ପର ପାଇଁ ଜିଇବାର ସୁଖ

ଆମେ ସଭିଏଁ ନିଜ ପାଇଁ ଜିଇବାରେ ଏତେ ବ୍ୟସ୍ତ ଓ ଅଭ୍ୟସ୍ତ ଯେ ଆମ ଜୀବନ ପରିସର ବାହାରେ ଅନ୍ୟ କାହା ଜୀବନର ଦୁଃଖଯନ୍ତ୍ରଣା ବୁଝିବାକୁ ନା ଥାଏ ସମୟ ନା ସ୍ପୁହା। ନିଜ ପାଇଁ ବୋଇଲେ ସ୍ବୟଂ ନିଜେ ଓ ଏହାର ପରିବନ୍ଧିତ ପରିସର, ନିଜ ସ୍ତ୍ରୀ ଓ ପିଲା ପରିବାର। ବିଶାଳ ଦୁନିଆର ଏହି କ୍ଷୁଦ୍ର ପରିସରକୁ ଆମ ଭିତରୁ ବେଶ୍‌ ଭାଗ ଲୋକ ନିଜ ନିଜର ସଂସ୍କାର ବୋଲି ଚିହ୍ନନ୍ତି। ତଥାପି ସବୁ କଥାରେ କିଛି ନା କିଛି ବ୍ୟତିକ୍ରମ ଥିଲା ଭଳି ଏହି ସ୍ବାର୍ଥସର୍ବସ୍ବ ଦୁନିଆରେ ଏମିତି କିଛି ବିରଳ ବ୍ୟତିକ୍ରମ ମିଳନ୍ତି, ଯେଉଁମାନେ ଏକ ନିଆରା ଜୀବନ ଜିଇବାରେ ରୁଚି ରଖନ୍ତି। ସମଗ୍ର ବସୁଧାକୁ ନିଜ କୁଟୁମ୍ବ ମନେକରୁଥିବା ଏହି ପରାର୍ଥପ୍ରାଣମାନେ ଦୁଃଖୀର ଦୁଃଖମୋଚନ କରି ନ ପାରିଲେ ବା ଅସହାୟକୁ ସହାୟ ହୋଇ ନ ପାରିଲେ ନିଜକୁ ପରିପୂର୍ଣ୍ଣ ମନେକରିପାରନ୍ତି ନାହିଁ। କି ସୁଖ ମିଳେ କେଜାଣି ପର ପାଇଁ ବଞ୍ଚତ୍ବାରେ, ଏମାନେ ଅନ୍ୟର ସେବା ପାଇଁ ନିଜର ଧନବଳ, ବାହୁବଳ ବିନିଯୋଗକରି ଅପାର ଆନନ୍ଦ ଲାଭକରନ୍ତି। ସେମିତି କିଛି ଚିହ୍ନା ଚରିତ୍ର ସମ୍ପର୍କରେ ଆଜିର ଉପସ୍ଥାପନା।
କେଇବର୍ଷ ପୂର୍ବରୁ ଅବସର ନେଇ ସାରିଥିବା ନିର୍ମଳବାବୁ ଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର। ସ୍ତ୍ରୀଙ୍କ ସହ ୨ କନ୍ୟାଙ୍କୁ ନେଇ ତାଙ୍କ ପରିବାର। ଝିଅ ଦୁହେଁ ବିବାହ କରିବା ସହିତ ନିଜ ନିଜ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠିତ। ନିର୍ମଳବାବୁ ନିଜ ପେନ୍‌ସନ ଟଙ୍କାରେ ବେଶ୍‌ ଆରାମରେ ଚଳନ୍ତି ସିନା ମାତ୍ର କାହାର କିଛି କାମରେ ଆସିବାର ସୁଯୋଗ ମିଳିଲେ ଭୁଲି ଯାଆନ୍ତି ଯେ ତାଙ୍କର ପରିବାର ବୋଲି କିଛି ଅଛି। ଐଶ୍ୱର୍ଯ୍ୟର ଔଜଲ୍ୟ ପ୍ରତି ମୁହୂର୍ତ୍ତରେ ତାଙ୍କ ଜୀବନକୁ ଉଦ୍ଭାସିତ କରୁଥିଲେ ମଧ୍ୟ ଆଖି ଆଗରେ ଦାରିଦ୍ର୍ୟରେ ବୁଡ଼ିରହିଥିବା ହତଭାଗ୍ୟଙ୍କୁ ଦେଖି ସେ ନିଜକୁ ଦୀପ୍ତିହୀନ ମନେକରନ୍ତି। ସେ ନିଜର ସମ୍ବଳ ସହ ଆଗେଇଆସନ୍ତି ଓ ଲଢ଼ିବାକୁ ତିଆର ହୋଇଯାନ୍ତି ଅଜଣା ଅଚିହ୍ନା ଲୋକମାନଙ୍କ ଦୁର୍ଭାଗ୍ୟ ସହ। ନିଜ ଅର୍ଥର କିଛି ପରିମାଣ ସେ ଅଜାଡ଼ି ଦିଅନ୍ତି କେଉଁଠି ମରିବାକୁ ଯାଉଥିବା ଲୋକଟି ପାଇଁ ନିଃଶ୍ୱାସ କିଣିବାରେ ତ ଆଉ କେଉଁଠି ନିଜ ଭବିଷ୍ୟତ ଗଢ଼ିବାକୁ ଯାଉଥିବା କେଉଁ ମେଧାବୀ ଅଥଚ ଦରିଦ୍ର ଛାତ୍ରଟି ପାଇଁ ବିଶ୍ୱାସ କିଣିବାରେ।
କେବଳ ଅବସର ପରେ ନୁହେଁ, ସେ ଚାକିରିରେ ଥିଲାବେଳେ ବି ବେତନର ଏକ ସିଂହଭାଗ ବ୍ୟୟ କରୁଥିଲେ ଅଭାବୀ ଲୋକଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ। ସ୍ତ୍ରୀଙ୍କଠୁ ଯାହା ତ ଶୁଣିବାକୁ ମିଳୁଥିଲା, ମାଆ କହୁଥିଲେ- ”କାହିଁକି ଅନ୍ୟମାନଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛୁ। ତୋର ପରା ଦୁଇଟି ଝିଅ। ତାଙ୍କ ପାଇଁ କିଛି ସଞ୍ଚୟ କରୁନୁ କାହିଁକି?“ ମାଆଙ୍କ ଆକଟରେ ମ୍ୟାନେଜରବାବୁ ହସୁଥିଲେ ଓ କହୁଥିଲେ- ”ତୁ ଲଗାଇଥିବା ଗଛର ଫଳ ଖାଇବାର ଅଧିକାର ତୋର ଅଛି ମା’! ମାତ୍ର ତୋ ପେଟ ପୂରିଗଲା ପରେ ବଳକା ଫଳଗୁଡ଼ିକ ଖାଇବାକୁ ପାଉ ନ ଥିବା ଲୋକଙ୍କୁ ବାଣ୍ଟିଦେଲେ ତୁ ଆପତ୍ତି କରୁଛୁ କାହିଁକି? ତୋର ତ ବରଂ ଖୁସି ହେବା କଥା ଯେ ତୋ ଗଛର ଫଳ ଅନ୍ୟମାନେ ଖାଇ ଭୋକ ମେଣ୍ଟାଉଛନ୍ତି।“ ପ୍ରକୃତରେ ଏମିତି ଏକ ଫଳନ୍ତି ବୃକ୍ଷର ଜନନୀ ହେବାରେ ଯେ କେତେ ଗୌରବ, ଏ କଥା ସେ ସରଳା ମାଆ ବୁଝିଥାନ୍ତେ ସିନା!
ପର ପାଇଁ ଜିଇବାର ସୁଖ ସାଉଁଟିଥିବା ଆମ ନିବନ୍ଧର ଦ୍ୱିତୀୟ ଚରିତ୍ର ହେଲେ ସମ୍ବଲପୁରର ପଞ୍ଚସ୍ତରୀ ବର୍ଷ ବୟସ୍କା ଡାକ୍ତର ନାରାୟଣୀ ପଣ୍ଡା। ପରିଣତ ବୟସରେ ବି ରୋଗୀସେବା କରୁଛନ୍ତି ଡାକ୍ତର ପଣ୍ଡା। ସମ୍ବଲପୁର ମହିଳା କଲେଜ ପାଖରେ ଥିବା ତାଙ୍କ ନିବାସସ୍ଥଳୀର ସୁରମ୍ୟ ପ୍ରାସାଦକୁ ସେ କଲେଜ ହଷ୍ଟେଲ କରିବା ପାଇଁ ସମ୍ପୂର୍ଣ୍ଣ ଦାନ କରିଦେଇଛନ୍ତି। କହିଛନ୍ତି, ”ମୁଁ ଏ ସଂସାର ଛାଡ଼ିବା ବେଳେ ତ ନିଜ ଅର୍ଥରେ ଗଢ଼ିଥିବା ଏଇ ଅଟ୍ଟାଳିକାକୁ ସାଙ୍ଗରେ ନେଇଯିବିନି! ବରଂ ମୁଁ ଏକା ରହୁଥିବା ଘରେ ବହୁ ଛାତ୍ରୀ ରହୁଥିବାର ଦେଖି ଆରପୁରରେ ଥାଇ ଖୁସି ହେଉଥିବି।“
ପରାର୍ଥପ୍ରାଣତାର ଅନ୍ୟ ଏକ ମୁଗ୍ଧ ଅନୁଭବ। ଏଇ ଅନୁଭବ ସହ ଜଡ଼ିତ ୨ଜଣ ପରାର୍ଥପ୍ରାଣ ମହାତ୍ମା ବରିଷ୍ଠ ନାଗରିକ। ନିଜେ ସଂସାର ଛାଡ଼ିବା ବେଳ ପାଖେଇ ଆସିଲାଣି, ଅଥଚ ସଂସାରକୁ ପୂରା ଦେଖି ନ ଥିବା ଜଣେ ୨୪ ବର୍ଷର ଯୁବକକୁ ଯେମିତି ଅକାଳରେ ସଂସାରରୁ ବାହୁଡ଼ିଯିବାକୁ ନ ପଡ଼େ, ସେଥିପାଇଁ ଦୁହିଁଙ୍କର କି ପ୍ରାଣମୟ ପ୍ରଚେଷ୍ଟା। ଦୁହିଁଙ୍କ ମଧ୍ୟରୁ ପ୍ରଥମ ଜଣକ ୫ବର୍ଷ ତଳୁ ଅଧ୍ୟାପନା ବୃତ୍ତିରୁ ଅବସର ନେଇଥିବା ବସନ୍ତବାବୁ। ଆଜକୁ ୭ବର୍ଷ ହେଲା କର୍କଟ ରୋଗାକ୍ରାନ୍ତ ନିଜ ସ୍ତ୍ରୀଙ୍କୁ ନେଇ ସେ ଜଞ୍ଜଳାଗ୍ରସ୍ତ। ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅଜସ୍ର ଅର୍ଥ ବ୍ୟୟ ସାଙ୍ଗକୁ ବମ୍ବେ, ଦିଲ୍ଲୀ ଆଦି ବିଭିନ୍ନ ହସ୍ପିଟାଲ ବୁଲି ବୁଲି ସେ ନୟାନ୍ତ। ଅଥଚ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ସ୍ତ୍ରୀଙ୍କ ଚିକିତ୍ସାଠାରୁ ଯାହା ତାଙ୍କୁ ଏବେ ଅଧିକ ବ୍ୟସ୍ତ ଓ ଭାରାକ୍ରାନ୍ତ କରି ରଖିଛି, ତାହା ହେଉଛି ଦୁଇଟି ଯାକ କିଡ୍‌ନୀ ହରାଇ ଆସ୍ତେ ଆସ୍ତେ ନିଶ୍ଚିତ ମୃତ୍ୟୁ ଆଡ଼କୁ ଆଗେଇଯାଉଥିବା ଯୁବ ଅଧ୍ୟାପକ ରାଧାଶ୍ୟାମଙ୍କ ଅନିଶ୍ଚିତ ଚିକିତ୍ସା।
ମାତ୍ର ବର୍ଷକ ତଳେ ଚାକିରି ଆରମ୍ଭ କରିଥିବା ତଥା ଏକ ଅସ୍ବଚ୍ଛଳ ପରିବାରରୁ ଆସିଥିବା ଯୁବ ଅଧ୍ୟାପକ ରାଧାଶ୍ୟାମଙ୍କ ପାଖରେ କିଡ୍‌ନୀ ପ୍ରତିରୋପଣ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ନାହିଁ। ପିଲାଟି ଦିନରୁ ନିଜ ପିତାଙ୍କୁ ହରାଇଥିବା ରାଧାଶ୍ୟାମଙ୍କ ପାଖରେ ଉଭୟ ଅର୍ଥବଳ ଓ ଲୋକବଳର ଅଭାବ ଲକ୍ଷ୍ୟକରି ବସନ୍ତ ଆଗେଇ ଆସିଛନ୍ତି ତାଙ୍କର ଚିକିତ୍ସା ଦାୟିତ୍ୱ ନିଜ କାନ୍ଧକୁ ନେଇ। ଭଲକରି ଦୁନିଆ ଦେଖି ନ ଥିବା ରାଧାଶ୍ୟାମଙ୍କୁ ଦୁନିଆ ଛାଡ଼ିବାକୁ ସମୟର ତୀବ୍ର ଚେତାବନୀ! ମାତ୍ର ଏତେ ଶୀଘ୍ର ସେଇ ହତଭାଗ୍ୟ ଅଧ୍ୟାପକଙ୍କୁ ବିନା ଚିକିତ୍ସାରେ ମୃତ୍ୟୁ ହାତରେ ଟେକିଦେବା ପାଇଁ ପ୍ରସ୍ତୁତ ନୁହନ୍ତି ବସନ୍ତ। ସେ ନିଜ ପରିଚିତ ବଦାନ୍ୟ ବ୍ୟକ୍ତିମାନଙ୍କୁ ଏକ ଆବେଗ ବିଜଡ଼ିତ ବାର୍ତ୍ତା ପଠାଇ ସେମାନଙ୍କଠୁଁ ଆର୍ଥିକ ସାହାଯ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଅନ୍ୟ ଜଣେ ଅବସରପ୍ରାପ୍ତ ଅଧ୍ୟାପକ ନାରାୟଣଙ୍କ ନେତୃତ୍ୱରେ ଦର୍ଶନଶାସ୍ତ୍ର ପଢ଼ିଥିବା ଓ ପଢ଼ାଇଥିବା ବ୍ୟକ୍ତିମାନଙ୍କୁ ନେଇ ଗଢ଼ିଉଠିଥିବା ‘ପ୍ରଜ୍ଞା ପ୍ରଣୟ’ ନାମକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବସନ୍ତଙ୍କ ଆବେଗସକ୍ତ ଅନୁରୋଧ ରଙ୍ଗ ଆଣିଛି। ମାନବୀୟ ସଂସ୍କୃତିର ଆବେଗରେ ହେଉ କି ଏକ ଦିବ୍ୟ ମାନବିକତା ଆଧାରରେ ହେଉ; ଏହି ଗ୍ରୁପ୍‌ର ବହୁ ସଦସ୍ୟଙ୍କଠୁଁ ଅଜାଡ଼ି ହୋଇପଡ଼ିଛି ଲକ୍ଷାଧିକ ଟଙ୍କାର ଅନୁଦାନ।
ସବୁଠୁ ମୋଟା ଅଙ୍କର ସାହାଯ୍ୟ ରାଶି ଆସିଛି ‘ପ୍ରଜ୍ଞା ପ୍ରଣୟ’ ଗୋଷ୍ଠୀରେ ରାଜୁ ଭାଇନ ନାମରେ ସୁଖ୍ୟାତ ଜଣେ ଅବସରପ୍ରାପ୍ତ ପୋଲିସ ଆଇଜିଙ୍କ ଠାରୁ। ରାଧାଶ୍ୟାମଙ୍କ କିଡ୍‌ନୀ ପ୍ରତିରୋପଣ ପାଇଁ ଲକ୍ଷେ ଟଙ୍କାର ସହଯୋଗ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ରାଜୁ ଭାଇନା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପୋଲିସ ବୃତ୍ତିରେ ଥାଇ ମଧ୍ୟ ସେ ପଢ଼ିଥିବା ପାଠ ଦର୍ଶନଶାସ୍ତ୍ର ପ୍ରତି ତାଙ୍କ ଅନୁରକ୍ତି କୌଣସି ପ୍ରଫେସରଙ୍କଠାରୁ ମଧ୍ୟ କମ୍‌ ନୁହେଁ। କେବଳ ରାଜୁବାବୁଙ୍କ ୧ଲକ୍ଷ ଟଙ୍କା ନୁହେଁ, ପ୍ରଜ୍ଞା ପ୍ରଣୟ ଗୋଷ୍ଠୀର ପ୍ରତ୍ୟେକ ସାହାଯ୍ୟକାରୀ ସଦସ୍ୟ, ବସନ୍ତବାବୁଙ୍କ ଆନ୍ତରିକ ଉଦ୍ୟମ ତଥା ନାରାୟଣବାବୁଙ୍କ ପ୍ରାଣମୟ ପ୍ରଚେଷ୍ଟା ମୂଳରେ ଅଛି ସେଇ ଗୋଟିଏ କଥା- ଅନ୍ୟ ପାଇଁ ସମର୍ପିତ ଜୀବନର ଏକ ଅନିର୍ବଚନୀୟ ଅନୁଭବ! ଏକ ବିରଳ ଦିବ୍ୟତାରେ ଭରପୂର ଅନ୍ତରଙ୍ଗ ଆନନ୍ଦ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?