Posted inଜାତୀୟ

୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ଆଧୁନିକ ବଙ୍ଗଳା: ମାସକୁ ଭଡ଼ା ୫ ହଜାରରୁ କମ୍‌…

ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍‌ ଜୋନ୍‌ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି। ଏସବୁ ମୁଖ୍ୟମନ୍ତ୍ରୀମାନେ ଭାଜପା ଅବା ଏନ୍‌ଡିଏ ଅଂଶ ବିଶେଷ ବୋଲି ଆର୍‌ଟିଆଇ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରିପୋର୍ଟ ମିଳିଛି। ଏହି ଜୋନ୍‌ରେ ସାଧାରଣତଃ ମନ୍ତ୍ରୀ, ଏମ୍‌ପି, ବିଚାରପତି, ପ୍ରଶାସନିକ ଅଧିକାରୀ ତଥା ପ୍ରତିରକ୍ଷା ଅଧିକାରୀଙ୍କୁ ବଡ଼ କ୍ୱାଟର(ବଙ୍ଗଳା) କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଏଠାରେ ବଙ୍ଗଳା ପାଇବା ସହଜ ନୁହେଁ। ତେବେ ମଧ୍ୟ ୯ ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ମାସିକ ୫ ହଜାର ଟଙ୍କାରୁ କମ୍‌ ଭଡ଼ାରେ ବଙ୍ଗଳା ପ୍ରଦାନ କରାଯାଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବଙ୍ଗଳା ଭଡ଼ା ମାସକୁ ୪,୬୧୦ ଟଙ୍କା ରହିଛି। ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗମୋହନ ରେଡ୍ଡୀଙ୍କ ଘର ଭଡ଼ା ୪,୬୧୦ ଟଙ୍କା ରହିଛି। ଅପରପକ୍ଷରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ବଙ୍ଗଳା ଭଡ଼ା ୨,୨୦୦ ଟଙ୍କା, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ଭଡ଼ା ୨,୫୮୦ ଟଙ୍କା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଙ୍ଗଳା ଭଡ଼ା ୨,୫୮୦, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ କ୍ୱାଟର ଭଡ଼ା ୨,୨୦୦ ଟଙ୍କା ରହିଛି। ନାଗାଲାଣ୍ଡ୍‌ ମୁଖ୍ୟମନ୍ତ୍ରୀ ନେଲ୍ପହୁଲୁ ରିଓଙ୍କ ବଙ୍ଗଳା ଭଡ଼ା ୨,୫୮୦ ଟଙ୍କା ରହିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜେରାମ୍‌ ଥାଙ୍ଗା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ସି.କେ. ସାଙ୍ଗମାଙ୍କ ମାସିକ ବଙ୍ଗଳା ଭଡ଼ା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନ ଥିବା ଆର୍‌ଟିଆଇ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଏନ୍‌ଡିଏ ମେଣ୍ଟର ଅଂଶୀଦାର। ଅପରପକ୍ଷରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗମୋହନ ରେଡ୍ଡୀ କେତେକ କ୍ଷେତ୍ରରେ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି। କେତେକ ମୁଖ୍ୟମନ୍ତ୍ରୀଙ୍କୁ ୩,୭୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ବଙ୍ଗଳା ଯୋଗାଇ ଦିଆଯାଇଥିବାବେଳେ ଅନ୍ୟ କିଛିଙ୍କୁ ୫,୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ସରକାରୀ ବାସଭବନ ମିଳିଛି। ସ୍ଥାନୀୟ ଦାମ୍‌ ଅନୁସାରେ ଏସବୁ ବଙ୍ଗଳାର ମାସିକ ଭଡ଼ା ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦେଶର ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବାସଭବନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଡନି ସମ୍ବାଦରେ ମୁଖ୍ୟ ଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ସମୟ ଅନୁସାରେ ସକାଳ ୯ଟାରେ ସିଡନି ସମ୍ବାଦରେ ମୁଖ୍ୟ ଭାଷଣ ଦେବେ । ପ୍ରଧାନମନ୍ତ୍ରୀ ଦେଶର...

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’:ଉପତ୍ୟକାରେ ସ୍ବାସ୍ଥ୍ୟସେବା ସଙ୍କଟ,ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି

ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଔଷଧ ନାହିଁ। କର୍ଫ୍ୟୁ ବଳବତ୍ତର ରହିଥିବାରୁ ଚିକିତ୍ସା ଲାଗି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ଆମ୍ବୁଲାନ୍ସ ନାହିଁ। ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ...

ଅଦରକାରୀ କାଗଜ ବିକିି ୪୦ କୋଟି ରାଜସ୍ବ ପାଇଛନ୍ତି ସରକାର…

ନୂଆଦିଲ୍ଲୀ,୨।୧୧: କେନ୍ଦ୍ର ସରକାର ଅଦରକାରୀ କାଗଜ ବିକି ୪୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏନେଇ କେନ୍ଦ୍ରୀୟମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏହାଦ୍ୱାରା...

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ...

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ…

ରାୟପୁର,୨୭।୪ : ଛତିଶଗଡର ଦନ୍ତେୱାଡାର ଆରାନପୁରରେ ଶହୀଦ ହୋଇଥିବା ୧୦ ଜଣ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କାନ୍ଧ ଦେଇଛନ୍ତି। ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

କରୋନାରେ ନବନିର୍ବାଚିତ ଏମ୍‌ପିଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୯: ରାଜ୍ୟ ସଭାର ନବନିର୍ବଚିତ ସଦସ୍ୟ ଅଶୋକ ଗସ୍ତିଙ୍କ କରୋନାରେ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୫୫ ବର୍ଷ ଥିଲା। ସେପ୍ଟେମ୍ବର ୨ରେ କରୋନା...

ସରକାରୀ ଡାକ୍ତରଖାନାରେ ଲାଗିଲା ନିଆଁ

ଶ୍ରୀନଗର,୫।୩: ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଡାକ୍ତରଖାନାରେ ଫସି ରହିଥିବା ଶତାଧିକ...

ବିମାନରେ ଆସୁଛନ୍ତି ଚିତା

ଓ୍ବିଣ୍ଡହୋକ୍‌,(ନାମିବ୍ୟା) ୧୬ା୯ ଖୁବ୍‌ଶୀଘ୍ର ଭାରତରେ ଦୌଡ଼ିବେ ଚିତା। ୧୯୫୨ରେ ଦେଶରୁ ବିଲୁପ୍ତ ଘୋଷଣା କରାଯାଇଥିବା ଚିତା ନାମିବ୍ୟାରୁ ଭାରତ ଆଣିବାକୁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶର କୁନୋ...

Advertisement
Archives

Model This Week