ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବେ ସରକାର;ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରୟାସ

ନୂଆଦିଲ୍ଲୀ,୨୬।୬ : କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି( ଆଇଏମ୍‌ଏଫ୍‌) ପୂର୍ବାନୁମାନ କରିଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି କେନ୍ଦ୍ର ସରକାର ‘ଆତ୍ମନିର୍ଭର’ ଭାରତ ଯୋଜନା ଉପରେ ଫୋକସ କରିଛନ୍ତି। ଚାଇନା ଭଳି ଦେଶଗୁଡିକର ନିର୍ଭରତା କମାଇବା ସହ ନିଜ ଦେଶରେ ସାମଗ୍ରୀ ଉତ୍ପାଦନ କରିବା ଉପରେ ଏବେ ଅଗ୍ରାଧିକାର ଦିଆଯାଉଛି। ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ସବୁବେଳେ ଅଧିକ ରହୁଛି। ଅର୍ଥାତ୍‌ ଭାରତ ଯେତେ ସାମଗ୍ରୀ ଚାଇନା ପଠାଉଛି ତା’ଠାରୁ ଢେର ଅଧିକ ସାମଗ୍ରୀ ସେଠାରୁ ଆଣୁଛି। ଭାରତକୁ ଚାଇନା ଭଳି ମାନୁଫାକ୍‌ଚରିଂ ହବରେ ରୂପାନ୍ତରିତ କରିବା ସହ ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ପ୍ରଦାନ କରିବାକୁ ଯୋଜନା ରଖାଯାଇଛି। ଏହାକୁ କଥାରେ କହିବା ସହଜ କିନ୍ତୁ। କିନ୍ତୁ ପୂର୍ବର ଅନୁଭବଗୁଡିକୁ ବିଚାର କଲେ ଲକ୍ଷ୍ୟ ହାସଲ କରିବା କାଠିକର ପାଠ ବୋଲି ବିଶେଷଜ୍ଞ କୁହନ୍ତି।
କରୋନା ପାଇଁ ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ହେବା ଯୋଗୁ ଚାଇନାରୁ କଞ୍ଚାମାଲ ଆସିବା ବାଧାପ୍ରାପ୍ତ ହୋଇଛି। ଏହି ସମୟରେ କମ୍ପାନୀ ବିଭିନ୍ନ ସମସ୍ୟା ସାମ୍ନା କରିଛନ୍ତି। ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। ଭାରତରେ ମାନୁଫାକଚରିଂ ଦ୍ୱାରା ନିର୍ଭରତା ହ୍ରାସ ଏବଂ ଲୋକଙ୍କୁ ଚାକିରି ଦେବା ବର୍ତ୍ତମାନ ବିଶେଷ ଗୁରୁତ୍ୱ ବହନକରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଭାରତରେ ପୂର୍ବରୁ ପିପିଇ କିଟ୍‌ ନିର୍ମାଣ ହେଉ ନ ଥିଲା। ଚାଇନାରୁ ଆସୁଥିବା ଏହି କିଟ୍‌ ଗୁଣବତ୍ତା ମାନକ ଠିକ୍‌ ନ ରହିବା ଯୋଗୁ ଘରୋଇ ବଜାରରେ ଏହା ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଚାଇନା ପରେ ଭାରତ ଦ୍ୱିତୀୟ ସର୍ବବୃହତ୍‌ ପିପିଇ କିଟ୍‌ ଉତ୍ପାଦନକାରୀ ମାନ୍ୟତା ଲାଭ କରିଛି। ଏଭଳି ସ୍ଥିତିରେ ସରକାର ‘ଲୋକାଲ ଫର୍‌ ଭୋକାଲ’କୁ ଅଧିକ ଗୁରୁତ୍ୱ ଦେବା କଥା ମଧ୍ୟ କହୁଛନ୍ତି। ସେହିଭଳି ଚାଇନାର ପ୍ରାୟ ୩୦୦ ଉତ୍ପାଦ ବର୍ଗରେ ସାମଗ୍ରୀ ଆମଦାନୀ ନ କରିବା ଲାଗି ଦେଶର ବିଭିନ୍ନ ସଂଘ ବୟକଟ ଚାଇନା ସାମଗ୍ରୀ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏହାକୁ ସରକାର ମଧ୍ୟ ସମର୍ଥନ କରୁଛନ୍ତି। ବିଭିନ୍ନ ବର୍ଗରେ ସାମଗ୍ରୀରୁ ଆମଦାନୀ କମ୍‌ କରିବା ଲାଗି ଘରୋଇ ବଜାରରେ ପ୍ରଡକ୍ଟ ପ୍ରସ୍ତୁତି ଉପରେ ବର୍ତ୍ତମାନ ନଜର ରଖାଯାଇଛି।
ଏଭଳି ସମୟରେ ଭାରତ ଆତ୍ମନିର୍ଭରତାର ପ୍ରକୃତ ଅର୍ଥକୁ ବୁଝିବାର ସମୟ ଆସିଛି ବୋଲି ବିଶେଷଜ୍ଞ ମତ ରଖନ୍ତି। ପ୍ରଧାନମନ୍ତ୍ରୀ ୨୦୧୪ରେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥାରେ ମାନୁଫାକଚରିଂର ରହିଥିବା ଯୋଗଦାନକୁ ୧୫%ରୁ ବଢାଇ ୨୦୨୦ ସୁଦ୍ଧା ୨୫% କରିବା ଲକ୍ଷ୍ୟ ରଖିଥିଲେ। ଏହାକୁ ସେତେଟା ସଫଳତା ମିଳିନାହିଁ। ବର୍ତ୍ତମାନ ସରକାର ‘ଭୋକାଲ ଫର୍‌ ଲୋକାଲ’ ଉପରେ ଜୋର ଦେଉଛନ୍ତି। ପ୍ରତି କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡିକୁ ଉତ୍ସାହିତ କରାଯାଉଛି। କମ୍ପାନୀଗୁଡିକୁ ବିଶେଷ ସୁବିଧା ସୁଯୋଗ ଯୋଗାଣ ଉପରେ କାର୍ଯ୍ୟକ୍ରମ ଜାରି ରହିଛି। ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କଣ୍ଟ୍ରାକ୍ଟରେ ବିଦେଶୀ କମ୍ପାନୀଙ୍କୁ ସୁଯୋଗ ବନ୍ଦ କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ଲାଗି ୩ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଆସିଛି। ବିନା ଗ୍ୟାରେଣ୍ଟିରେ ସରକାର ଏହି ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ଅର୍ଥ ବିଶେଷଜ୍ଞଙ୍କ କହିବା ମୁତାବକ ସରକାର ନିବେଶକଙ୍କୁ ଆକର୍ଷିତ କରିବା ଲାଗି ସୁବିଧା ଦେବା ଆବଶ୍ୟକ। ଭାରତ ଏ କ୍ଷେତ୍ରରେ ବହୁତ ପଛୁଆ ରହିଛି। ବିଭିନ୍ନ ଅସବିଧାକୁ ସମାଧାନ କରିବା ଉପରେ ସରକାର କାମ କରନ୍ତୁ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri