ଖୋଲିଲା ବନ୍ଧୁକ କାରବାର ଗୁମର

କଟକ ଅଫିସ୍‌, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୪ବର୍ଷ ହେଲା ଜେଲରେ ଥିବା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଏବେ ଆଉ ଏକ ଗୁମର ଫିଟିଛି। ଜେଲରେ ଥାଇ ଉଭୟ ସେମାନଙ୍କ ସହଯୋଗୀଙ୍କ ଜରିଆରେ ଅନାୟସରେ ବନ୍ଧୁକ ଓ ଗୁଳି କାରବାର ଚଳାଇଥିବା ଜଣାପଡ଼ିଛି। ବିହାର ଓ ମୁଙ୍ଗେରରୁ ଚୋରା ବନ୍ଧୁକ ଓ ଗୁଳି ମଗାଇ କଟକ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରି ନିଜର ଆପରାଧିକ ସାମ୍ରାଜ୍ୟକୁ ଉଭୟ ଭ୍ରାତା ଚଳାଇଛନ୍ତି। ଗୁରୁବାର ରାତିରେ ଡି ବ୍ରଦର୍ସଙ୍କ ସହଯୋଗୀ ବବୁଆ ଓରଫ ପ୍ରକାଶ ବେହେରା ଓ ବୁଧିଆ ଓରଫ ଶରତ ସେଠୀଙ୍କୁ ଗିରଫ କରିବା ପରେ ଏଭଳି କିଛି ଗୁମର ଫିଟିଛି। ଧଳସାମନ୍ତ ବା ଡି’ ବ୍ରଦର୍ସଙ୍କ ସିଡିଏସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇ ଘରର ଇଣ୍ଟେରିୟର ଡିଜାଇନ୍‌ ଭିତରେ ଥିବା ୮ଟି ଚୋରା ବନ୍ଧୁକ, ୧୦୫୫ଟି ବିଭିନ୍ନ ପ୍ରକାରର ଜୀବନ୍ତ ଗୁଳି, ୧୬ଟି ମାଗାଜିନ, ୧୧ଟି ମୋବାଇଲ୍‌ ଜବତ କରାଯାଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ଚୋରା କାରବାରରେ ସମ୍ପୃକ୍ତ ଆଉ ୬ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୩୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ବନ୍ଧୁକ କାରବାରରେ ଡି ବ୍ରଦର୍ସଙ୍କ ସମ୍ପୃକ୍ତି ନେଇ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ସୂଚନା ଦେଇଛନ୍ତି।
କଟକ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି ଦେଇଥିବା ଏତଲା ଅନୁସାରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ବିରୂପା ବ୍ୟାରେଜ୍‌ ନିକଟରେ କଟକ ଶେଖ୍‌ ବଜାର ଅଞ୍ଚଳର ବବୁଆ ଓରଫ ପ୍ରକାଶ ବେହେରା(୪୧) ବନ୍ଧୁକ ଓ ଗୁଳି ବିକ୍ରି କରୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପୋଲିସ ସେଠାରେ ତୁରନ୍ତ ଚଢ଼ାଉ କରି ପ୍ରକାଶଙ୍କୁ କାବୁ କରିବା ସହ ତାଙ୍କଠାରୁ ୨ଟି ୯ଏମ୍‌ଏମ୍‌ ପିସ୍ତଲ ଏବଂ ୫ଟି ଗୁଳି, ଗୋଟିଏ ମୋଟର ସାଇକେଲ ଜବତ କରିଥିଲା। ତେବେ ସେଠାରେ ଥିବା ପିଙ୍କୁ ଓରଫ ସଞ୍ଜୟ ପଣ୍ଡା ନାମକ ଜଣେ ଯୁବକ ଖସି ପଳାଇବାରେ ସମର୍ଥ ହୋଇଥିଲେ। ପଚରାଉଚୁରା ସମୟରେ ପ୍ରକାଶ କଟକ ଦେଉଳ ସାହିର ବୁଧିଆ ଓରଫ ଶରତ ସେଠୀ(୪୪)ଙ୍କୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା କହିଥିଲେ। ପରେ ବୁଧିଆଙ୍କୁ ପ୍ରକାଶ ଫୋନ କରିବା ପରେ ସେ ଘଟଣାସ୍ଥଳକୁ ଆସିଥିଲେ। ଦୁହିଁଙ୍କୁ ନେଇ ମୁହଁାମୁହିଁ ଜେରା କରିବା ପରେ ସେମାନେ ଆଉ ୬ ଜଣଙ୍କୁ ପିସ୍ତଲ ଯୋଗାଇଥିବା ବିଷୟ ଜଣାପଡ଼ିଥିଲା। ଗତ ୫ବର୍ଷ ହେଲା ଡି’ ବ୍ରଦର୍ସଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରକାଶ ତାଙ୍କୁ ବନ୍ଧୁକ ଓ ଗୁଳି ଯୋଗାଉଥିଲେ ବୋଲି ଶରତ କହିଥିଲେ। ସେହିପରି ୨୦୧୬ରେ ଡି’ ବ୍ରଦର୍ସ ଗିରଫ ହେବା ପୂର୍ବରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ବାସଭବନରେ ହୋଇଥିବା ଇଣ୍ଟେରିୟର ମଧ୍ୟରେ ଲୁଚି ରହିଥିବା କାଠ ସୋ’ କେସ୍‌ରେ ରଖାଯାଇଥିବା ପୋଲିସକୁ କହିଥିଲେ। ଉକ୍ତ ସୂଚନାକୁ ଆଧାର କରି ଡିସିପି ପ୍ରତୀକ୍‌ ସିଂଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଡି’ ବ୍ରଦର୍ସଙ୍କ ସିଡିଏସ୍ଥିତ ବାସବଭନରେ ଚଢ଼ାଉ କରିଥିଲା। ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିବା ସ୍ଥାନକୁ ପ୍ରକାଶ ଦେଖାଇଥିଲେ। କାଠର ସୋ’କେସ୍‌କୁ ଭଙ୍ଗାଯାଇ ୮ଟି ବନ୍ଧୁକ ଓ ୧୬ଟି ମାଗାଜିନ ଜବତ କରାଯାଇଥିଲା। ସେହିପରି ଅନ୍ୟ ଏକ ଘରେ ଲୁଚାଇ ରଖାଯାଇଥିବା ବିଭିନ୍ନ ସାଇଜର ୧୦୫୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ସେହି ଘରେ ରହୁଥିବା ଡି’ ବ୍ରଦର୍ସଙ୍କ ବାପା ସରୋଜ ଧଳସାମନ୍ତଙ୍କ ଠାରୁ ୧୧ଟି ମୋବାଇଲକୁ ପୋଲିସ ଜବତ କରିଥିଲା। ପ୍ରକାଶଙ୍କ ସୂଚନା ଆଧାରରେ ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଶେଖ ବଜାରର ସାଗର ବେହେରା(୨୬), ସ୍ବର୍ଣ୍ଣଦେବୀ ମନ୍ଦିର ନିକଟ ପପୁ ଓରଫ ଶେଷଦେବ ଦାସ(୩୮), ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ବାଲିସାହିର ସମୀର ନାୟକ(୩୯), ଶିବ ନାୟକ(୩୦), ରିଙ୍କୁ ସାହୁ(୨୯), ନିଆଳି ଥାନା ପୋଖରୀ ଗଁାର ଚଗ ଓରଫ ବିବେକାନନ୍ଦ ସାହୁ(୪୧)ଙ୍କୁ ଗିରଫ କରି ସେମାନଙ୍କଠାରୁ ବନ୍ଧୁକ ଓ ଗୁଳି ଓ ୩ଟି ମୋଟର ସାଇକେଲ୍‌ ଜବତ କରିଥିଲା। ଏନେଇ ଚୌଦ୍ୱାର ପୋଲିସ ଆର୍ମସ ଆକ୍ଟର ଦଫା ୨୫(ଏ). ୨୫(ଏଏ)ରେ ଏକ ମାମଲା(ନଂ.୫୯୪/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି।
୨୦୧୬ରେ ଧଳଭ୍ରାତାଙ୍କ ଗିରଫ ପରେ ପ୍ରକାଶ ମଧ୍ୟ ଗିରଫ ହୋଇଥିଲେ। ମାତ୍ର କିଛି ମାସ ପରେ ସେ ଜାମିନରେ ଆସି ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରାଜ୍ୟର ଦାୟିତ୍ୱ ନିଜ ହାତକୁ ନେଇଥିଲେ। ଏଥିରେ ତାଙ୍କୁ ଶରତ ପୂର୍ଣ୍ଣ ସହଯୋଗ କରୁଥିଲେ। ଦୁହେଁ ଜେଲରେ ଥିବା ଡି ବ୍ରଦର୍ସଙ୍କ ନିର୍ଦ୍ଦେଶରେ ବିହାର ଓ ମୁଙ୍ଗେରରୁ ପିସ୍ତଲ ଓ ଗୁଳି ଆଣି ଚାଲାଣ କରୁଥିଲେ। ପିସ୍ତଲ କେଉଁଠାରୁ ଓ କେମିତି ଆସି ପହଞ୍ଚତ୍ବ ସେ ଦାୟିତ୍ୱ ପ୍ରକାଶ ବୁଝୁଥିବେ ବେଳେ ମାରଣାସ୍ତ୍ରର ଚାଲାଣ କଥା ଶରତ ବୁଝୁଥିଲେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri