ଶୁକ୍ରୁ, ଶୀଳାଙ୍କୁ ଫାଇନାଲ୍‌ ଚେତାବନୀ ଦେଲେ ଡିଜିପି

ଭୁବନେଶ୍ୱର/ଫୁଲବାଣୀ,୨୮ା୨(ତ୍ରିନାଥ ମହାନ୍ତି/ରାକେଶ କୁମାର ରାଉତ): ମାଓବାଦୀଙ୍କୁ ଡିଜିପି ଓ୍ବାଇ.ବି. ଖୁରାନିଆ ଶୁକ୍ରବାର ଅନ୍ତିମ ଚେତାବନୀ ଦେଇଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ କର, ନ ହେଲେ ଏନ୍‌କାଉଣ୍ଟରର ଶିକାର ହେବ। ଡିଜିପି କହିଛନ୍ତି, ମାଓବାଦୀ ବନ୍ଧୁକ ନ ଛାଡ଼ିଲେ ଯେସାକୁ ତେସା ନୀତି ଆପଣାଇବ ପୋଲିସ। ମାଓବାଦୀମୁକ୍ତ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଦେଇଥିବା ଟାର୍ଗେଟ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ। ସେଥିଲାଗି କନ୍ଧମାଳରେ ଦାରିଙ୍ଗବାଡିରେ ଚାଲିଛି ଅପରେଶନ ‘ଶୁକ୍ରୁ’। ଘଞ୍ଚ ଜଙ୍ଗଲ ଓ ଗୁମ୍ଫାରେ ମାଓବାଦୀ ନେତା ଶୁକ୍ରୁ, ଶୀଳା, ନକୁଳ ଓ ସହଯୋଗୀମାନେ ଲୁଚିଥିବା ସନ୍ଦେହରେ ଜୋରଦାର ଅପରେଶନ ଚାଲିଛି। ଡ୍ରୋନ ଏବଂ ସନ୍ଧାନୀ କୁକୁର ସହାୟତାରେ ଖୋଜୁଛି ଓଡ଼ିଶା ପୋଲିସ। ଏଥିସହ ପୋଲିସ ତା’ର ଗୋଇନ୍ଦା ଟିମ୍‌କୁ ସକ୍ରିୟ କରିଛି। ଖୁବ୍‌ଶୀଘ୍ର ଶୁକ୍ରୁ ଓ ତାଙ୍କ ମନୋବଳ ବଢ଼ାଉଥିବା ଶୀଳାଙ୍କୁ ଖୋଜି ଖୋଜି ଏନ୍‌କାଉଣ୍ଟର କରାଯିବ। ଏନ୍‌କାଉଣ୍ଟର ପୂର୍ବରୁ ପୋଲିସ ଦେଇଥିବା ହେଲ୍ପ ଲାଇନ୍‌ ନମ୍ବରରେ ଯୋଗାଯୋଗ କରି ଆମତ୍ସମର୍ପଣ କଲେ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ସରକାରଙ୍କ ପୁନର୍ବାସ ଯୋଜନାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି। ଏହା ସହ ହତିଆର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା। କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି।
ଛତିଶଗଡ଼ରେ ମାଓବାଦୀ ଅପରେଶନ ଜୋର୍‌ଦାର ହେବା ପରେ ଛତିଶଗଡୀ ମାଓବାଦୀଙ୍କ ସହ ମିଶି ଶୁକ୍ରୁ ଓ ତା’ର ଟିମ୍‌ କନ୍ଧମାଳ ଜଙ୍ଗଲରେ ଲୁଚି ବୁଲୁଥିବା ଖବର ପାଇବା ପରେ ସେମାନଙ୍କୁ ଧରିବାକୁ ଗତ ୨୦ ତାରିଖରୁ ଓଡ଼ିଶା ପୋଲିସ ପକ୍ଷରୁ ଏହି ବଡ଼ ଅପରେଶନ ଜାରି ରହିଛି। ଏହି ଅପରେଶନରେ ନଣ୍ଡାବା ଜଙ୍ଗଲରେ ସିପିଆଇ ମାଓବାଦୀର ଡେପୁଟି କମାଣ୍ଡର ଯୋଗେଶ ଓ ପାର୍ଟି ସଦସ୍ୟା ରତ୍ନାକରଙ୍କ ମୁଣ୍ଡ ଗଡ଼ିବା ପରେ ଜଙ୍ଗଲ ଭିତରେ ସାଥୀ ନକ୍ସଲଙ୍କୁ ବନ୍ଧୁକ ଧରି ଲୁଚି ବୁଲୁଛନ୍ତି ଶୁକ୍ରୁ। ଆତ୍ମସମର୍ପଣ ପାଇଁ ଡିଜିପି ଖୁରାନିଆ ଶେଷ ଚେତାବନୀ ଦେଇଥିବାବେଳେ ଶନିବାରଠାରୁ ବଡ଼ ଧରଣର ଅପରେଶନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଆକାଶମାର୍ଗରେ ଡ୍ରୋନ୍‌ ଓ ଘଞ୍ଚ ଜଙ୍ଗଲର ଗୁମ୍ଫା ଭିତରେ ସନ୍ଧାନୀ କୁକୁର ସହାୟତାରେ ଶୁକ୍ରୁଙ୍କୁ ଖୋଜିବାକୁ ନୂଆ ୧୩ଟି ଏସ୍‌ଓଜି ଟିମ୍‌କୁ ଜଙ୍ଗଲ ଭିତରକୁ ପଠାଯାଇଥିବା ସୂଚନା ମିଳିଛି।

ଆତ୍ମସମର୍ପଣରେ ବାଟ ଓଗାଳୁଛନ୍ତି ଶୁକ୍ରୁ

ମାଲକାନଗିରି ଜିଲା ବାସିନ୍ଦା ଶୁକ୍ରୁ ହେଉଛନ୍ତି କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (କେକେବିଏନ୍‌) ଡିଭିଜନର ଷ୍ଟେଟ୍‌ କମିଟି ମେମ୍ବର। ସେ ୮କମ୍ପାନୀର ନେତୃତ୍ୱ ନେଇ କନ୍ଧମାଳ ଜଙ୍ଗଲ ଭିତରେ ଲୁଚି ମାଓମୁକ୍ତ ଅଭିଯାନ ବିରୋଧରେ ରଣନୀତି ଚଳାଇଛନ୍ତି। ଶୁକ୍ରୁ ତା’ର ଟିମ୍‌ ସଦସ୍ୟ ତଥା ଛତିଶଗଡ଼ ସାଥୀ ମାଓବାଦୀ ଅନ୍ବେଷଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ଅନ୍ବେଷ ଚାହୁଁଥିଲେ। କିନ୍ତୁ ଏହାକୁ ବାରଣ କରିଆସୁଥିଲେ ଶୁକ୍ରୁ। ଆଉ କଥା ନ ଶୁଣିବାରୁ ଅନ୍ବେଷଙ୍କୁ ଗୁଳିକରି ମାରି ଗାତ ଖୋଳି ଜଙ୍ଗଲ ଭିତରେ ପୋତିଦେଇଥିଲେ। କେବଳ ଅନ୍ବେଷ ନୁହନ୍ତି, ଆତ୍ମ ସମର୍ପଣ ପାଇଁ ଚାହୁଁଥିତ୍ବା ତାଙ୍କ ଟିମ୍‌ର ଅନ୍ୟ ମାଓବାଦୀଙ୍କୁ ସେ ଏବେ ବାଟ ଓଗାଳିଛନ୍ତି। ତେଣୁ ପୋଲିସ ପାଇଁ ଶୁକ୍ରୁ ନିହାତି ଆବଶ୍ୟକ ହୋଇପଡ଼ିଛି। ସେ ପୋଲିସ ଧମକକୁ ଖାତିର ନ କରି ୩୦ରୁ ଊର୍ଦ୍ଧ୍ୱ ସାଥୀ ମାଓବାଦୀଙ୍କୁ ଧରି ଜଙ୍ଗଲରେ ଲୁଚି ବୁଲୁଛନ୍ତି। ସଂଗଠନ ଭିତରେ ବିଦ୍ରୋହ ଓ ଏପଟେ ପୋଲିସର ଚେତାବନୀ ଭିତରେ ୪୯ ବର୍ଷୀୟ ଶୁକ୍ରୁର ସାହା ଭରସା ସାଜିଛନ୍ତି ନକୁଳ ସହ ଜଣେ ଲେଡି ମାଓବାଦୀ ଶୀଳା। ନକୁଳ ଓ ଶୀଳା ହେଉଛନ୍ତି କେକେବିଏନ୍‌ ଡିଭିଜନର ଏରିଆ କମିଟି ମେମ୍ବର। ଅନ୍ୟମାନଙ୍କ ମଧ୍ୟରେ ଅଧିକାଂଶ ସଦସ୍ୟଙ୍କର ଘର ଛତିଶଗଡ଼ରେ ବୋଲି ଜଣାପଡିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri