ପିଆଜ ଦରବୃଦ୍ଧିରେ ଲଗାମ କଷିବେ ସରକାର

ଭୁବନେଶ୍ୱର,୨୬।୫(ଅନୁରାଧା ମହାରଣା)ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ପନିପରିବା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ବିଭନ୍ନ ରାଜ୍ୟରେ ପିଆଜ କିଲୋଗ୍ରାମ ପ୍ରତି ପ୍ରାୟ ୫୦ରୁ ୬୦ ଟଙ୍କାରେ ପହଞ୍ଚତ୍ଲାଣି। ଯଦିଓ ଅନେକ କ୍ଷେତ୍ରରେ ସ୍ଥାନୀୟ କାରଣରୁ ପିଆଜ ମୂଲ୍ୟ ବୃଦ୍ଧି ପାଉଛି ମାତ୍ର ସାଧାରଣ ଲୋକଙ୍କୁ ଏହି ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ବର୍ଷାଋତୁରେ ପିଆଜ ଦର ଆକାଶଛୁଆଁ ହେବ ବୋଲି ଆଶଙ୍କା କରାଯାଉଛି। ସରକାରୀ ସୂଚନାନୁଯାୟୀ ମହାରାଷ୍ଟ୍ର, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ସ୍ବଳ୍ପ ଉତ୍ପାଦନ ରେକର୍ଡ କରାଯାଇଛି। ଏହି କାରଣରୁ ବିଶ୍ୱର ବୃହତ୍ତମ ପିଆଜ ରପ୍ତାନିକାରୀ ଭାରତର ଉତ୍ପାଦନ ୨୦୨୩-୨୪ ରେ ୧୬ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏଥର ପିଆଜ ଉତ୍ପାଦନ ୨ କୋଟି ୫୪.୭ ଲକ୍ଷ ଟନ୍‌ ହେବ ବୋଲି ଆଶା କରାଯାଉଛି ଯାହାର ପରିମାଣ ପୂର୍ବ ଅପେକ୍ଷା କମ୍‌ ।
ତେବେ ପିଆଜ ଦରରେ ଲଗାମ ଲଗାଇବା ଦିଗରେ ସରକାରୀ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧ ଲକ୍ଷ ଟନ୍‌ ବଫର ଷ୍ଟକ୍‌ ସୃଷ୍ଟି କରିବାକୁ ପିଆଜର ବିକିରଣ ପ୍ରକ୍ରିୟାକରଣକୁ ସରକାର ଯଥେଷ୍ଟ ବୃଦ୍ଧି କରିବାକୁ ଯୋଜନା କରୁଥିବା ସୂଚନା ରହିଛି। ଏହି ପଦକ୍ଷେପ ମାଧ୍ୟମରେ ସରକାର ପିଆଜର ଦର ବୃଦ୍ଧି ବନ୍ଦ କରିବାକୁ ଚାହୁଁଛନ୍ତି। ଖାଦ୍ୟ ସାମଗ୍ରୀ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି ଏବଂ ଏହାର ଅଭାବ ଏଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ବିଭିନ୍ନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖବର ସାମ୍‌ନାକୁ ଆସୁଛି । ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସଚିବ ନିଧି ଖରେ କହିଛନ୍ତି , ପିଆଜ ସଂରକ୍ଷଣ କିମ୍ବା ହୋର୍ଡିଂ ହେତୁ ତଥା ଯୋଗାଣରେ ସମସ୍ୟା ହେତୁ ମୂଲ୍ୟ ଅସ୍ଥିରତା ଦେଖାଯାଏ। ଏହାକୁ ରୋକିବା ପାଇଁ ସରକାର ପିଆଜର ସ୍ବଜୀବନ(ସେଲ୍‌ଫ ଲାଇଫ୍‌) ବଢ଼ାଇବା ପାଇଁ ବହୁ ପରିମାଣରେ ରେଡିଏଶନ୍‌ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ଏନେଇ ୫୦ଟି ବିକିରଣ କେନ୍ଦ୍ର ଚିହ୍ନଟ କରାଯାଉଛି। ଯଦି ଏହା ସଫଳ ହୁଏ, ତେବେ ଚଳିତ ବର୍ଷ ୧ ଲକ୍ଷ ଟନ ବିକିରଣ ପ୍ରକ୍ରିୟାକୃତ ପିଆଜ ଗଚ୍ଛିତ କରିବାରେ ସକ୍ଷମ ହେବେ ବୋଲି କେନ୍ଦ୍ର ଆଶା ରଖିଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ସରକାରୀ ଏଜେନ୍ସି ନାଫେଡ୍‌ ଏବଂ ଏନ୍‌ସିସିଏଫ୍‌କୁ ନୂଆ ରେଡିଏଶନ୍‌ ଫ୍ୟାସିଲିଟି ସନ୍ଧାନ କରିବାକୁ ପରାମର୍ଶ ଦେଇଛି। ବଫର ଷ୍ଟକ୍‌ ସୃଷ୍ଟି କରିବାକୁ ଏହି ଏଜେନ୍ସିକୁଡ଼ିକ ଚଳିତ ବର୍ଷ ୫ ଲକ୍ଷ ଟନ୍‌ ପିଆଜ କିଣୁଛନ୍ତି। ସୋନିପତ, ଠାଣେ, ନାସିକ ଏବଂ ମୁମ୍ବାଇ ଭଳି ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ରେଡିଏଶନ ସେଣ୍ଟର ଉପଲବ୍ଧ କରାଇବା ପାଇଁ ଯୋଜନା ରହିଛି। ଖରେ ଏହା ମଧ୍ୟ କହିଛନ୍ତି, ବଫର ଷ୍ଟକ୍‌ଗୁଡିକର ଶୀଘ୍ର ପରିବହନକୁ ସୁଗମ କରିବା ପାଇଁ ପ୍ରମୁଖ ରେଳ ହବ୍‌ରେ ନିୟନ୍ତ୍ରିତ ପରିବେଶ ସଂରକ୍ଷଣ ସୁବିଧା ସ୍ଥାପନ କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି। ଗତ ବର୍ଷ ମହାରାଷ୍ଟ୍ରର ଉତ୍ପାଦନ କ୍ଷେତ୍ର ନିକଟରେ ୧୨୦୦ ଟନ୍‌ ଅଳ୍ପ ପରିମାଣରେ ପିଆଜର ବିକିରଣ ପ୍ରକ୍ରିୟାକରଣ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri