ମହାପୁରୁଷ ମହମ୍ମଦ

ଇଂ. ରୌଶନ ଖାନ

ହଜରତ ମହମ୍ମଦ ରସୁଲୁଲ୍ଲାଃଙ୍କର ଧରାପୃଷ୍ଠରେ ଆବିର୍ଭାବ ଓ ଅବତରୀୟ ଲୀଳା ସମ୍ବନ୍ଧରେ ପୂର୍ବ ସୂଚନା ଦେଇ ବ୍ୟାସମୁନି ଭବିଷ୍ୟ ପୁରାଣରେ କହିଥିଲେ- ”ଏତସ୍ମିନ୍‌ ଅନ୍ତରେ ମ୍ଳେଚ୍ଛ ଆଚାର୍ଯ୍ୟେଣ ସମନ୍ବେତା, ମହମ୍ମଦ ଇତି ଖ୍ୟାତା ଶିଷ୍ୟା ଶାଖା ସମନ୍ବେତା…“ (ଖଣ୍ଡ ୩, ଶ୍ଳୋକ ୫-୨୭)। ସାରାଂଶ ହେଉଛି, ”ମହମ୍ମଦ ନାମ ଧାରଣ କରି ଜଣେ ଆଚାର୍ଯ୍ୟ ପୁରୁଷ ଆରବର ମରୁସ୍ଥଳରେ ଜନ୍ମ ନେବେ ଏବଂ ଶିଷ୍ୟମାନଙ୍କ ଗହଣରେ ବିରାଜିତ ହୋଇ ଭଗବତ୍‌ ଜ୍ୟୋତିକୁ ଉଦ୍ଭାସିତ କରିବେ।
ଯେତେବେଳେ ମଧ୍ୟଯୁଗୀୟ ଅନ୍ଧାରି ମୁଲକରେ ସର୍ବତ୍ର ପାପ ବିରାଜୁଥିଲା ଏବଂ ବିଶୃଙ୍ଖଳା ଭରି ଯାଇଥିଲା, ସେତିକିବେଳେ ପ୍ରାଚ୍ୟ ଆକାଶରେ ଏକ ଦୀପ୍ତିମନ୍ତ ସୂର୍ଯ୍ୟ ‘ସୀରାଜୁମ୍‌ ମୁନିର’ଙ୍କ ଉଦୟ ହେଲା। ସେହି ସୂର୍ଯ୍ୟ ମକ୍କାରେ ବନୁ ହାସିମ୍‌ ବଂଶରେ ହିଜ୍ରି ମାସ ରବିଅଲ୍‌ ଅୱଲ ୧୨ ତାରିଖ (ସୌର ଗଣନାନୁସାରେ ୫୭୦ ମସିହା ଅଗଷ୍ଟ ୨୪ ତାରିଖ)ରେ ଆମିନାଙ୍କ ଗର୍ଭରୁ ଜନ୍ମଲାଭ କରି ପୃଥିବୀକୁ ଆଲୋକିତ କଲେ। ସେହି ନବଜାତ ଶିଶୁଟିର ନାମ ‘ମହମ୍ମଦ’ ରଖାଗଲା, ଯାହାର ଅର୍ଥ ସର୍ବାଧିକ ପ୍ରଶଂସିତ ବ୍ୟକ୍ତି।
ହଜରତ ମହମ୍ମଦ ଜଣେ ସମ୍ପୂର୍ଣ୍ଣ ବିଧାନବାହୀ ଅବତାର ହୋଇ ଆସିଥିଲେ ଓ ତାଙ୍କ ପ୍ରଣୀତ ଧର୍ମର ନାମ ‘ଇସ୍‌ଲାମ’, ଯାହାର ଆକ୍ଷରିକ ଅର୍ଥ ‘ସଲାମତି ଓ ଅମନ୍‌’ ଅର୍ଥାତ୍‌ ନିରାପତ୍ତା ଓ ଶାନ୍ତି। ହଜରତ ମହମ୍ମଦ ଭୌତିକ ଓ ଆଧ୍ୟାମତ୍ିକ ଜଗତର ଉଦ୍ଧାରକର୍ତ୍ତା ଏବଂ ‘ଖାତମନ୍‌ ନବୀୟିନ’ (ଅବତାର ଶ୍ରେଷ୍ଠ) ହେବାର ଗୌରବ ବହନ କରିଥିଲେ ସୁଦ୍ଧା ସାରା ଜୀବନ କେବେ ପେଟପୂରା ଗଣ୍ଡେ ଆହାର ଖାଇବା ଓ ଭଲ ଜାମା ଖଣ୍ଡେ ପିନ୍ଧିବା ତାଙ୍କ ଭାଗ୍ୟରେ ଜୁଟି ନ ଥିଲା। ତାଙ୍କ ବାସଗୃହ ଥିଲା ଖଣ୍ଡେ ମାଟିରେ ତିଆରି କୁଟୀର। ତାଙ୍କ ଘର ଅଗଣା ହୋଇଥିଲା ଏକ ମସ୍‌ଜିଦ ଓ ଏହାର ଧୂଳି ଧୂସରିତ ଚଟାଣ ହୋଇଗଲା ତାଙ୍କ ଆସ୍ଥାନ। ଖଜୁରିର ଚଟାଇ ହେଲା ତାଙ୍କ ବିଛଣା ଓ ନିଜ ବାହୁଯୁଗଳ ତକିଆର ମୁଚୁଳା। କିନ୍ତୁ ଏହି ଅବସ୍ଥାରେ ରହି ସେ ଈଶ୍ୱରଙ୍କ ସେବା ଆରାଧନାରେ ସାରା ଜୀବନ ଉତ୍ସର୍ଗ କରିଥିଲେ। ସୁତରାଂ ତାଙ୍କ ଶ୍ରୀମୁଖରୁ ଉଚ୍ଚାରିତ ବାକ୍ୟ ଓ ନିରାସକ୍ତ କର୍ମ ଭାବନାର ଏକମାତ୍ର ଉଦ୍ଦେଶ୍ୟ ଥିଲା ପରମାମତ୍ାଙ୍କ ସାନିଧ୍ୟ ଲାଭ। ତେଣୁ ଯଥାର୍ଥରେ ଜାତିର ଜନକ ମହାମତ୍ା ଗାନ୍ଧୀ କହିଥିଲେ- ”ମୁଁ ସେହି ବ୍ୟକ୍ତିଙ୍କ ସମ୍ବନ୍ଧରେ ସବୁ କିଛି ଜାଣିବାକୁ ଚାହୁଁଥିଲି, ଯେ କି ବିନା କୌଣସି ମତଭେଦରେ କୋଟି କୋଟି ମାନବଙ୍କ ହୃଦୟରେ ପ୍ରଭୁତ୍ୱ ବିସ୍ତାର କରିଛନ୍ତି। ତାଙ୍କ ଜୀବନ ଚରିତ ଅଧ୍ୟୟନ କଲା ପରେ ମୋର ପୂର୍ବାପେକ୍ଷା ଅଧିକ ହୃଦ୍‌ବୋଧ ହୋଇଛି ଯେ, ସେ ଯୁଗରେ ଇସ୍‌ଲାମ ତରବାରି ବଳରେ କାହା ହୃଦୟରେ ବାସ କରି ନ ଥିଲା। ବରଂ ସେହି ପୟଗମ୍ବରଙ୍କ ସରଳ ଜୀବନଯାପନ, ଅତି ସୂକ୍ଷ୍ମ ତତ୍ତ୍ୱର ଅନୁସନ୍ଧାନ, ବିବେକାନୁମୋଦିତ ପ୍ରତିଶ୍ରୁତି ପାଳନ, ନିର୍ଭୀକ ଓ ସ୍ପଷ୍ଟବାଦିତା, ବନ୍ଧୁ ପ୍ରିୟଜନ, ପ୍ରତିବେଶୀ ଓ ଅନୁଗାମୀଙ୍କ ସହିତ ଗଭୀର ସ୍ନେହ ଓ ଅନୁରକ୍ତି, ଈଶ୍ୱର ନିଷ୍ଠା ଓ ସମର୍ପିତ ଭାବ ତଥା ନିଜ ମିଶନ ପ୍ରତି ଦୃଢ଼ ଆସ୍ଥା ଇତ୍ୟାଦି ବହୁମୁଖୀ ପ୍ରତିଭା ଏବଂ ତତ୍‌ସହିତ ନିଜ ସଂକଳ୍ପରେ ଅଟଳ ରହିଥିବା ଯୋଗୁ ସେ ସକଳ କଷ୍ଟକର ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିପାରିଥିଲେ ଓ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଅତିକ୍ରମ କରିଥିଲେ। ଯେତେବେଳେ ସେହି ଅବତାରଙ୍କ ଜୀବନ ପୁସ୍ତକର ଦ୍ୱିତୀୟ ଭାଗ ପଢ଼ିସାରିଲି, ଏହା ଶେଷ ହୋଇଯିବା ଯୋଗୁ ମୁଁ ଅତ୍ୟନ୍ତ ନିରାଶ ହୋଇଗଲି।’(ମହାମତ୍ା ଗାନ୍ଧୀ, ୟଙ୍ଗ୍‌ ଇଣ୍ଡିଆ, ୨୩ ସେପ୍ଟେମ୍ବର ୧୯୧୪) ।
ଯେଉଁ ବ୍ୟକ୍ତିଙ୍କୁ ସତ୍ୟବାଦିତା, ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ମକ୍କାର ଲୋକେ ‘ସିଦ୍ଦିକ’ ଓ ‘ଅମୀନ’ ବୋଲି ଡାକୁଥିଲେ, ସେ ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବା ଏବଂ ଏକ ଅଲ୍ଲାଃଙ୍କ ଉପାସନା କରିବାର ବାଣୀ ପ୍ରଚାର କରିବା ଯୋଗୁ ସମସ୍ତେ ଶତ୍ରୁ ପାଲଟିଗଲେ। ଇସ୍‌ଲାମର ଧାର୍ମିକ ସହିଷ୍ଣୁତାମୂଳକ ଶିକ୍ଷା ଉପରେ ହଜରତ ମହମ୍ମଦ କାୟମନୋବାକ୍ୟରେ ପାଳନ କରୁଥିଲେ। ଏପରିକି ନିଜ ଜନ୍ମଭୂମି ମକ୍କାରେ ଦୀର୍ଘ ୧୩ ବର୍ଷ କାଳ କୋରୈଶମାନଙ୍କ ପ୍ରବଳ ବିରୋଧାଚରଣ ଓ ଅକଥନୀୟ ନିର୍ଯାତନା ଭୋଗ କରି ଆସୁଥିଲେ ସୁଦ୍ଧା ଏବଂ ୩ ବର୍ଷ ପର୍ଯ୍ୟନ୍ତ ସାମାଜିକ ବାଚ୍ଛନ୍ଦ ସତ୍ତ୍ୱେ ତାଙ୍କର ୪୦ ମାଇଲ୍‌ ଦୂରବର୍ତ୍ତୀ ତାୟ‘ ଯାତ୍ରାର ହୃଦୟବିଦାରକ ଘଟଣା ଧର୍ମ ସହିଷ୍ଣୁତାର ଏକ ବିରଳ ଦୃଷ୍ଟାନ୍ତ ହୋଇ ରହିବ। ସେଠାକାର ରଇସ ଅବ୍ଦ ୟାଲୈଲ ମହମ୍ମଦଙ୍କ ପିଛା କରିବା ପାଇଁ ଗୁଣ୍ଡା ଲଗାଇଦେଲେ ଓ କୁକୁର ଲଗାଇ ତାଙ୍କୁ ସହର ମଧ୍ୟରୁ ଘଉଡ଼ାଇ ଦେଲେ। ତାଙ୍କ ଉପରେ ଏପରି ପଥର ବର୍ଷା କରାଗଲା ଯେ, ତାଳୁରୁ ତଳିପାଯାଏ ଲହୁଲୁହାଣ ହୋଇଗଲା। ଏକ ପକ୍ଷେ ସେ ନିଜ ଚେହେରାରୁ ରକ୍ତ ପୋଛି ଚାଲିଥିଲେ ତ ଅନ୍ୟ ପକ୍ଷେ ସେହି କରୁଣାର ସାକ୍ଷାତ୍‌ ପ୍ରତିମା ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଥିଲେ ଯେ, ‘ସେମାନଙ୍କୁ କ୍ଷମା କରିଦିଅ। କାରଣ ସେମାନେ ଯାହା କରୁଛନ୍ତି, ତାହା ଜାଣୁନାହାନ୍ତି।’ ଇତିହାସ ଏହାର ସାକ୍ଷୀ ଯେ, ଅତ୍ୟାଚାର ସହିବା ଓ ଦୁଷ୍ଟମାନଙ୍କୁ କ୍ଷମା କରିଦେବାର ଦୃଷ୍ଟାନ୍ତ ଅନ୍ୟ କେଉଁଠି ମିଳେ ନାହିଁ।
ଅନ୍ୟର ଧର୍ମଧାରଣା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହେଉଛି ଧାର୍ମିକ ସହନଶୀଳତାର ମୁଖ୍ୟ ଅଙ୍ଗ। ଉଦାହରଣ ସ୍ବରୂପ, ଥରେ ହଜରତ ମହମ୍ମଦଙ୍କ ନିକଟ ଦେଇ ଏକ ଶବଯାତ୍ରା ଯାଉଥିଲା। ତାହା ଦେଖି ମହାଭାଗ ସଙ୍ଗେ ସଙ୍ଗେ ଏହାକୁ ସମ୍ମାନ ଜଣାଇ ଛିଡ଼ା ହୋଇ ପଡ଼ିଲେ। ତାଙ୍କୁ କୁହାଗଲା ‘ହଜୁର! ଇଏ ତ ଜଣେ ଇହୁଦୀର ଶବ।’ ତହୁଁ ସେ କହି ଉଠିଲେ, ‘କ’ଣ ଇହୁଦୀ ମନୁଷ୍ୟ ନୁହନ୍ତି? (ଅଲୈସତ୍‌ ନଫସନ)’। ସେହିପରି ଏକଦା ନାଜରାନରୁ ଆସିଥିବା ଖ୍ରୀଷ୍ଟ ମତାବଲମ୍ବୀଙ୍କୁ ସେ ମଦିନାର ‘ମସ୍‌ଜିଦ ନବୱି’ ଭିତର ନିଜସ୍ବ ବିଧିରେ ଉପାସନା କରିବାକୁ ଅନୁମତି ଦେଇଥିଲେ। ଏପରି ଏକ ସର୍ବସହନଶୀଳ ଧର୍ମ ଇସ୍‌ଲାମ ଅନ୍ୟ ଧର୍ମର ଦେବଦେବୀ ପ୍ରତି ଆକ୍ଷେପମୂଳକ କଟୁ ମନ୍ତବ୍ୟ ପ୍ରୟୋଗ କରିବା ପାଇଁ କଦାପି ଅନୁମତି ଦେଇ ନାହିଁ, ଯାହାର ନିର୍ଦ୍ଦେଶ କୁରଆନରେ ମହମ୍ମଦଙ୍କୁ ସ୍ପଷ୍ଟ ଭାବରେ ଦିଆଯାଇଛି। ପୁଣି ସେହିପରି ତାଙ୍କ ଭୂମିକା ଓ ଆଚରଣ ବିଧି ନିର୍ଦ୍ଧାରଣ କରାଯାଇ କୁହାଯାଇଛି: ‘ଆମ୍ଭେ ସେମାନଙ୍କ ପାଇଁ ତୁମଙ୍କୁ ସଂରକ୍ଷକ ଭାବେ ନିଯୁକ୍ତ କରିନାହୁଁ।’ (ଅଲ ଅନ୍‌ଆମ ୧୦୮)
କିନ୍ତୁ ଏହି ଆଦେଶର ବିପରୀତରେ ଆଜିକାଲି ଜିହାଦର ଭୁଲ ଅର୍ଥ ବାହାର କରି ନିରୀହ ଲୋକଙ୍କୁ ମାରି ସ୍ବର୍ଗ ପାଇବାର ସ୍ବପ୍ନ ଦେଖୁଥିବା ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଏପରି ବର୍ବରୋଚିତ ଦମନ ଲୀଳାରୁ କ୍ଷାନ୍ତ ରହିବା ପାଇଁ ଈଶ୍ୱର ବାରମ୍ବାର ଚେତାବନୀ ଦେଇ କହିଛନ୍ତି- ”ଯଦି କୌଣସି ବ୍ୟକ୍ତି ଏପରି ଜଣେ ବ୍ୟକ୍ତିକୁ ହତ୍ୟା କଲା, ଯେ କି ଅନ୍ୟକୁ ହତ୍ୟା କରିନାହିଁ, ଅଥବା ପୃଥିବୀ ପୃଷ୍ଠରେ ବିଶୃଙ୍ଖଳା ସୃଷ୍ଟି କରି ନାହିଁ, ତେବେ ଧରାଯିବ ଯେ ସତେ ଯେପରି ସେ ସମଗ୍ର ମାନବସମାଜକୁ ହତ୍ୟା କରିଛି ଏବଂ ଯେଉଁ ବ୍ୟକ୍ତି ଅନ୍ୟର ଜୀବନ ରକ୍ଷାକରିଛି, ତେବେ ଧରାଯିବ ଯେ ଯେପରି ସେ ସମଗ୍ର ମାନବସମାଜକୁ ଜୀବନ ପ୍ରଦାନ କରିଛି।“ (ଅଲ୍‌ ମାଏଦା :୩୩)
ହଜରତ ମହମ୍ମଦ ଥିଲେ ସମ୍ପୂର୍ଣ୍ଣ ମାନବବାଦୀ ଅବତାରୀ ପୁରୁଷ। ତାଙ୍କ ଉପରେ ଅବତୀର୍ଣ୍ଣ ହୋଇଥିବା କୁରଆନ ବାଣୀ, ଯାହାକୁ ଇସ୍‌ଲାମର ଅନୁଶାସନମୂଳକ ସମ୍ବିଧାନ ‘ଶରୀୟତ’ ବୋଲି କୁହାଯାଉଛି, ତାହା ମାଧ୍ୟମରେ ସେ ଆଜିକାଲି ଚର୍ଚ୍ଚାର ପରିସରକୁ ଆସୁଥିବା ଅନେକ ବିତର୍କମୂଳକ ପ୍ରସଙ୍ଗ ଓ ଇସ୍‌ଲାମର ନିରପେକ୍ଷ ନ୍ୟାୟଭିତ୍ତିକ ଗଣତନ୍ତ୍ର ଶାସନ ପଦ୍ଧତି ଉପରେ ବିଶ୍ୱ ମାନବ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇଥିଲେ।
ପ୍ରଖ୍ୟାତ ଦାର୍ଶନିକ ଜର୍ଜ ବର୍ଣ୍ଣାଡ୍‌ ଶ’ଙ୍କ ଭାଷାରେ ”ମାନବସମାଜର ମୁକ୍ତିଦାତା ବୋଲାଉଥିବା ମହମ୍ମଦଙ୍କ ପରି ବ୍ୟକ୍ତି ଯଦି ବର୍ତ୍ତମାନ ମାନବ ଜଗତର ଅଧିନାୟକ ହୋଇଯା’ନ୍ତି, ତା’ହେଲେ ଜଗତରେ ସମସ୍ୟାଗୁଡ଼ିକ ଏପରି ଭାବେ ସମାଧାନ ହୋଇପାରିବ ଯେ ସଂସାରରେ ଯେଉଁ ଶାନ୍ତି, ଅହିଂସା, ନ୍ୟାୟ ଓ ସୁଖ ସମୃଦ୍ଧିର ଆବଶ୍ୟକତା ଦେଖାଦେଇଛି, ତାହା ସହଜରେ ହାସଲ ହୋଇପାରିବ।“
ସହକାରୀ ନିର୍ବାହୀ ଯନ୍ତ୍ରୀ, କେରଙ୍ଗ, ଖୋର୍ଦ୍ଧା,
ମୋ: ୯୪୩୭୬୮୪୮୫୯


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri