ସ୍ବାସ୍ଥ୍ୟଗତ ସଙ୍କଟ ଓ ଭାରତୀୟଙ୍କ ସୁସ୍ଥତା

ବିଶ୍ବ ଆଜି କରୋନା ଭୂତାଣୁଜନିତ ସଂକ୍ରାମକ ରୋଗକୁ ନେଇ ଶଙ୍କାଗ୍ରସ୍ତ। କେବଳ ଟିକିଏ ସତର୍କତା, ସଚେତନତା ତଥା ସାବଧାନତା ହିଁ ଏହି ମହାମାରୀଠାରୁ ଆମକୁ ଦୂରେଇ ରଖିବ। ସରକାରୀ ନିର୍ଦ୍ଦେଶକୁ ମାନି ଆମକୁ ଆଗକୁ ବଢ଼ିବାକୁ ହେବ। ଏପରି ଏକ ସମୟର ସମ୍ମୁଖୀନ ହେବା ଆମ କଳ୍ପନା ବାହାରେ ଥିଲା। ମଣିଷ ଭାବି ନେଇଥିଲା ସେ ଅପରାଜେୟ। ମାତ୍ର ପ୍ରକୃତି ଜଣେଇ ଦେଇଛି କିଏ ଅଧିକ ଶକ୍ତିଶାଳୀ। ଏ ସମୟ ଚାଲିଯିବ ଭଲ ସମୟ ପୁଣି ଫେରିଆସିବ ଏଥିରେ ସନ୍ଦେହ ନାହିଁ। ତେବେ ଏହି ପରିସ୍ଥିତିରୁ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ, ସୁସ୍ଥ ଶରୀର ବା ସ୍ବାସ୍ଥ୍ୟ ହେଉଛି ସବୁରି ମୂଳ। କୌଣସି ରୋଗରେ ଆକ୍ରାନ୍ତ ନ ହେବାକୁ ଆମେ ସୁସ୍ଥତା ବୋଲି ବିଚାର କରିଥାଉ। ହେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ କେବଳ ରୋଗ ନ ହେବା ସୁସ୍ଥତାକୁ ବୁଝାଇ ନ ଥାଏ; ବରଂ ଶାରୀରିକ, ମାନସିକ ଓ ସାମାଜିକ ରୂପେ ସମ୍ପୂର୍ଣ୍ଣ ଭାବେ ଦକ୍ଷ ରହିବା ହିଁ ସୁସ୍ଥତାର ପଦବାଚ୍ୟ। ସମ୍ପ୍ରତି ଭାରତୀୟଙ୍କ ମାନସିକ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ବିଗିଡ଼ି ଚାଲିଛି। ଏଥିପାଇଁ କ୍ରୋଧିତ ଓ ଉଦାସ ଦେଶର ମାନ୍ୟତା ପାଇଛି ଆମ ଦେଶ । ଖୁସି ରହିବା କ୍ଷେତ୍ରରେ ଭାରତ ସାରା ଦୁନିଆରେ ୧୧୮ତମ ସ୍ଥାନରେ ରହିଛି। ପୁଣି ଶାରୀରିକ ସୁସ୍ଥତା କ୍ଷେତ୍ରରେ ଭାରତୀୟଙ୍କ ସ୍ଥିତି ବେଶ୍‌ ଉଦ୍‌ବେଗଜନକ।
ବୟସ ଦୃଷ୍ଟିରୁ ଭାରତ ହେଉଛି ଏକ ଯୁବକ ବହୁଳ ଦେଶ। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଭାରତର ମୋଟ ଜନସଂଖ୍ୟାର ୪୭କୋଟିରୁ ଊଦ୍ଧର୍‌ବ ଲୋକ ଶ୍ରମିକ ଶ୍ରେଣୀରେ ଅନ୍ତର୍ଭୁକ୍ତ। କିନ୍ତୁ ଭାରତ ଧୀରେ ଧୀରେ କ୍ଳାନ୍ତ ଓ ରୋଗୀଣା ଲୋକଙ୍କ ଦେଶ ହେବାକୁ ଯାଉଛି। ଡିସେମ୍ବର ୨୦୧୫ର ଲେନସିଟ୍‌ ତଥ୍ୟ ଅନୁଯାୟୀ ସୁସ୍ଥତା ତାଲିକାରେ ୫ଟି ବ୍ରିକ୍ସ ଦେଶ ମଧ୍ୟରୁ ଭାରତ; ବ୍ରାଜିଲ୍‌, ରୁଷିଆ, ଚାଇନା ଓ ଦକ୍ଷିଣ ଆଫ୍ରିକା ଠାରୁ ନିମ୍ନରେ ରହିଛି। ୨୦୧୩ରେ ହୋଇଥିବା ଏକ ସର୍ବେକ୍ଷଣର ତଥ୍ୟ ଅନୁସାରେ ସାରା ଦୁନିଆର ମୋଟ ରୋଗଗ୍ରସ୍ତଙ୍କ ମଧ୍ୟରୁ ୨୦% ହେଉଛନ୍ତି ଭାରତୀୟ। ବର୍ତ୍ତମାନ ଭାରତରେ ପ୍ରାୟ ୭କୋଟିରୁ ଊଦ୍ଧର୍‌ବ ଲୋକ ମଧୁମେହ (ଡାଏବେଟିସ୍‌) ରୋଗରେ ପୀଡ଼ିତ। ଓ୍ବାଲର୍‌ଡ କଂଗ୍ରେସ ଅଫ୍‌ କାର୍ଡିଓଲୋଜିର ତଥ୍ୟ ଅନୁସାରେ ୨୦୨୦ ପରେ ପରେ ୪୦ପ୍ରତିଶତ ଭାରତୀୟଙ୍କ ମୃତ୍ୟୁ ହୃଦ୍‌ ସମ୍ପର୍କିତ ରୋଗ ଦ୍ୱାରା ହେବ। ସମ୍ପ୍ରତି ଭାରତରେ ପ୍ରତି ୧୦ଜଣରେ ଜଣେ ବୃକକ୍‌(କିଡ୍‌ନୀ) ରୋଗରେ ଆକ୍ରାନ୍ତ। ମୋଟାପଣ, ମେଦବହୁଳତା ଓ ଓଜନଯୁକ୍ତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ସମଗ୍ର ବିଶ୍ବରେ ଭାରତ ୩ୟ ସ୍ଥାନରେ ରହିଛି। ପୁଣି କମ୍‌ ଓଜନଯୁକ୍ତ ଲୋକଙ୍କ ସଂଖ୍ୟା ମଧ୍ୟ ଭାରତରେ ଅଧିକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ୫ଜଣରେ ଜଣେ ଭାରତୀୟ ସ୍ଫୁର୍ତ୍ତିହୀନତାର ଶିକାର ହୋଇଥାନ୍ତି। ତା’ମାନେ ୨୦% ଭାରତୀୟ ଆଜି ନିରାଶରେ ବଞ୍ଚୁଛନ୍ତି। ଅନ୍ୟ ଏକ ତଥ୍ୟ ଅନୁସାରେ, ପ୍ରତି ବର୍ଷ କର୍କଟ (କ୍ୟାନ୍‌ସର) ରୋଗରେ ପ୍ରାୟ ୬ଲକ୍ଷ ଭାରତୀୟ ଜୀବନ ହାରୁଥିବା ବେଳେ ମଧୁମେହରେ ପ୍ରାୟ ୧୧ଲକ୍ଷ ଲୋକଙ୍କ ପ୍ରାଣ ଯାଉଛି। ରୋଗୀଣା ଲୋକଙ୍କ ଦ୍ୱାରା ଏକ ସୁସ୍ଥ ଓ ସଫଳ ରାଷ୍ଟ୍ର ନିର୍ମାଣ ହେବା ଅସମ୍ଭବ। ତେଣୁ ଆମକୁ ଏସବୁ ରୋଗର କାରଣ ଖୋଜି ତା’ର ଉପଯୁକ୍ତ ବ୍ୟବସ୍ଥା କରିବାକୁ ହେବ।
-ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ,
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri