ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୧ା୩(ସୁଧା ବେହୁରା):ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।
ରାସ୍ତାର ଉଭୟ ପାର୍ଶ୍ୱ ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଶିଖର, ନାଉଗଁା, ବଛାଳୋ ଆଦି ପଞ୍ଚାୟତରେ ଥିବା ଚାଷ ଜମିର ଉଦ୍‌ବୃତ୍ତ ଜଳ ଏହି ବାଟ ଦେଇ ଗୋବରୀ ନାଳକୁ ନିଷ୍କାସିତ ହୋଇଥାଏ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଜଳ ଜମି ରହିଥାଏ। ଜଳ ଜମିବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧୋଇଯିବା ସହ ଦବିବାକୁ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ଉକ୍ତ ସ୍ଥାନର ଉଭୟ ପାର୍ଶ୍ୱରେ ବିଭାଗ ପକ୍ଷରୁ ଗାର୍ଡଓ୍ବାଲ ନିର୍ମାଣ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ପକ୍ଷରୁ ସେଠାରେ କୌଣସି ଯନ୍ତ୍ରୀ ରହୁନାହାନ୍ତି। ଯାହା ଫଳରେ କାର୍ଯ୍ୟ କରୁଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି କହିଛନ୍ତି। ଗାର୍ଡଓ୍ବାଲର ନିୟମାନୁସାରେ ଏହାର ମୂଳ ୩୦ ଇଞ୍ଚ ଚଉଡ଼ା ରହିବା କଥା କିନ୍ତୁ ଏହାକୁ ୧୮ ଇଞ୍ଚ କରାଯାଇ ମାଟି ଦ୍ୱାରା ପୋତା ଯାଉଛି। ଯାହା ଫଲରେ ମୂଳ କେତେ ଚଉଡା ହୋଇଛି ତାହା ଜଣା ପଡିବ ନାହିଁ। ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲରେ କଞ୍ଚାମାଲର ଭାଗ ମାପ ଠିକ ରହୁନାହିଁ। ୧ ସିମେଣ୍ଟ ବସ୍ତା, ୪ ବାଲି, ୫ଟା ମେଟାଲ ପରିବର୍ତ୍ତେ ୧ ସିମେଣ୍ଟବସ୍ତା, ୮ ବାଲି, ୧୦ ମେଟାଲ ଦିଆଯାଉଛି। ଯେଉଁ ମେଟାଲ ଦିଆଯାଉଛି ତାହାର ସାଇଜ ବଡ଼ ରହିଛି। ତେଣୁ ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂକ୍ରାନ୍ତରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରେ, ଛୋଟ କାମଗୁଡ଼ିକୁ ମୁଁ ବୁଝୁନାହିଁ ତାହାକୁ ଏସ୍‌ଡିଓ ବୁଝୁଛନ୍ତି କ’ଣ ହୋଇଛି ମୁଁ ତାଙ୍କ ସହ କଥା ହେବି ବୋଲି ମତବ୍ୟକ୍ତ କରିଛନ୍ତି।

ନାଉଗଁା ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।
ରାସ୍ତାର ଉଭୟ ପାର୍ଶ୍ୱ ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଶିଖର, ନାଉଗଁା, ବଛାଳୋ ଆଦି ପଞ୍ଚାୟତରେ ଥିବା ଚାଷ ଜମିର ଉଦ୍‌ବୃତ୍ତ ଜଳ ଏହି ବାଟ ଦେଇ ଗୋବରୀ ନାଳକୁ ନିଷ୍କାସିତ ହୋଇଥାଏ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଜଳ ଜମି ରହିଥାଏ। ଜଳ ଜମିବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧୋଇଯିବା ସହ ଦବିବାକୁ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ଉକ୍ତ ସ୍ଥାନର ଉଭୟ ପାର୍ଶ୍ୱରେ ବିଭାଗ ପକ୍ଷରୁ ଗାର୍ଡଓ୍ବାଲ ନିର୍ମାଣ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ପକ୍ଷରୁ ସେଠାରେ କୌଣସି ଯନ୍ତ୍ରୀ ରହୁନାହାନ୍ତି। ଯାହା ଫଳରେ କାର୍ଯ୍ୟ କରୁଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି କହିଛନ୍ତି। ଗାର୍ଡଓ୍ବାଲର ନିୟମାନୁସାରେ ଏହାର ମୂଳ ୩୦ ଇଞ୍ଚ ଚଉଡ଼ା ରହିବା କଥା କିନ୍ତୁ ଏହାକୁ ୧୮ ଇଞ୍ଚ କରାଯାଇ ମାଟି ଦ୍ୱାରା ପୋତା ଯାଉଛି। ଯାହା ଫଲରେ ମୂଳ କେତେ ଚଉଡା ହୋଇଛି ତାହା ଜଣା ପଡିବ ନାହିଁ। ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲରେ କଞ୍ଚାମାଲର ଭାଗ ମାପ ଠିକ ରହୁନାହିଁ। ୧ ସିମେଣ୍ଟ ବସ୍ତା, ୪ ବାଲି, ୫ଟା ମେଟାଲ ପରିବର୍ତ୍ତେ ୧ ସିମେଣ୍ଟବସ୍ତା, ୮ ବାଲି, ୧୦ ମେଟାଲ ଦିଆଯାଉଛି। ଯେଉଁ ମେଟାଲ ଦିଆଯାଉଛି ତାହାର ସାଇଜ ବଡ଼ ରହିଛି। ତେଣୁ ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂକ୍ରାନ୍ତରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରେ, ଛୋଟ କାମଗୁଡ଼ିକୁ ମୁଁ ବୁଝୁନାହିଁ ତାହାକୁ ଏସ୍‌ଡିଓ ବୁଝୁଛନ୍ତି କ’ଣ ହୋଇଛି ମୁଁ ତାଙ୍କ ସହ କଥା ହେବି ବୋଲି ମତବ୍ୟକ୍ତ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁର, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁର। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri