ହେମଦସ୍ତାରେ ପିଟି ଆଈଙ୍କୁ ହତ୍ୟାକଲେ ନାତୁଣୀ

ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗ୍ରାମରେ ଶୁକ୍ରବାର ରାତିରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶଶୀ ଦାସ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ୧୬ ବର୍ଷୀୟା ନାତୁଣୀ ଏକ ହେମଦସ୍ତାରେ ଆଘାତ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ବୋହୂ ପୂଜାରାଣୀ ଦାସ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଏକ ହତ୍ୟା ମାମଲା (ନଂ.୨୬୬/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କ ଘର କେନ୍ଦ୍ରାପଡ଼ା ଜିଲା ପୁରସ୍ତମପୁର ଗ୍ରାମରେ। ସେ ପ୍ରାୟ ମାସେ ହେଲା ନପଙ୍ଗ ଗ୍ରାମରେ ଆଈ ଶଶୀଙ୍କ ଘରେ ରହୁଥିଲେ। ସେ ମାନସିକ ଅନଗ୍ରସର ଥିବା ଯୋଗୁ ଆଈଙ୍କ ସହ ସବୁବେଳେ ପାଟିଗୋଳ କରୁଥିଲେ। ଶୁକ୍ରବାର ରାତିରେ ଶଶୀଙ୍କ ମୁଣ୍ଡକୁ ପିଟିଦେବା ପରେ ଦାଣ୍ଡରେ ଆସି ଚିତ୍କାର କରି କାନ୍ଦିଥିଲେ। ଗ୍ରାମବାସୀ କାନ୍ଦ ଶୁଣି ଦୌଡ଼ି ଆସି ଶଶୀଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ରାତିରେ ଜଣାଇବା ପରେ ଭାରପ୍ରାପ୍ତ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଏଏସ୍‌ଆଇ ଅନୁରାଗ ମହାନ୍ତି ଓ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ନାବାଳିକାଙ୍କୁ ଥାନାକୁ ନେଇଯିବା ସହ ଉକ୍ତ ଗ୍ରାମରେ ପୋଲିସ ଜଗାଇଥିଲେ। ଶନିବାର ସକାଳେ ସାଇଣ୍ଟିଫିକ ଟିମ୍‌, ଭଦ୍ରକ ସଦର ଏସ୍‌ଡିପିଓ ସାର୍ଥକ ରାୟ ଏବଂ ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ସମ୍ପୃକ୍ତ ନାବାଳିକା ହେମଦସ୍ତା ପୁଆରେ ଆଈ ମୁଣ୍ଡକୁ ପିଟି ମାରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ହେମଦସ୍ତା ପୁଆକୁ ଜବତ କରିଥିବା ବେଳେ ଅପରାହ୍ନରେ ନାବାଳିକାଙ୍କୁ ଭଦ୍ରକ କୋର୍ଟରେ ହାଜର କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri