Categories: ଜାତୀୟ

ସର୍ଭାଇକାଲ କ୍ୟାନସର ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ୯-୧୪ ବାଳିକାଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଦେଶର ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ମୋଦି ସରକାରଙ୍କ ଅନେକ ସଫଳତାକୁ ଗଣନା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ବିକାଶକୁ ନେଇ ବଜେଟରେ ଅନେକ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯-୧୪ ବର୍ଷ ବୟସର ବାଳିକାମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନର ଆରମ୍ଭ ମିଶନ ‘ଇନ୍ଦ୍ରଧନୁଷ’ ଅଧୀନରେ ଆରମ୍ଭ ହେବ ।

Share