ସ୍ବଚ୍ଛତା ନାମରେ ଭଲ କଂକ୍ରିଟ୍‌ ଡଷ୍ଟବିନ୍‌ ଭାଙ୍ଗିଦେଲେ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.):  କେନ୍ଦୁଝର ଗଡ଼ ପୌର ପରିଷଦରେ ଲକ୍ଷାଧିକ ଟଙ୍କା ବ୍ୟୟରେ କିଛି ବର୍ଷ ତଳେ ବିଭିନ୍ନ ଓ୍ବାର୍ଡରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ୍‌ଗୁଡ଼ିକୁ ପୌର ପ୍ରଶାସନ ଭାଙ୍ଗିଦେଇଛି। ସ୍ବଚ୍ଛତା ନାମରେ ଜେସିବି ଲଗାଇ ଧ୍ୱସ୍ତ କରିଦିଆଯାଇଛି। ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ୍‌ ଓ ଲୁହା ଡଷ୍ଟବିନ୍‌ ଭଙ୍ଗା ଯାଇଥିବା ବେଳେ ତାହାର କୌଣସି ହିସାବ କାହା ପାଖରେ ନାହିଁ। ଏବେ ପୁଣି ପୌରପରିଷଦର ନିଷ୍ପତ୍ତି କ୍ରମେ କଂକ୍ରିଟ୍‌ ଡଷ୍ଟବିନ୍‌ ଭଙ୍ଗାଯାଇଥିବା କୁହାଯାଉଥିବା ବେଳେ କ୍ଷତି କିଏ ଭରଣା କରିବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ଘରର ମଇଳା ବାହାରେ ନ ପକାଇବା ପାଇଁ ପ୍ରତ୍ୟେକ ଓ୍ବାର୍ଡରେ ଦୁଇ ବର୍ଷ ପୂର୍ବେ ପୌର ପ୍ରଶାସନ ପକ୍ଷରୁ କଂକ୍ରିଟର ଡଷ୍ଟବିନ ନିର୍ମାଣ ହୋଇଥିଲା। ଗୋଟିଏ ଓ୍ବାର୍ଡରେ ଦୁଇରୁ ତିନୋଟି ହିସାବରେ ତିଆରି ହୋଇଥିଲା। ଏଣୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଖାପାଖି ୫୦ଟି କଂକ୍ରିଟ ଡଷ୍ଟବିନ୍‌ ନିର୍ମାଣ କରାଯାଇ ଥିବା କୁହାଯାଉଛି। ଅନେକ ସମୟରେ ଅଳିଆ ଗାଡ଼ି ବିଭିନ୍ନ ଓ୍ବାର୍ଡକୁ ଯାଉ ନ ଥିବାରୁ ଲୋକେ ଉକ୍ତ ଡଷ୍ଟବିନ୍‌ରେ ମଇଳା ପକାଉଥିଲେ। ପୌର ପ୍ରଶାସନ ପକ୍ଷରୁ ସେଥିରୁ ମଧ୍ୟ ଦୀର୍ଘ ଦିନ ଧରି ଆବର୍ଜନା ଉଠାଯାଉ ନ ଥିଲା। ଏଣୁ ନିଜ ଦୁର୍ବଳତା ଲୁଚାଇବାକୁ ଯାଇ ସ୍ବଚ୍ଛତା ବାହାନାରେ ଡଷ୍ଟବିନ୍‌ ଭାଙ୍ଗି ଦିଆଯାଇଥିବା ଓ୍ବାର୍ଡବାସୀ କହିଛନ୍ତି। ପୂର୍ବରୁ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ଲାଷ୍ଟିକ୍‌ ଓ ଲୁହା ଡଷ୍ଟବିନ୍‌ ସବୁ କିଣାଯାଇ ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ସେସବୁ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ନିୟମାନୁଯାୟୀ ସେସବୁକୁ ପୌରପାଳିକା ଷ୍ଟକ୍‌କୁ ଯିବା କଥା। କିନ୍ତୁ ତାହା କ’ଣ ହେଲା ଠିକ୍‌ ତଥ୍ୟ କାହା ପାଖରେ ନାହିଁ। ଫଳରେ ଗତ ୪/୫ ବର୍ଷର ସ୍ବଚ୍ଛ ଓ ପରିମଳ ବାବଦକୁ ହୋଇଥିବା ସାମଗ୍ରୀ କିଣା ଏବଂ ଅର୍ଥ ଖର୍ଚ୍ଚ ଆଦିର ଯାଞ୍ଚ କରାଗଲେ ବହୁ ଘୋଟାଲା ଲୋକ ଲୋଚନକୁଆସିପାରିବ। ଅନ୍ୟପକ୍ଷରେ ଡଷ୍ଟବିନ୍‌କୁ ନ ଭଙ୍ଗା ଯାଇ ସେଥିରେ ଗଛ ଲଗାଯାଇ ପାରିଥାଆନ୍ତା ବୋଲି ସାମାଜିକ କର୍ମୀ ସିଦ୍ଧେଶ୍ୱର ସାହୁ ମତବ୍ୟକ୍ତ କରିଛନ୍ତି। ଏଭଳି ମନମୁଖି ଭଙ୍ଗା ଗଢ଼ା କାମ କରି ସରକାରୀ ଅର୍ଥର ଅପବ୍ୟୟ ହେଉଥିବାରୁ ଏହାର ତଦନ୍ତ ହେବା ଜରୁରୀ ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏ ନେଇ ନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ ହେଁ ଫୋନ୍‌ ଉଠାଇ ନଥିଲେ।
ଉପନଗରପାଳ ବରଦା ପ୍ରସନ୍ନ ଦାସ କହିଛନ୍ତି, ନଗର ଉନ୍ନୟନ ବିଭାଗର ଆଦେଶ କ୍ରମେ ଭଙ୍ଗାଯାଇଛି। ଏହାଦ୍ୱାରା ପରିବେଶ ଅଧିକ ଦୂଷିତ ହେଉଥିଲା। ଏବେ ଘର ଘର ବୁଲି ମଇଳା ସଂଗ୍ରହ କରାଯାଉଥିବାରୁ ସେସବୁର ଆବଶ୍ୟକତା ପଡୁନାହିଁ। ଏବେ ମଇଳା ସଂଗ୍ରହ ପାଇଁ ଅଧିକ ଗାଡ଼ି କିଣାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri