ଗୋଠ ଏକାଠି ନାହିଁ: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡିରେ ହଲଚଲ

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ଯେହେତୁ ୪ର୍ଥ ରାଜ୍ୟ ସଭା ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନାହିଁ, ସେଥିପାଇଁ ଏ ବିଷୟ ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଉଷ୍ମକରି ରଖିଛି। ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଯେହେତୁ ନାମାଙ୍କନ ଦାଖଲର ସମୟ ଧାର୍ଯ୍ୟ କରାଯାଇଛି, ସେଥିଲାଗି ସେଦିନ ଯାଏ ଏହି କଥା ସବୁଠି ଆଲୋଚନା ହେବା ସ୍ବାଭାବିକ। ବିଜେଡିର ଆଭିମୁଖ୍ୟ ୪ର୍ଥ ଆସନକୁ ନେଇ କ’ଣ ହେବ, ତାହା ବିଶେଷ ଆଲୋଚନା ଚାଲିଛି। କାରଣ ବିଜେଡିର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସମର୍ଥନ ନ ମିଳିଲେ ଶାସକ ଦଳ ପାଇଁ ୪ର୍ଥ ଆସନ ନେବା ସହଜ ବ୍ୟାପାର ହେବ ନାହିଁ, ଏକଥା ଗଣିତ ସୂଚାଉଛି। ସମସ୍ତଙ୍କ ନଜର ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ ଉପରେ ରହିଥିଲା। ସେଠାରେ କ’ଣ ନିଷ୍ପତ୍ତି ହେଲା ସେକଥା ‘ଧରିତ୍ରୀ’ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ‘ପିଏସି କାହିଁକି’ ଶୀର୍ଷକରେ ଉଲ୍ଲେଖ କରାଯାଇଛି। ଏହାପରେ ଶୁକ୍ରବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବିଧାୟକମାନଙ୍କ ପାଇଁ ନବୀନ ନିବାସରେ ଏକ ବୈଠକ ଡାକିଥିଲେ। ରାଜ୍ୟ ସଭା ନିର୍ବାଚନ ପାଇଁ କୁଆଡ଼େ ସବୁ ବିଧାୟକଙ୍କ ଦସ୍ତଖତ ନେବା ଲାଗି ଏହି ବୈଠକ ଡକାଯାଇଥିବା ଅନେକ ବରିଷ୍ଠ ଏବଂ ଯୁବନେତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ହେଲେ ବୈଠକରେ ବିଧାୟକଙ୍କ ସଂଖ୍ୟା ଦେଖିବାପରେ ଦସ୍ତଖତ ଅଭିଯାନକୁ କେବଳ ଚା ଏବଂ ଜଳଖିଆରେ ସୀମିତ ରଖାଯାଇଛି।
ଏଠାରେ ସୂଚାଇ ଦିଆଯାଇପାରେ, ବିଧାନସଭାରେ ବର୍ତ୍ତମାନ ବିଜେଡିର ୪୮ ଜଣ ବିଧାୟକ ରହିଛନ୍ତି। ନିକଟରେ ବିଜେଡିରୁ ୨ ଜଣ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବନ ହୋଇଛନ୍ତି। ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସବୁ ବିଧାୟକଙ୍କୁ ନେଇ ନବୀନ ବୈଠକ ଡାକିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଧରାଯିବ। କାରଣ ୪ ରାଜ୍ୟ ସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ବିଧାୟକମାନେ ହିଁ ଭୋଟ ଦେବେ। ତେଣୁ ବୈଠକରେ ସବୁ ବିଧାୟକଙ୍କୁ ଏକାଠି କରି ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ନବୀନ ନିଜର ବଳ ଦେଖାଇବାକୁ ଚେଷ୍ଟା କରୁଥାଇପାରନ୍ତି। ହେଲେ ଦଳର ସଭାପତିଙ୍କ ଡକରା ସତ୍ତ୍ୱେ ବୈଠକରେ ପାଖାପାଖି ୩୦ରୁ ୩୫ ଜଣ ବିଧାୟକ ଉପସ୍ଥିତ ରହିଲେ ବୋଲି ନବୀନ ନିବାସ ଯାଇଥିବା କେତେଜଣ ସଦସ୍ୟ କହିଛନ୍ତି। ଅର୍ଥାତ୍‌ ଆହୁରି ୧୩ କିମ୍ବା ତା’ଠାରୁ ଅଧିକ ବିଧାୟକ ବୈଠକକୁ ଆସି ନ ଥିଲେ। ଏତେ ସଂଖ୍ୟକ ବିଧାୟକଙ୍କ ଅନୁପସ୍ଥିତି ସମ୍ପର୍କରେ ନବୀନ ବୋଧହୁଏ ଅନୁଭବ କରିପାରି, ସେଠାରେ ଉପସ୍ଥିତ କେତେଜଣଙ୍କ ସହ କିଛି ସମୟ କଥା ହୋଇ ଚାଲିଯାଇଥିଲେ। ସେ ରାଜ୍ୟ ସଭା ନିର୍ବାଚନ ବାବଦରେ କୌଣସି ପ୍ରକାର ଚର୍ଚ୍ଚା କରି ନ ଥିଲେ। ତା’ପରେ ନବୀନ ନିବାସ ଯାଇଥିବା ବିଧାୟକମାନଙ୍କ ପାଇଁ ସାଣ୍ଡଓ୍ବିଚ୍‌ ଏବଂ ଚା’ର ବ୍ୟବସ୍ଥା ହୋଇଥିଲା। ବିଧାୟକମାନେ ମଧ୍ୟ ଚା, ଜଳଖିଆ ଖାଇ ସେଠାରୁ ଫେରିଛନ୍ତି।
ବିଧାୟକମାନେ ଫେରିବା ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କ କହିବା କଥା, ଦଳର ସଭାପତି ଡାକିବା ସତ୍ତ୍ୱେ ସବୁ ବିଧାୟକ ନ ଆସିବା ବିଷୟକୁ ଦଳ ବିଚାର କରିବା ଦରକାର। ଏପରି ନୁହେଁ ଯେ, ଆଗକୁ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଡକରା ହୋଇଛି ବୋଲି ବିଧାୟକମାନେ ଜାଣିନାହାନ୍ତି, ତଥାପି କେତେଜଣ ଅନୁପସ୍ଥିତ ରହିବା ଅନ୍ୟ କିଛି ଦିଗକୁ ଇଙ୍ଗିତ କରୁଛି। ଏହା ଯେ ନିର୍ବାଚନ ବେଳେ ପ୍ରତିଫଳିତ ହେବନାହିଁ କୁହାଯିବା କଷ୍ଟକର। ବୈଠକକୁ ଏକ ପ୍ରକାର ବାତିଲ କରାଯାଇ ବିଧାୟକମାନଙ୍କୁ ପୁଣିଥରେ ଶନିବାର ପୂର୍ବାହ୍ନ ୧୧.୩୦ ମିନିଟ୍‌ ସମୟରେ ଡକାଯାଇଛି। ବିଧାୟକମାନଙ୍କୁ ଟେଲିଫୋନ୍‌ ଯୋଗେ ଏକଥା ଜଣାଇ ଦିଆଯାଇଛି। ଏଥର ସବୁ ବିଧାୟକ ଆସିବେ ନା ନାହିଁ ତାହା ଦେଖିବା ପରେ ଭବିଷ୍ୟତ ପାଇଁ ବହୁ କଥା ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡି ବିଧାୟକ ସାରଦା ଜେନା ଗଣମାଧ୍ୟମକୁ କହିଛନ୍ତି, ୪ର୍ଥ ଆସନରେ ବିଜେଡି ପ୍ରାର୍ଥୀ ଦେବ ନା ନାହିଁ, ସେକଥା ବୈଠକରେ ନିଷ୍ପତ୍ତି ହେବ। ବିଜେଡି ଏକ୍‌ ଅଛି, ବିରୋଧୀ ଦଳ ହିସାବରେ ଲଢ଼ିବ। ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ। ରାଜ୍ୟ ସଭା ନିର୍ବାଚନ ବିଷୟରେ ନବୀନଙ୍କୁ ନିଷ୍ପତ୍ତି ନେବା ପାଇଁ ପିଏସି ସ୍ଥିର କରିଥିବା ସାରଦା କହିଛନ୍ତି। ଯାହା କୁହାଯାଉଛି, ସାରଦା ନିଜେ ମଧ୍ୟ ୪ର୍ଥ ଆସନ ପାଇଁ ଦଳ ସମ୍ପର୍କରେ କିଛି ଜାଣିନାହାନ୍ତି। ବିଜେଡି ବିରୋଧୀ ଦଳ ହିସାବରେ ଲଢ଼ିବ କହି ସାରଦା ଓଲଟା ନବୀନଙ୍କ କୋର୍ଟକୁ ବଲ୍‌ ପକାଇଥିବା ଆଲୋଚନା ଚାଲିଛି। ସାରଦାଙ୍କ ମନ୍ତବ୍ୟ ଏବଂ ସବୁ ବିଧାୟକ ଉପସ୍ଥିତ ନ ରହିବା ଅନେକ କିଛି ବାର୍ତ୍ତା ଦେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରୁ, ଶୀଳାଙ୍କୁ ଫାଇନାଲ୍‌ ଚେତାବନୀ ଦେଲେ ଡିଜିପି

ଭୁବନେଶ୍ୱର/ଫୁଲବାଣୀ,୨୮ା୨(ତ୍ରିନାଥ ମହାନ୍ତି/ରାକେଶ କୁମାର ରାଉତ): ମାଓବାଦୀଙ୍କୁ ଡିଜିପି ଓ୍ବାଇ.ବି. ଖୁରାନିଆ ଶୁକ୍ରବାର ଅନ୍ତିମ ଚେତାବନୀ ଦେଇଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ କର, ନ ହେଲେ ଏନ୍‌କାଉଣ୍ଟରର ଶିକାର…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି…

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ…

୬ ଗ୍ରହର ବିରଳ ମହାଜାଗତିକ ଦୃଶ୍ୟ: ଆଜିଠାରୁ ଆକାଶରେ ଦେଖାଯିବ ପ୍ଲାନେଟ୍‌ ପରେଡ୍‌

ଭୁବନେଶ୍ୱର,୨୮ା୨(ସୁଚିସ୍ମିତା ସାହୁ):ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ ପରେ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

ତୁଟୁନି ଚାଷୀଙ୍କ ଦୁଃଖ, ବଢୁଛି ଅସନ୍ତୋଷ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଚାଷୀଙ୍କ ସମସ୍ୟା ସମାଧାନ ହେବା ନାଁ ଧରୁନି। ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି। ଏହାକୁ ନେଇ…

କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ: ୧୫ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ

ଲା ପାଜ,୨୮।୨: ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଲା ପାଜ ନିକଟସ୍ଥ ଏଲ ଅଲ୍ଟୋ ସହରରେ ଏକ ବୋଲିଭିଆନ…

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri