ଶିକ୍ଷାନୁଷ୍ଠାନରୁ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ୱର,୧୨ା୯(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ-୨୦୨୩ର ଶୁଭାରମ୍ଭ କରିଛନ୍ତି। ତୃଣମୂଳ ସ୍ତରରୁ ପୁଞ୍ଜିନିବେଶକ ଏବଂ ଉଦ୍ୟୋଗୀ ସୃଷ୍ଟି ସହ ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କର ମୂଳ ଲକ୍ଷ୍ୟ।
ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ରାଜ୍ୟର ୨୬୦ ଶିକ୍ଷାନୁଷ୍ଠାନର ୨୫ ହଜାର ଛାତ୍ରୀଛାତ୍ରଙ୍କୁ ଭେଟି ସେମାନଙ୍କ ନୂତନ ଆଇଡିଆ ସଂଗ୍ରହ କରିବ। ତାହାକୁ ଭିତ୍ତିକରି ୩୫୦୦ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଷ୍ଟାର୍ଟଅପ୍‌ ଓଡ଼ିଶାର ୪ଟି ଭ୍ୟାନ୍‌ ୩୦ ଜିଲାରେ ଭିନ୍ନ ଭିନ୍ନ ଭାବେ ଭ୍ରମଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ନିର୍ଦ୍ଦେଶକ ଓମ୍‌କାରେ ରାୟ ଯୋଗ ଦେଇଥିଲେ। ଷ୍ଟାର୍ଟଅପ୍‌ ଯାତ୍ରାର ୩ ଦିନିଆ କାର୍ଯ୍ୟକ୍ରମରେ ୫୦-ଟି ଉତ୍ତମ ଚିନ୍ତାଧାରାକୁ ତାଲିକାଭୁକ୍ତ କରାଯିବ। ଏହାପରେ ୨୫ଟି ନୂତନ ଚିନ୍ତାଧାରାକୁ ଓ-ହବ୍‌କୁ ଆମନ୍ତ୍ରଣ କରାଯିବ। ସେଥିରୁ ୧୦ଟିକୁ ପୁରସ୍କୃତ କରାଯିବ। ସେହି ନୂତନ ଚିନ୍ତାଧାରାକୁ ନେଇ ହେବାକୁ ଥିବା ଉଦ୍ୟୋଗଗୁଡିକ ପାଇଁ ପ୍ରତ୍ୟେକକୁ ୩ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ଷ୍ଟାର୍ଟଅପ୍‌ ଏକ୍ସପ୍ରେସ ୨୦୨୩କୁ ୨୦ଟି ଚିନ୍ତାଧାରକୁ ଆମନ୍ତ୍ରଣ କରାଯିବ। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ସେଥିରୁ ୧୦ଟିକୁ ୧୦ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ଯୁବ ଉଦ୍ୟୋଗୀମାନେ ଏକ ଶକ୍ତି ଭାବେ ରାଜ୍ୟର ଭବିଷ୍ୟତ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ପାଇଁ କାର୍ଯ୍ୟ କରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଷାର୍ଟଅପ୍‌ ପଲିସି-୨୦୧୬ କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟର ଷ୍ଟାର୍ଟଅପ୍‌ ସୃଷ୍ଟି କରିବା କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଏଇ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ରାଜ୍ୟରେ ଏକ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଏବଂ ଦେଶର ସର୍ବୋତ୍ତମ ଷ୍ଟାର୍ଟଅପ୍‌ ହବ୍‌ ସୃଷ୍ଟି କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଓଡ଼ିଶାର ଯୁବଗୋଷ୍ଠୀ ନଯୁକ୍ତି ସୃଷ୍ଟିକର୍ତ୍ତା ହେବା ସହ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇପାରିବେ। ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ ହେବା ପରଠାରୁ ୧୭୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ସୃଷ୍ଟି ହୋଇଥିବା ବେଳେ ସେଥିରୁ ୬୦୦ ମହିଳା ନିର୍ଦ୍ଦେଶକ, ପ୍ରତିଷ୍ଠାତା ଏବଂ ସହ ପ୍ରତିଷ୍ଠାତା ହୋଇ ପାରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଓଡ଼ିଶା ଦେଶରେ ପ୍ରମୁଖ ସର୍ବୋତ୍ତମ ଷ୍ଟାର୍ଟଅପ୍‌ ହବ୍‌ର ମାନ୍ୟତା ପାଇଆସୁଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଭାଗ ନେବା ପାଇଁ ଷ୍ଟାର୍ଟଅପ ଓଡିଶା ସ୍ବୀକୃତି ପ୍ରାପ୍ତ ଷ୍ଟାର୍ଟଅପଗୁଡିକୁ ମାସିକ ଭତ୍ତା, ଉତ୍ପାଦର ବିକାଶ ସହ ବଜାର ସୁବିଧା, ରିହାତି, ଆର୍ଥିକ ସହାୟତା ଓ ଆନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଆସୁଛି। ରାଜ୍ୟରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ୪ ଲକ୍ଷ ବର୍ଗଫୁଟର ଓ-ହବ୍‌ ଇନ୍‌କ୍ୟୁବେଶନ ସେଣ୍ଟର ସ୍ଥାପନ କରାଯାଇଛି। ଏଥିସହିତ ୨୭ ଇକ୍ୟୁବେଟର, ୧୫ ନୋଡାଲ ଏଜେନ୍ସି, ୨୦୦ରୁ ଊର୍ଦ୍ଧ୍ୱ ମେଣ୍ଟର, ୭୫ରୁ ଊର୍ଦ୍ଧ୍ୱ ଇ-ସେଲ, ୧୫ଟି ଆର ଆଣ୍ଡ ଡି ସେଣ୍ଟର ହୋଇଥିବାବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୫୦.୪୨ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇପାରିଛି। ଏହାଛଡା ୧୦୦ କୋଟି ଟଙ୍କାର ଓଡ଼ିଶା ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ପାଣ୍ଠି ଗଠନ କରାଯାଇଛି। ଏଥିସହିତ ଷ୍ଟାର୍ଟଅପ ଦ୍ୱାରା ୩୫୭ କୋଟିି ଟଙ୍କାର ବାହ୍ୟ ନିବେଶ ମଧ୍ୟ ବୃଦ୍ଧି ପାଇଛି। ଓଡ଼ିଶା ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ଦିଗରେ ଅଗ୍ରଗତି ହେଉଛି। ବିଭିନ୍ନ କ୍ଷେତ୍ର ଯଥା-ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି, ପୁଞ୍ଜିିନିବେଶ ଆଦି କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri