ଚୈତନ୍ୟଙ୍କ ମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ

ପୁରୀ ଅଫିସ,୧୬।୩: ସ୍ଥାନୀୟ ମାତାମଠସ୍ଥିତ ଶ୍ରୀଚୈତନ୍ୟଙ୍କ ୩୫ ଫୁଟ ମୂର୍ତ୍ତି ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରୀଗୌରବିହାର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମାତାମଠ ପରିସରରେ ଶ୍ରୀଚୈତନ୍ୟଙ୍କର ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ପୂର୍ବାହ୍ନ ୧୧ଟା ୩୫ରେ ମାତାମଠରେ ପହଞ୍ଚତ୍ଥିଲେ। ପ୍ରତିମୂର୍ତ୍ତି ଅନାବରଣ ଶେଷ କରିବା ପରେ ଭାଗବତ ମଣ୍ଡପଠାରେ ଆୟୋଜିତ ଭାଗବତ କଥାମୃତରେ ସେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଦୀପ ପ୍ରଜ୍ୱଳନ, ଫଳକ ଉନ୍ମୋଚନ କରାଯାଇଥିଲା। ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମାଟିରେ ଜନ୍ମିତ ସମସ୍ତ ମଣିଷ ଜଣେ ଜଣେ ଈଶ୍ୱର। ଉତ୍କଳୀୟ ସଂସ୍କୃତି ଓ ଓଡ଼ିଆଙ୍କ ମିଠାକଥାର ଶ୍ରେୟ ଶ୍ରୀଚୈତନ୍ୟଙ୍କୁ ଯାଇଥାଏ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତକୁ ସମଗ୍ର ଭାରତବର୍ଷରେ ପ୍ରଚାର ପ୍ରସାର କରିଥିବା ଶ୍ରୀଚୈତନ୍ୟ ରାଧାକୃଷ୍ଣ ଅପ୍ରାକୃତ ପ୍ରେମ ଓ ଅଚିନ୍ତ୍ୟ ଭେଦ-ଅଭେଦକୁ ସାର୍ବଜନୀନ କରିବାରେ ତାଙ୍କ ଅବଦାନ ଅତୁଳନୀୟ ହୋଇ ରହିବ। ସେହିଭଳି ସଂସାରରେ ପ୍ରେମର ଭୂମିକାକୁ ଅଦ୍ୱିତୀୟ ବୋଲି ବର୍ଣ୍ଣନା କରିବା ସହ ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ବିନାଶକାରୀ ବୋଲି କହିଥିଲେ ରାଜ୍ୟପାଳ ଲାଲ। ଆହୁରି ସେ କହିଛନ୍ତି, ଭାରତର ଆଧ୍ୟାତ୍ମିକ ଏକାତ୍ମତା ଆଗାମୀ ସମ୍ଭାବ୍ୟ ବିଶ୍ୱଯୁଦ୍ଧ ବିରୋଧରେ ଦୃଢ଼ ଭାବେ ଠିଆ ହେବ। ବିଶ୍ୱକୁ ଭାରତ ଯେଉଁ ଭାଇଚାରା ଓ ଆତ୍ମୀୟତାର ଶିକ୍ଷା ଦେଇଛି ତାହା ଅନ୍ୟ କେଉଁଠାରେ ହେବା ସମ୍ଭବପର ହୋଇପାରି ନାହିଁ। ଏହି ଅବସରରେ ଭାଗବତ ମଣ୍ଡପରେ ରାଜ୍ୟପାଳଙ୍କ ସମେତ ସୁବଳ ଦାସ ମହାରାଜ ସ୍ବାଗତ ଭାଷଣ ଦେଇଥିବା ବେଳେ ପରମହଂସ ପ୍ରଜ୍ଞାନାନନ୍ଦ ଓ ଡ.ରାମଚରଣ ଦାଶ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି କଳା ସ୍ଥାପତ୍ୟ ପାଇଁ ପ୍ରଫୁଲ୍ଲ ବେହେରା ଓ ବସନ୍ତ ବେହେରା, ଧର୍ମର ପ୍ରଚାର ପ୍ରସାର ପାଇଁ ମହନ୍ତ ଶ୍ରୀନିବାସ ଦାଶ, ସଙ୍ଗୀତ ପାଇଁ ବଦ୍ରି ମିଶ୍ର, ନୃତ୍ୟ ପାଇଁ ଲିନା ମହାନ୍ତି, ସମାଜସେବା ପାଇଁ ଦୁର୍ଗାପ୍ରସାଦ ବିଶୋଇ, ହରିହର ଦୋରା ଓ ଦିଲୀପ ପଟ୍ଟନାୟକଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀଚୈତନ୍ୟ ସମ୍ମାନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri