ଚୈତନ୍ୟଙ୍କ ମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ

ପୁରୀ ଅଫିସ,୧୬।୩: ସ୍ଥାନୀୟ ମାତାମଠସ୍ଥିତ ଶ୍ରୀଚୈତନ୍ୟଙ୍କ ୩୫ ଫୁଟ ମୂର୍ତ୍ତି ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରୀଗୌରବିହାର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମାତାମଠ ପରିସରରେ ଶ୍ରୀଚୈତନ୍ୟଙ୍କର ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ପୂର୍ବାହ୍ନ ୧୧ଟା ୩୫ରେ ମାତାମଠରେ ପହଞ୍ଚତ୍ଥିଲେ। ପ୍ରତିମୂର୍ତ୍ତି ଅନାବରଣ ଶେଷ କରିବା ପରେ ଭାଗବତ ମଣ୍ଡପଠାରେ ଆୟୋଜିତ ଭାଗବତ କଥାମୃତରେ ସେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଦୀପ ପ୍ରଜ୍ୱଳନ, ଫଳକ ଉନ୍ମୋଚନ କରାଯାଇଥିଲା। ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମାଟିରେ ଜନ୍ମିତ ସମସ୍ତ ମଣିଷ ଜଣେ ଜଣେ ଈଶ୍ୱର। ଉତ୍କଳୀୟ ସଂସ୍କୃତି ଓ ଓଡ଼ିଆଙ୍କ ମିଠାକଥାର ଶ୍ରେୟ ଶ୍ରୀଚୈତନ୍ୟଙ୍କୁ ଯାଇଥାଏ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତକୁ ସମଗ୍ର ଭାରତବର୍ଷରେ ପ୍ରଚାର ପ୍ରସାର କରିଥିବା ଶ୍ରୀଚୈତନ୍ୟ ରାଧାକୃଷ୍ଣ ଅପ୍ରାକୃତ ପ୍ରେମ ଓ ଅଚିନ୍ତ୍ୟ ଭେଦ-ଅଭେଦକୁ ସାର୍ବଜନୀନ କରିବାରେ ତାଙ୍କ ଅବଦାନ ଅତୁଳନୀୟ ହୋଇ ରହିବ। ସେହିଭଳି ସଂସାରରେ ପ୍ରେମର ଭୂମିକାକୁ ଅଦ୍ୱିତୀୟ ବୋଲି ବର୍ଣ୍ଣନା କରିବା ସହ ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ବିନାଶକାରୀ ବୋଲି କହିଥିଲେ ରାଜ୍ୟପାଳ ଲାଲ। ଆହୁରି ସେ କହିଛନ୍ତି, ଭାରତର ଆଧ୍ୟାତ୍ମିକ ଏକାତ୍ମତା ଆଗାମୀ ସମ୍ଭାବ୍ୟ ବିଶ୍ୱଯୁଦ୍ଧ ବିରୋଧରେ ଦୃଢ଼ ଭାବେ ଠିଆ ହେବ। ବିଶ୍ୱକୁ ଭାରତ ଯେଉଁ ଭାଇଚାରା ଓ ଆତ୍ମୀୟତାର ଶିକ୍ଷା ଦେଇଛି ତାହା ଅନ୍ୟ କେଉଁଠାରେ ହେବା ସମ୍ଭବପର ହୋଇପାରି ନାହିଁ। ଏହି ଅବସରରେ ଭାଗବତ ମଣ୍ଡପରେ ରାଜ୍ୟପାଳଙ୍କ ସମେତ ସୁବଳ ଦାସ ମହାରାଜ ସ୍ବାଗତ ଭାଷଣ ଦେଇଥିବା ବେଳେ ପରମହଂସ ପ୍ରଜ୍ଞାନାନନ୍ଦ ଓ ଡ.ରାମଚରଣ ଦାଶ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି କଳା ସ୍ଥାପତ୍ୟ ପାଇଁ ପ୍ରଫୁଲ୍ଲ ବେହେରା ଓ ବସନ୍ତ ବେହେରା, ଧର୍ମର ପ୍ରଚାର ପ୍ରସାର ପାଇଁ ମହନ୍ତ ଶ୍ରୀନିବାସ ଦାଶ, ସଙ୍ଗୀତ ପାଇଁ ବଦ୍ରି ମିଶ୍ର, ନୃତ୍ୟ ପାଇଁ ଲିନା ମହାନ୍ତି, ସମାଜସେବା ପାଇଁ ଦୁର୍ଗାପ୍ରସାଦ ବିଶୋଇ, ହରିହର ଦୋରା ଓ ଦିଲୀପ ପଟ୍ଟନାୟକଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀଚୈତନ୍ୟ ସମ୍ମାନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri