କରୋନା ପରିଚାଳନା ନେଇ ମିଛ ତଥ୍ୟ ରଖୁଛନ୍ତି ସରକାର

ଭୁବନେଶ୍ୱର,୨।୧୦(ବ୍ୟୁରୋ): କରୋନା ପରିଚାଳନାରେ ସରକାର ଯେଉଁ ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର। ଅସତ୍ୟ ଉପରେ ଆଧାରିତ ତଥ୍ୟ ବଳରେ ଡବ୍ଲ୍ୟୁଏଚ୍‌ଓ ପାଖରୁ ଯେଉଁ ପ୍ରମାଣପତ୍ର ହାସଲ କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ନେତା ସୁଦର୍ଶନ ଦାସ କହିଛନ୍ତି, ସରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଉପକଣ୍ଠର ‘ମୁକ୍ତିଦ୍ୱାର’ ମଶାଣିରେ ସତ୍କାର ହୋଇଥିବା କରୋନା ମୃତ୍ୟୁର ହିସାବ ଦେଇଛନ୍ତି। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୧୪ ଭିତରେ ଏହି ମଶାଣିରେ ୮୨ କରୋନା ଜନିତ ମୃତ୍ୟୁର ଶବଦାହ ହୋଇଛି। ‘ମୁକ୍ତିଦ୍ୱାର’ ପରିଚାଳନା କମିଟି ଏ ବାବଦରେ ମୃତଦେହ ପିଛା ୭୫୦୦ ଟଙ୍କା ହିସାବରେ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଶାସନ ପାଖରେ ବିଲ୍‌ ଦାଖଲ କରିଛି। ସେହି ସମୟ ଭିତରେ ୬ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି ଯାହା ‘ମୁକ୍ତିଦ୍ୱାର’ ମଶାଣିକୁ ଆସିନାହିଁ। ବାଲେଶ୍ୱରର ଜ୍ୟୋତି କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଦୁଇଜଣ କରୋନା ରୋଗୀଙ୍କ ଶବକୁ ମଧ୍ୟ ପରିବାର ଲୋକେ ଜବରଦସ୍ତ ନେଇଯାଇ ନିଜ ଗ୍ରାମରେ ଦାହ କରିଛନ୍ତି। ପୁନଶ୍ଚ ଏହି ସମୟ ଭିତରେ କଟକ ଓ ଭୁବନେଶ୍ୱରରେ ମଧ୍ୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ଯାହା ‘ମୁକ୍ତିଦ୍ୱାର’ରେ ଦାହ ନ ହୋଇ ସେମାନଙ୍କ ଗଁା ମଶାଣିରେ ହୋଇଛି। ହିସାବ ମୁତାବକ ବାଲେଶ୍ୱରରେ କରୋନା ମୃତ୍ୟୁ ଶହେରୁ ଊର୍ଦ୍ଧ୍ୱ ହେବ। ମାତ୍ର ସରକାରଙ୍କ ହିସାବ ମୁତାବକ ଏହି ସମୟ ଭିତରେ ୨୧ ଜଣଙ୍କ କରୋନା ମୃତ୍ୟୁ ହୋଇଛି। ଏଥିରୁ ସରକାର ତଥ୍ୟ ଲୁଚାଉଥିବା ସ୍ପଷ୍ଟ ଜଣାପଡୁଛି ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସରକାରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି କହିଛନ୍ତି, କରୋନା ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଅବହେଳା ଅକ୍ଷମଣୀୟ ଏବଂ ଦୁର୍ଭାଗ୍ୟଜନକ। କରୋନା ରୋଗୀମାନେ ଆଇସିୟୁ ଏବଂ ଭେଣ୍ଟିଲେଟର ନ ପାଇ ଡହଳବିକଳ ହେଉଛନ୍ତି। ପିଏମ୍‌ କେୟାର ପାଣ୍ଠିରୁ ୫୬୭ ଭେଣ୍ଟିଲେଟର ରାଜ୍ୟ ସରକାରଙ୍କୁ ମିଳିଥିଲା। ଏବେ ସୁଦ୍ଧା ମାତ୍ର ୧୪୭ ଭେଣ୍ଟିଲେଟର ବ୍ୟବହୃତ ହୋଇଛି । ଅନ୍ୟଗୁଡ଼ିକ ଘର ଭିତରେ ପଡ଼ି ରହିଛି। ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତାର ପରିଚୟ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri