କରୋନା କଟକଣା ଉଠାଇଲେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରୁ ସମସ୍ତ କରୋନା କଟକଣାକୁ ହଟାଇ ଦେଇଛନ୍ତି ସରକାର। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏହି କଟକଣାକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଆବଶ୍ୟକ ଥିଲେ ଲୋକେ ସ୍ବଇଚ୍ଛାରେ ନିୟମ ମାନିପାରିବେ ବୋଲି ସରକାର କହିଛନ୍ତି। ଯେଉଁଠି ଆବଶ୍ୟକ ପଡ଼ିବ ସେଠି କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ସରକାର।