ପିଆଜ ଦରବୃଦ୍ଧିରେ ଲଗାମ କଷିବେ ସରକାର

ଭୁବନେଶ୍ୱର,୨୬।୫(ଅନୁରାଧା ମହାରଣା)ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ପନିପରିବା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ବିଭନ୍ନ ରାଜ୍ୟରେ ପିଆଜ କିଲୋଗ୍ରାମ ପ୍ରତି ପ୍ରାୟ ୫୦ରୁ ୬୦ ଟଙ୍କାରେ ପହଞ୍ଚତ୍ଲାଣି। ଯଦିଓ ଅନେକ କ୍ଷେତ୍ରରେ ସ୍ଥାନୀୟ କାରଣରୁ ପିଆଜ ମୂଲ୍ୟ ବୃଦ୍ଧି ପାଉଛି ମାତ୍ର ସାଧାରଣ ଲୋକଙ୍କୁ ଏହି ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ବର୍ଷାଋତୁରେ ପିଆଜ ଦର ଆକାଶଛୁଆଁ ହେବ ବୋଲି ଆଶଙ୍କା କରାଯାଉଛି। ସରକାରୀ ସୂଚନାନୁଯାୟୀ ମହାରାଷ୍ଟ୍ର, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ସ୍ବଳ୍ପ ଉତ୍ପାଦନ ରେକର୍ଡ କରାଯାଇଛି। ଏହି କାରଣରୁ ବିଶ୍ୱର ବୃହତ୍ତମ ପିଆଜ ରପ୍ତାନିକାରୀ ଭାରତର ଉତ୍ପାଦନ ୨୦୨୩-୨୪ ରେ ୧୬ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏଥର ପିଆଜ ଉତ୍ପାଦନ ୨ କୋଟି ୫୪.୭ ଲକ୍ଷ ଟନ୍‌ ହେବ ବୋଲି ଆଶା କରାଯାଉଛି ଯାହାର ପରିମାଣ ପୂର୍ବ ଅପେକ୍ଷା କମ୍‌ ।
ତେବେ ପିଆଜ ଦରରେ ଲଗାମ ଲଗାଇବା ଦିଗରେ ସରକାରୀ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧ ଲକ୍ଷ ଟନ୍‌ ବଫର ଷ୍ଟକ୍‌ ସୃଷ୍ଟି କରିବାକୁ ପିଆଜର ବିକିରଣ ପ୍ରକ୍ରିୟାକରଣକୁ ସରକାର ଯଥେଷ୍ଟ ବୃଦ୍ଧି କରିବାକୁ ଯୋଜନା କରୁଥିବା ସୂଚନା ରହିଛି। ଏହି ପଦକ୍ଷେପ ମାଧ୍ୟମରେ ସରକାର ପିଆଜର ଦର ବୃଦ୍ଧି ବନ୍ଦ କରିବାକୁ ଚାହୁଁଛନ୍ତି। ଖାଦ୍ୟ ସାମଗ୍ରୀ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି ଏବଂ ଏହାର ଅଭାବ ଏଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ବିଭିନ୍ନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖବର ସାମ୍‌ନାକୁ ଆସୁଛି । ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସଚିବ ନିଧି ଖରେ କହିଛନ୍ତି , ପିଆଜ ସଂରକ୍ଷଣ କିମ୍ବା ହୋର୍ଡିଂ ହେତୁ ତଥା ଯୋଗାଣରେ ସମସ୍ୟା ହେତୁ ମୂଲ୍ୟ ଅସ୍ଥିରତା ଦେଖାଯାଏ। ଏହାକୁ ରୋକିବା ପାଇଁ ସରକାର ପିଆଜର ସ୍ବଜୀବନ(ସେଲ୍‌ଫ ଲାଇଫ୍‌) ବଢ଼ାଇବା ପାଇଁ ବହୁ ପରିମାଣରେ ରେଡିଏଶନ୍‌ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ଏନେଇ ୫୦ଟି ବିକିରଣ କେନ୍ଦ୍ର ଚିହ୍ନଟ କରାଯାଉଛି। ଯଦି ଏହା ସଫଳ ହୁଏ, ତେବେ ଚଳିତ ବର୍ଷ ୧ ଲକ୍ଷ ଟନ ବିକିରଣ ପ୍ରକ୍ରିୟାକୃତ ପିଆଜ ଗଚ୍ଛିତ କରିବାରେ ସକ୍ଷମ ହେବେ ବୋଲି କେନ୍ଦ୍ର ଆଶା ରଖିଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ସରକାରୀ ଏଜେନ୍ସି ନାଫେଡ୍‌ ଏବଂ ଏନ୍‌ସିସିଏଫ୍‌କୁ ନୂଆ ରେଡିଏଶନ୍‌ ଫ୍ୟାସିଲିଟି ସନ୍ଧାନ କରିବାକୁ ପରାମର୍ଶ ଦେଇଛି। ବଫର ଷ୍ଟକ୍‌ ସୃଷ୍ଟି କରିବାକୁ ଏହି ଏଜେନ୍ସିକୁଡ଼ିକ ଚଳିତ ବର୍ଷ ୫ ଲକ୍ଷ ଟନ୍‌ ପିଆଜ କିଣୁଛନ୍ତି। ସୋନିପତ, ଠାଣେ, ନାସିକ ଏବଂ ମୁମ୍ବାଇ ଭଳି ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ରେଡିଏଶନ ସେଣ୍ଟର ଉପଲବ୍ଧ କରାଇବା ପାଇଁ ଯୋଜନା ରହିଛି। ଖରେ ଏହା ମଧ୍ୟ କହିଛନ୍ତି, ବଫର ଷ୍ଟକ୍‌ଗୁଡିକର ଶୀଘ୍ର ପରିବହନକୁ ସୁଗମ କରିବା ପାଇଁ ପ୍ରମୁଖ ରେଳ ହବ୍‌ରେ ନିୟନ୍ତ୍ରିତ ପରିବେଶ ସଂରକ୍ଷଣ ସୁବିଧା ସ୍ଥାପନ କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି। ଗତ ବର୍ଷ ମହାରାଷ୍ଟ୍ରର ଉତ୍ପାଦନ କ୍ଷେତ୍ର ନିକଟରେ ୧୨୦୦ ଟନ୍‌ ଅଳ୍ପ ପରିମାଣରେ ପିଆଜର ବିକିରଣ ପ୍ରକ୍ରିୟାକରଣ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri