ବରଗଡ଼ ଚାଷୀ ମୁଣ୍ଡରେ ଚଡ଼କ: ଝଡ଼ବର୍ଷା ସହ ହେଉଛି କୁଆପଥର ମାଡ଼, ଉଜୁଡ଼ିଲା ରବି ଧାନ ଫସଲ, ବିଦ୍ୟୁତ ନ ଥିବାରୁ…

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ କାଳବୈଶାଖୀର କରାଳ ରୂପ ଲାଗି ରହିଛି। ଶନିବାର ସନ୍ଧ୍ୟାରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝଡବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହେଉଛି। ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଥିବା ସମୟରେ କରାମାଡ ଯୋଗୁ ସେହି ଧାନ ଫସଲ ଉଜୁଡି ଯାଇଛି। ଏଥିପାଇଁ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡିଛି। ସେହିପରି ଝଡବର୍ଷା ଯୋଗୁ ସା ପ୍ରାୟ ୫ଟା ୩୦ମିନିଟରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ ପଡିଛି। ଖବର ଲେଖା ହେବା ସୁଦ୍ଧା (ରାତି ୯ଟା ପର୍ଯ୍ୟନ୍ତ) ବିଦ୍ୟୁତ ସେବା ସ୍ବାଭାବିକ ହୋଇ ପାରି ନାହିଁ। ଫଳରେ ସହର ସମେତ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି।

ଚଳିତ ସପ୍ତାହରେ ବାରମ୍ବାର ଏଭଳି ଝଡବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ୨ଦିନ ପୂର୍ବରୁ ଭଟଲି ବ୍ଲକ ଅନ୍ତର୍ଗତ ହଳଦୀପାଲି ଗ୍ରାମରେ କାଳବୈଶାଖୀ ପ୍ରଭାବରୁ ହୋଇଥିବା କରାମାଡରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ତେବେ ତାର କ୍ଷୟକ୍ଷତି ଆକଳନ ଠିକ ଭାବରେ ନ ସରୁଣୁ ଶନିବାର ପୁଣି ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତର ଜୟପୁର, ଝିକିଝିକି, କହେନମୁଣ୍ଡା, ଗୌରପାଲି, ନାରଙ୍ଗପୁର, ବିଛୁଆଁ, କାଶିପାଲି, ସାନ ଅମ୍ଳିପାଲି ଗ୍ରାମରେ ପ୍ରବଳା କରାମାଡ଼ ଯୋଗୁଁ ଧାନଫସଲ ସହିତ ପରିବା ଫସଲ ଉଜୁଡି ଯାଇଛି। ଉପରୋକ୍ତ ପଞ୍ଚାୟତରେ ଗଭୀର ନଳକୂପ ଯୋଗେ ହଜାର ହଜାର ଏକର ଧାନ ତଥା ପରିବା ଚାଷ ହୋଇଥଲା। ଏହି ଅଦିନିଆ ବର୍ଷା ସହିତ କରାମାଡ଼ରେ ସେସବୁ ଧୂଳିସାତ୍ ହେବା ଆଶଙ୍କା ରହିଛି । ଧାନ କେଣ୍ଡାରେ କୁଆପଥର ମାଡ ହେବାରୁ ତାହା ଝଡ଼ି ପଡ଼ିଛି। ସେହିପରି ଧାନକେଣ୍ଡାରେ ଯାହା ବି ରହିଛି, ତାହା ଅଗାଡି ହେବାର ଯଥେଷ୍ଟ ଆଶଙ୍କା ସୃଷ୍ଟି କରିଛି । ଏହା ଚାଷୀଙ୍କ ପାଇଁ ଚଡକ ଭଳି ହୋଇଛି । ଏଭଳି ପ୍ରାକୃତିକ ଦୂର୍ବିପାକ ଯୋଗୁ ଧାନଫସଲ ସହିତ ପନିପରିବାଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ତାହାର ଶୀଘ୍ର ଆକଳନ କରାଯାଇ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବା ପାଇଁ ନାରଙ୍ଗପୁର ସରପଞ୍ଚ ପିଙ୍କି ପାଣ୍ଡେ ସମେତ ଚାଷୀମାନେ ଦାବି କରିଛନ୍ତି । ତେବେ କେବଳ ନାରଙ୍ଗପୁର ପଞ୍ଚାୟତ ନୁହେଁ, ଜିଲାର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ଯୋଗୁଁ ଧାନ, ପରିବା ଫସଲ ପ୍ରଭାବିତ ହୋଇଛି। ପ୍ରଶାସନ ଏହାର ସଠିକ ଆକଳନ ସହିତ କ୍ଷତିପୂରଣ ଏବଂ ବୀମା ସହାୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri