କରୋନା ମୁକାବିଲା ପାଇଁ ଖୋଲା ବଜାରରୁ ଋଣ ଆଣିବେ ସରକାର

ଭୁବନେଶ୍ୱର,୨୨ା୭(ବ୍ୟୁରୋ)-କୋଭିଡ୍‌-୧୯ ମହାମାରୀ ଚକ୍ରବୂ୍ୟହରେ ଫସି ଯାଇଛି ରାଜକୋଷ। ନୂତନ ଯୋଜନା କାର୍ଯ୍ୟକାରୀ କରିବା ଦୂରର କଥା ଚାଲୁ ରହିଥିବା ଯୋଜନା ପାଇଁ ମଧ୍ୟ ପାଣ୍ଠି ଅଭାବ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ କରିଥିବା ବଜେଟକୁ କାଣ୍ଟଛାଣ୍ଟ କରିବେ। ଏଥିସହିତ କୋଭିଡ୍‌ ମୁକାବିଲା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଖୋଲା ବଜାରରୁ ଋଣ କରିବେ। ରାଜ୍ୟ ସରକାର ୩ ପ୍ରତିଶତ ସୁଧ ହାରରେ କାମ୍ପା ଫଣ୍ଡ, ଓଡ଼ିଶା ଖଣିଜ ସମ୍ପଦ ଅଞ୍ଚଳ ଉନ୍ନୟନ ନିଗମ(ଓଏମ୍‌ବିଡିଏସି) ମଧ୍ୟ ଋଣ କରିବେ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ସ୍ବାସ୍ଥ୍ୟ ସେବା ଅବ୍ୟାହତ ରଖିବାକୁ ଆବଶ୍ୟକ ଅର୍ଥ ବରାଦ କରାଯିବ। ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁରହିବ। ଶିକ୍ଷା କ୍ଷେତ୍ରରେ ସମସ୍ତ ଯୋଜନା ଜାରିରହିବ। ଗ୍ରାମାଞ୍ଚଳରେ ଜୀବିକା ନିର୍ବାହ ଉପାୟ ବୃଦ୍ଧି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଗୁରତ୍ୱ ଦିଆଯିବ। ଚାଲୁ ରହିଥିବା କାର୍ଯ୍ୟ ଓ ପ୍ରକଳ୍ପ ବନ୍ଦ ହେବ ନାହିଁ। ଅଣ ଅଗ୍ରାଧିକାର କ୍ଷେତ୍ର ଖର୍ଚ୍ଚ ଉପରେ କଟକଣା ଜାରି ରହିବ। କମ୍‌ ସୁଧହାରରେ ମିଳୁଥିବା ପାଣ୍ଠିରୁ ଋଣ କରାଯିବ। ଅନ୍‌ଲାଇନ ସେବା ପ୍ରଦାନ ଓ ଡିଜିଟାଲ ମୋଡରେ କାର୍ଯ୍ୟ ସମ୍ପାଦନକୁ ତ୍ୱରାନ୍ବିତ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, କୋଭିଡ୍‌ କେନ୍ଦ୍ର ସରକାରଙ୍କୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡିକ ପାଇଁ ଆସୁଥିବା ଅନୁଦାନ ହ୍ରାସ ପାଇବ। ଏଥିପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବେ। ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାର ଫାଇନାନ୍ସିଆଲ ରେସ୍‌ପନ୍‌ସିବିଲିଟି ଆଣ୍ଡ ବଜେଟ ମ୍ୟାନେଜମେଣ୍ଟ ଆକ୍ଟ(ଏଫ୍‌ଆର୍‌ବିଏମ) ଆଇନ ଧାର୍ଯ୍ୟ ଲକ୍ଷ୍ୟରେ କାର୍ଯ୍ୟକରି ଚାଲିଥିଲେ । ବାର୍ଷିକ ୩ ପ୍ରତିଶତରୁ ଅଧିକ ଅର୍ଥ ଋଣ କରିବାକୁ ପଡୁ ନ ଥିଲା। ବର୍ତ୍ତମାନ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର .୫ ପ୍ରତିଶତ ଅଧିକ ଋଣ କରିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ୩.୫ ପ୍ରତିଶତ ପର୍ଯ୍ୟନ୍ତ ଋଣ କରିପାରିବେ। ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କ ଜୀବନ ବଞ୍ଚାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମେଡିକାଲ ଉପକରଣ ଏବଂ ଆବଶ୍ୟକତା ପାଇଁ ଅର୍ଥ ବ୍ୟୟ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ପ୍ରବାସୀ ଶ୍ରମିକମାନେ ଅଛନ୍ତି । ସେମାନଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଆବଶ୍ୟକ ଅର୍ଥ ବ୍ୟୟ କରାଯିବ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ। ଜରୁରୀ ନ ଥିବା ଯୋଜନାଗୁଡିକ ପାଇଁ ହୋଇଥିବା ବ୍ୟୟ ବରାଦ ଉପରେ ଅଙ୍କୁଶ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri