗି ତାଙ୍କୁ ପରିଶ୍ରମ କରିବାକୁ ପଡ଼ିବ ବୋଲି ବୋସ୍କୋ ପରାମର୍ଶ ଦେଇଥିଲେ। ଧୀରେ ଧୀରେ କ୍ୟାଟ୍ରିନା ନାଚ ଅଭ୍ୟାସ କରିବା ଆରମ୍ଭ କରିଥିଲେ, ଆଉ ଏବେ ସେ ବଲିଉଡ୍‌ର ଜଣେ ଭଲ ଡ୍ୟାନ୍ସର ଭାବେ ଜଣାଯାଉଛନ୍ତି। ନଭେମ୍ବର ୪ରେ ‘ଫୋନ୍‌ ଭୂତ’ ନାମରେ କ୍ୟାଟ୍ରିନାଙ୍କ ଏକ ଫିଲ୍ମ ରିଲିଜ୍‌ ହେବାକୁ ଅଛି। ଏଥିରେ ଇଶାନ ଖତର ଓ ସିଦ୍ଧାର୍ଥ ଚର୍ତୁବେଦୀ ମଧ୍ୟ ନଜରକୁ ଆସିବେ। କିଛିଦିନ ପୂର୍ବରୁ ଫିଲ୍ମର ଟାଇଟଲ ଟ୍ରାକ୍‌ ରିଲିଜ୍‌ କରାଯାଇଛି। ଗତବର୍ଷ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନାୟିକାଙ୍କୁ ଶେଷଥର ପାଇଁ ବଡ଼ ପରଦାରେ ସ୍ପଟ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?