ଇ-ଡେସ୍‌ପାଚ୍‌ରେ ତଥ୍ୟ ଦେଉନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ‘୫-ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ ସମସ୍ତ କାର୍ଯ୍ୟ ଓ ଯୋଜନାରେ ସ୍ବଚ୍ଛତା ଆଣିବାକୁ ଉଦ୍ୟମ ହେଉଛି। ହେଲେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୁର୍ଣ୍ଣ ବିଭାଗ ବହୁ ତଥ୍ୟ ଜନସାଧାରଣଙ୍କୁ ଲୁଚାଉଥିବା ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ପ୍ରତିଦିନ ଲେଖାଯାଉଥିବା ଚିଠି ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଦିଆଯାଉନି। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଇ-ଡେସ୍‌ପାଚ୍‌ ବ୍ୟବସ୍ଥାକୁ ବହୁ ବିଭାଗ ଏପର୍ଯ୍ୟନ୍ତ କାର୍ଯ୍ୟରେ ଲଗାଉ ନ ଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ କ’ଣ ଓ କିଭଳି କାର୍ଯ୍ୟ କରିଛନ୍ତି ତାହାକୁ ବିଭାଗର ୱେବ୍‌ସାଇଟରେ ଅପ୍‌ଡେଟ କରାଯାଉନାହିଁ। ଫଳରେ ତଥ୍ୟ ଆବଶ୍ୟକ କରୁଥିବା ସାଧାରଣ ଜନତା ଏନେଇ ପ୍ରଶ୍ନ ଉଠାଇଛନ୍ତି।
ବିଭାଗୀୟ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ପ୍ରାୟ ୬ବର୍ଷ ତଳେ ଇ-ଡେସ୍‌ପାଚ୍‌ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ପ୍ରତିଦିନ ଅପଡେଟ୍‌ ହେବାକୁ ନିର୍ଦ୍ଦେଶ ରହିଥିଲା। ସାଧାରଣ ଲୋକେ ଯେପରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଚିବ ତଥା ପ୍ରଶାସନିକ ଅଧିକାରୀମାନେ ବିଭାଗୀୟ କେଉଁ ଅଧିକାରୀଙ୍କ ପାଖକୁ ଚିଠି ଲେଖୁଛନ୍ତି, ବିଭାଗ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ କ’ଣ ଚିଠି ଯାଉଛି ଏବଂ ବିଭାଗ ଯେଉଁସବୁ ଚିଠି ଗ୍ରହଣ କରୁଛି ତାହାକୁ ଇ-ଡେସ୍‌ପାଚ୍‌ରେ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୯ ବିଭାଗ ମଧ୍ୟରୁ ମାତ୍ର ଅଳ୍ପ କିଛି ବିଭାଗ ନିୟମିତ ତଥ୍ୟ ଦେଉଥିବାବେଳେ ଅଧାରୁ ଅଧିକ ନିଜ ଇ-ଡେସ୍‌ପାଚ୍‌କୁ ବର୍ଷ ବର୍ଷ ଧରି ଅପ୍‌ଡେଟ୍‌ କରୁନାହାନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଶକ୍ତି ବିଭାଗ, ଶ୍ରମ ବିଭାଗ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସମବାୟ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର କୌଣସି ତଥ୍ୟ ଇ-ଡେସ୍‌ପାଚ୍‌ ୱେବ୍‌ସାଇଟରେ ନାହିଁ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଚିଠି ଅପ୍‌ଲୋଡ୍‌ରେ ଅବହେଳା ସହ ତଥ୍ୟ ଲୁଚାଇବାକୁ ପ୍ରଚେଷ୍ଟା କରୁଥିବା ସ୍ପଷ୍ଟ ବାରିହୋଇ ପଡୁଛି। କେତେକ ବିଭାଗରେ ରହିଥିବା ଚିଠି ଖୋଲୁ ନ ଥିବାବେଳେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଇ-ଡେସ୍‌ପାଚ୍‌ରେ କୌଣସି ଚିଠି ନାହିଁ। ସେହିଭଳି କଳା, ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆରମ୍ଭରୁ ଏପର୍ଯ୍ୟନ୍ତ ମଧ୍ୟ ନିଜ ଇ-ଡେସ୍‌ପାଚ୍‌କୁ କାର୍ଯ୍ୟକ୍ଷମ କରିପାରିନି। ଅନ୍ୟପକ୍ଷରେ ଶିଳ୍ପ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ, ବିଜ୍ଞାନ ଓ କାରିଗରି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ, ମହିଳା ଓ ଶିଶୁବିକାଶ ବିଭାଗର ଇ-ଡେସ୍‌ପାଚ୍‌ ୨୦୧୯ରେ ଶେଷଥର ପାଇଁ ଅପ୍‌ଡେଟ୍‌ ହୋଇଥିବା ଦେଖିବାକୁ ମିଳିଛି।

ତେବେ ପ୍ରତିଦିନ ଡେସ୍‌ପାଚ୍‌ ଅପ୍‌ଡେଟ୍‌ କରୁଥିବା ବିଭାଗଗୁଡ଼ିକ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଅର୍ଥ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ବିଭାଗ, ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ବୟନ ନିର୍ଦ୍ଦେଶାଳୟ, ଆଇନ୍‌ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ସଂସଦୀୟ ବ୍ୟାପାର, ଯୋଜନା ଓ କାର୍ଯ୍ୟାନ୍ବୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଇସ୍ପାତ୍‌ ଓ ଖଣି ବିଭାଗ, ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri