ଶିକ୍ଷାନୁଷ୍ଠାନରୁ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ୱର,୧୨ା୯(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ-୨୦୨୩ର ଶୁଭାରମ୍ଭ କରିଛନ୍ତି। ତୃଣମୂଳ ସ୍ତରରୁ ପୁଞ୍ଜିନିବେଶକ ଏବଂ ଉଦ୍ୟୋଗୀ ସୃଷ୍ଟି ସହ ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କର ମୂଳ ଲକ୍ଷ୍ୟ।
ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ରାଜ୍ୟର ୨୬୦ ଶିକ୍ଷାନୁଷ୍ଠାନର ୨୫ ହଜାର ଛାତ୍ରୀଛାତ୍ରଙ୍କୁ ଭେଟି ସେମାନଙ୍କ ନୂତନ ଆଇଡିଆ ସଂଗ୍ରହ କରିବ। ତାହାକୁ ଭିତ୍ତିକରି ୩୫୦୦ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଷ୍ଟାର୍ଟଅପ୍‌ ଓଡ଼ିଶାର ୪ଟି ଭ୍ୟାନ୍‌ ୩୦ ଜିଲାରେ ଭିନ୍ନ ଭିନ୍ନ ଭାବେ ଭ୍ରମଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ନିର୍ଦ୍ଦେଶକ ଓମ୍‌କାରେ ରାୟ ଯୋଗ ଦେଇଥିଲେ। ଷ୍ଟାର୍ଟଅପ୍‌ ଯାତ୍ରାର ୩ ଦିନିଆ କାର୍ଯ୍ୟକ୍ରମରେ ୫୦-ଟି ଉତ୍ତମ ଚିନ୍ତାଧାରାକୁ ତାଲିକାଭୁକ୍ତ କରାଯିବ। ଏହାପରେ ୨୫ଟି ନୂତନ ଚିନ୍ତାଧାରାକୁ ଓ-ହବ୍‌କୁ ଆମନ୍ତ୍ରଣ କରାଯିବ। ସେଥିରୁ ୧୦ଟିକୁ ପୁରସ୍କୃତ କରାଯିବ। ସେହି ନୂତନ ଚିନ୍ତାଧାରାକୁ ନେଇ ହେବାକୁ ଥିବା ଉଦ୍ୟୋଗଗୁଡିକ ପାଇଁ ପ୍ରତ୍ୟେକକୁ ୩ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ଷ୍ଟାର୍ଟଅପ୍‌ ଏକ୍ସପ୍ରେସ ୨୦୨୩କୁ ୨୦ଟି ଚିନ୍ତାଧାରକୁ ଆମନ୍ତ୍ରଣ କରାଯିବ। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ସେଥିରୁ ୧୦ଟିକୁ ୧୦ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ଯୁବ ଉଦ୍ୟୋଗୀମାନେ ଏକ ଶକ୍ତି ଭାବେ ରାଜ୍ୟର ଭବିଷ୍ୟତ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ପାଇଁ କାର୍ଯ୍ୟ କରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଷାର୍ଟଅପ୍‌ ପଲିସି-୨୦୧୬ କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟର ଷ୍ଟାର୍ଟଅପ୍‌ ସୃଷ୍ଟି କରିବା କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଏଇ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ରାଜ୍ୟରେ ଏକ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଏବଂ ଦେଶର ସର୍ବୋତ୍ତମ ଷ୍ଟାର୍ଟଅପ୍‌ ହବ୍‌ ସୃଷ୍ଟି କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଓଡ଼ିଶାର ଯୁବଗୋଷ୍ଠୀ ନଯୁକ୍ତି ସୃଷ୍ଟିକର୍ତ୍ତା ହେବା ସହ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇପାରିବେ। ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ ହେବା ପରଠାରୁ ୧୭୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ସୃଷ୍ଟି ହୋଇଥିବା ବେଳେ ସେଥିରୁ ୬୦୦ ମହିଳା ନିର୍ଦ୍ଦେଶକ, ପ୍ରତିଷ୍ଠାତା ଏବଂ ସହ ପ୍ରତିଷ୍ଠାତା ହୋଇ ପାରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଓଡ଼ିଶା ଦେଶରେ ପ୍ରମୁଖ ସର୍ବୋତ୍ତମ ଷ୍ଟାର୍ଟଅପ୍‌ ହବ୍‌ର ମାନ୍ୟତା ପାଇଆସୁଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଭାଗ ନେବା ପାଇଁ ଷ୍ଟାର୍ଟଅପ ଓଡିଶା ସ୍ବୀକୃତି ପ୍ରାପ୍ତ ଷ୍ଟାର୍ଟଅପଗୁଡିକୁ ମାସିକ ଭତ୍ତା, ଉତ୍ପାଦର ବିକାଶ ସହ ବଜାର ସୁବିଧା, ରିହାତି, ଆର୍ଥିକ ସହାୟତା ଓ ଆନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଆସୁଛି। ରାଜ୍ୟରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ୪ ଲକ୍ଷ ବର୍ଗଫୁଟର ଓ-ହବ୍‌ ଇନ୍‌କ୍ୟୁବେଶନ ସେଣ୍ଟର ସ୍ଥାପନ କରାଯାଇଛି। ଏଥିସହିତ ୨୭ ଇକ୍ୟୁବେଟର, ୧୫ ନୋଡାଲ ଏଜେନ୍ସି, ୨୦୦ରୁ ଊର୍ଦ୍ଧ୍ୱ ମେଣ୍ଟର, ୭୫ରୁ ଊର୍ଦ୍ଧ୍ୱ ଇ-ସେଲ, ୧୫ଟି ଆର ଆଣ୍ଡ ଡି ସେଣ୍ଟର ହୋଇଥିବାବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୫୦.୪୨ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇପାରିଛି। ଏହାଛଡା ୧୦୦ କୋଟି ଟଙ୍କାର ଓଡ଼ିଶା ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ପାଣ୍ଠି ଗଠନ କରାଯାଇଛି। ଏଥିସହିତ ଷ୍ଟାର୍ଟଅପ ଦ୍ୱାରା ୩୫୭ କୋଟିି ଟଙ୍କାର ବାହ୍ୟ ନିବେଶ ମଧ୍ୟ ବୃଦ୍ଧି ପାଇଛି। ଓଡ଼ିଶା ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ଦିଗରେ ଅଗ୍ରଗତି ହେଉଛି। ବିଭିନ୍ନ କ୍ଷେତ୍ର ଯଥା-ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି, ପୁଞ୍ଜିିନିବେଶ ଆଦି କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri