ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦ୍ରପୁର,୮।୬(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ବୁଡ଼ିବାଲି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ଏ ପର୍ଯ୍ୟନ୍ତ ଆଲୁଅ ଏବଂ ପାଣିର ସୁବିଧା ହୋଇପାରିନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ଡାକ୍ତର, ଫାର୍ମାସିଷ୍ଟ, ଲ୍ୟାବ୍‌ ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ଅଭାବ ମଧ୍ୟ ରହିଛି। ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବା କହିଛନ୍ତି ବୁଡ଼ିବାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶମ୍ଭୁ ଗଗେରଙ୍ଗା। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ନେଇ ଗଣମାଧ୍ୟମରେ ଅନେକ ଥର ଖବର ପ୍ରକାଶ ପାଇଛି। ସେହିପରି ଅଞ୍ଚଳବାସୀ ମଧ୍ୟ ବାରମ୍ବାର ଅଭିଯୋଗ ଜଣାଇଛନ୍ତି। ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭୀମ ଗଗେରଙ୍ଗ ଅଭିଯୋଗ କରିଛନ୍ତି। ଏମିତିକି ଏଥିପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘ ଦିନ ଧରି ୨ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା ଚାଲିଥିଲା। ବିନା ଡାକ୍ତର ଏବଂ ଫାର୍ମାସିଷ୍ଟରେ ଏଠାରେ ଚିକିତ୍ସା ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ କରୋନା ପରିସ୍ଥିତି ଯୋଗୁ କେବଳ ଜଣେ ଫାର୍ମାସିଷ୍ଟଙ୍କୁ ୨ ମାସ ତଳେ ଡେପୁଟେସନରେ ନିଯୁକ୍ତି ଦିଆଯାଇଛି। ହେଲେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ରୋଗୀ ଆସିଲେ ସ୍ବାସ୍ଥ୍ୟସେବା କିପରି ଯୋଗାଉଛନ୍ତି ବୋଲି ପଚାରିବାରୁ ଫାର୍ମାସିଷ୍ଟ ସନ୍ତୋଷ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତରଖାନାରେ ଯାହା ଔଷଧ ଅଛି ଦିଆଯାଉଛି। ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ କାମ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ କାମ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଏହି ଗ୍ରାମ ଉପରେ ୩୦ରୁ ଊର୍ଦ୍ଧ୍ୱ ଗ୍ରାମର ଅଧିବାସୀ ନିର୍ଭର କରୁଥିବାବେଳେ ଜରୁରୀ ପରିସ୍ଥିତିରେ ଗ୍ରାମବାସୀ ୧୨ କି.ମି. ଦୂର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri