ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ କବିବର ରାଧାନାଥ ରାୟ, ଯାହାର ଶିଖରରେ ରହିଛି ଦ୍ୱାପର ଯୁଗର ‘ମହାଭାରତ’ କଥା, ସେହି ମହେନ୍ଦ୍ରଗିରିର ମହିମା ଆଜି ଭାରତରେ ପୁଣ୍ୟ ତୀର୍ଥଭୂମି ରୂପେ ପରିଚୟ ଲାଭ କରିଛି। ମହେନ୍ଦ୍ରଗିରି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ଏହାର ଆଧ୍ୟାମତ୍ିକ ଗୌରବ ଅତୁଳନୀୟ। ଏହା ଓଡ଼ିଶାର ଦକ୍ଷିଣରେ ଗଞ୍ଜାମ ଓ ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସଦର ମହକୁମା ପାରଳାଖେମୁଣ୍ଡିରେ ଅବସ୍ଥିତ। ବହୁ ପ୍ରାଚୀନ ଯୁଗରୁ ଗଞ୍ଜାମ-ଗଜପତି ପର୍ୱତ୍ୟାଞ୍ଚଳରେ ମହେନ୍ଦ୍ରଗିରି ଦେବଦେବ ମହାଦେବଙ୍କର ନିବାସସ୍ଥଳୀ ହୋଇଥିବାରୁ ଏଠାରେ ମହାଶିବରାତ୍ରି ମହାସମାରୋହରେ ପାଳନ ହୋଇଥାଏ। ଗୋଦାବରୀ ନଦୀ ନିକଟରେ ଥିବା ପୂର୍ୱଘାଟ ପର୍ୱତମାଳାକୁ ମହେନ୍ଦ୍ରଗିରି କୁହାଯାଏ। ପାଦଦେଶରେ ମହେନ୍ଦ୍ରତନୟା ନଦୀ। ସପ୍ତକୁଳ ପର୍ୱତ ମଧ୍ୟରେ ଏହା ଅନ୍ୟତମ ଶ୍ରେଷ୍ଠ ପର୍ୱତଭାବେ ପରିଗଣିତ। ସେହି ପର୍ୱତଗୁଡ଼ିକ ହେଲା- ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ, ରୁକ୍ଷ ପର୍ୱତ, ବିନ୍ଧ୍ୟ ପର୍ୱତ ଓ ପାରିଜାତ। ହିନ୍ଦୁଙ୍କ ପବିତ୍ର କାର୍ଯ୍ୟରେ ବ୍ୟବହାର ହେଉଥିବା ପ୍ରାୟ ନଦୀଗୁଡ଼ିକ ମହେନ୍ଦ୍ରତନୟା ନାମରେ ପରିଚିତ; ଯଥା- ତ୍ରିସାମା, ଋଷିକୁଲ୍ୟା, ଈକ୍ଷୁଳା, ତ୍ରିଦିବା, ଅଚଳା, ଲାଙ୍ଗୁଳିନୀ, ବଂଶଧାରା ଓ ମହେନ୍ଦ୍ରତନୟା ଇତ୍ୟାଦି। ମହେନ୍ଦ୍ରଗିରି ଦେବଦେବ ମହାଦେବ ମହେନ୍ଦ୍ରଙ୍କର ଅନ୍ୟତମ ନିବାସ ସ୍ଥାନ ଏବଂ ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କର ତପସ୍ୟାସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ମହେନ୍ଦ୍ରଗିରିର ସୂର୍ଯ୍ୟୋଦୟ, ଖରା, ବର୍ଷା, ଶୀତର ଲୁଚକାଳି ଖେଳ, ସବୁଜବନାନୀ ଓ ଘଞ୍ଚ ଅରଣ୍ୟ ଆଦି ଅନସ୍ୱୀକାର୍ଯ୍ୟ। ଶୈଳୋଦ୍ଭବ ରାଜାମାନଙ୍କର ଅଭିଲେଖରୁ ମହେନ୍ଦ୍ରଗିରିର ପ୍ରାଚୀନତା ଜଣାପଡ଼େ। ମହେନ୍ଦ୍ର ଅର୍ଥାତ୍‌ ମହୀର ଯିଏ ଇନ୍ଦ୍ର ବା ଶ୍ରେଷ୍ଠ, ସେ ହେଉଛନ୍ତି ଦେବଦେବ ମହାଦେବ। ଏହି ମହେନ୍ଦ୍ରଗିରିର ଶିବ ହିଁ ଅଧିପତି ଦେବତା। ମହେନ୍ଦ୍ରଗିରିରେ ଷଡ଼ଋତୁଙ୍କର ଦିନକରେ ସମାଗମ ପରିଦର୍ଶକଙ୍କୁ ଯେତିକି ଚମତ୍କୃତ କରେ, ପର୍ୱତ ଦେହରେ ଥିବା ପ୍ରାଚୀନ ମନ୍ଦିର ଯଥା-କୁନ୍ତୀ ମନ୍ଦିର, ଭୀମ ମନ୍ଦିର, ଯୁଧିଷ୍ଠିର ମନ୍ଦିର, ପର୍ଶୁରାମ କୁଟୀର, ପାଣ୍ଡବ ଗୁମ୍ଫା, ଗୋକର୍ଣ୍ଣେଶ୍ୱର ମନ୍ଦିର, ପୁଟେଶ୍ୱର ମନ୍ଦିର ଆଦିସ୍ଥ ସେତିକି ଆଧ୍ୟାମତ୍ିକ ଚେତନାରେ ବ୍ୟକ୍ତିର ହୃଦୟକୁ ସିକ୍ତ କରେ।
ମହେନ୍ଦ୍ରଗିରି ପର୍ୱତର ପ୍ରାକୃତିକ ଶୋଭା କେବଳ ଜନମନକୁ ହରଣ କରେନାହିଁ, ବରଂ ଯୁଗଯୁଗ ଧରି କବି, ସାହିତି୍ୟକମାନଙ୍କୁ ଆକୃଷ୍ଟ କରିଛି। ମହେନ୍ଦ୍ରଗିରି କେବଳ ସାହିତ୍ୟ ବା ପୁରାଣରେ ସ୍ଥାନ ପାଇନାହିଁ, ବରଂ ତା’ର ଜୈବ ବିବିଧତା ପାଇଁ ପରିବେଶବିତ୍‌ଙ୍କୁ ଆକର୍ଷିତ କରିଛି। ତା’ର ଜୈବ ବିବିଧତା ଗଭୀର ଅଧ୍ୟୟନର ଅପେକ୍ଷା ରଖେ। ମହେନ୍ଦ୍ରଗିରି ପର୍ୱତ ଓଡ଼ିଶାର ଦକ୍ଷିଣାଞ୍ଚଳର ପରିବେଶକୁ ସନ୍ତୁଳିତ କରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ।
ମହେନ୍ଦ୍ରଗିରିର ଶିବ ମହିମା ମହାଭାରତ, ରାମାୟଣ, ବିଷ୍ଣୁ ପୁରାଣ, ବାୟୁ ପୁରାଣ, ଅଧ୍ୟାମତ୍ ରାମାୟଣ, ସାରଳା ମହାଭାରତ ଓ ବିଭିନ୍ନ ଶିଳାଲେଖରେ ଦେଖିବାକୁ ମିଳେ। ମହେନ୍ଦ୍ରଗିରି ସହିତ ଯୋଡ଼ିହୋଇ ରହିଛି ରାମାୟଣ, ମହାଭାରତ ଓ ଶିବଙ୍କର ଅପୂର୍ୱ ମହିମାର କଥା। ଦେବଦେବ ମହାଦେବ ଏହି ଗିରିଶୃଙ୍ଗ ଉପରେ ଯେଉଁଠାରେ ଧ୍ୟାନମଗ୍ନ ଥିଲେ, ମାତା ସୀତାଙ୍କୁ ଠାବ କରିବା ପାଇଁ ସେହି ଶିଖରରୁ ହନୁମାନ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିଲେ। ଏହାର ସ୍ମୃତିସ୍ୱରୂପ ମହେନ୍ଦ୍ରଗିରିରେ ହନୁମାନ କୁଦ, ହନୁମାନ ମନ୍ଦିର ଓ ହନୁମାନ ପଦଚିହ୍ନ ଦେଖିବାକୁ ମିଳେ। ଏଥିସହ ଶିବଙ୍କର ଅତୁଳନୀୟ ମହିମା ସେହିଯୁଗରୁ ହିଁ ରହିଆସିଛି।
ମହାଭାରତ ସମୟରେ ପାଣ୍ଡବମାନେ ଯେତେବେଳେ ଅଜ୍ଞାତବାସରେ ଥିଲେ, ସେତେବେଳେ ପିତା ପାଣ୍ଡୁଙ୍କର ଶ୍ରାଦ୍ଧଦିବସ ପଡ଼ିଥିବାରୁ ମାତା କୁନ୍ତୀଙ୍କର ଆଦେଶପୂର୍ୱକ ସେମାନେ ମହେନ୍ଦ୍ରଗିରିର ଘଞ୍ଚଜଙ୍ଗଲ ଭିତରକୁ ପିଣ୍ଡଦାନ ନିମିତ୍ତ ଏକ ଗଣ୍ଡା ଶିକାର କରିବାକୁ ଆସିଥିଲେ। ମାତ୍ର ଗଣ୍ଡା ବଦଳରେ ସେଠାରେ ବୁଲୁଥିବା ଏକ ବିଚିତ୍ର ଗାଈକୁ ସେମାନେ ବଧ କରିଦେଇଥିଲେ। ପୁରାଣପ୍ରସିଦ୍ଧ ଏହି ପବିତ୍ର ଗାଈର ନାମ ଥିଲା କପିଳା। କପିଳା ଗାଈର ହତ୍ୟା ସମ୍ପର୍କରେ ମାତା କୁନ୍ତୀଙ୍କୁ ଜଣାଇବା ପରେ ଗୋହତ୍ୟା ଦୋଷରୁ ପୁତ୍ରମାନେ କିପରି ମୁକ୍ତି ପାଇବେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ। ତତ୍‌କ୍ଷଣାତ୍‌ ସଖା କୃଷ୍ଣ ଉପଗତ ହୋଇ ମହେନ୍ଦ୍ରଗିରିର ଶୃଙ୍ଗ ଉପରେ ପର୍ଶୁରାମ ଏବଂ ନାରଦ ମୁନିଙ୍କ ସହାୟତାରେ ଦେବସଭାର ଆୟୋଜନ ସହ ଯଜ୍ଞାଦି ଅନୁଷ୍ଠାନ କରାଇଲେ। ଏହି ସଭାରେ ବ୍ରହ୍ମା, ଶିବ, ବିଷ୍ଣୁ ଓ ବହୁ ଦେବଦେବୀଙ୍କ ସହ ମୁନିଋଷିମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଦେବଦେବୀଙ୍କ ମତାନୁସାରେ ତଥା କୁନ୍ତୀ ଓ ପାଣ୍ଡବଙ୍କ ପ୍ରାର୍ଥନାରେ ଯୋଗୀରାଜଙ୍କର ଧ୍ୟାନ ଭଙ୍ଗ ହେଲା ଓ ପାଣ୍ଡବଙ୍କ ପାପକୁ ସେ ନିଜ ଦେହରେ ବୋଳି ଗୋହତ୍ୟାଜନିତ ପାପରୁ ମୁକ୍ତ କରାଇଥିଲେ। ମୃତଧେନୁ କପିଳାର କର୍ଣ୍ଣ ଯେଉଁଠାରେ ପଡ଼ିଲା, ତାହା ଗୋକର୍ଣ୍ଣେଶ୍ୱର, ପୁଟି ଯେଉଁଠାରେ ପଡ଼ିଲା ତାହା ପୁଟେଶ୍ୱର ନାମରେ ମନ୍ଦିର ହେବା ସହ ବହୁ ଶିବଲିଙ୍ଗଯୁକ୍ତ ମନ୍ଦିର ଏହି ପର୍ୱତଶ୍ରେଣୀରେ ଗଢ଼ିଉଠିଲା।
ଲୋକମାନଙ୍କ ବିଶ୍ୱାସ ସହିତ ଶିବଭକ୍ତ ଏବଂ ପ୍ରାୟତଃ ସବୁ ଦେବଦେବୀଙ୍କର ଏହି ପର୍ୱତରେ ଦେବସଭା ଓ ଯଜ୍ଞଯୋଗୁ ମହେନ୍ଦ୍ରଗିରି ଏକ ଆଧ୍ୟାମତ୍ିକ ଗିରିଭାବେ ପ୍ରସିଦ୍ଧି ଅର୍ଜନ କରିପାରିଛି। ମହାଦେବ ଅକୁଣ୍ଠ ଚିତ୍ତରେ ପାଣ୍ଡବଙ୍କୁ ପାପମୁକ୍ତ କରାଇଥିବାରୁ ସେହି ନୀଳକଣ୍ଠଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ ଯୋଗୁଁ ଏଠାରେ ମହାଶିବରାତ୍ରି ବହୁ ଆଡ଼ମ୍ୱରରେ ପାଳନ ହୁଏ। ଏଥିସହିତ ଯୋଡ଼ି ହୋଇଯାଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କିମ୍ୱଦନ୍ତୀ। ଏହି କିମ୍ୱଦନ୍ତୀ ଅନୁସାରେ କଳିଙ୍ଗ ମହାରାଜାଙ୍କର ବିଦ୍ୟାପତିଙ୍କ ମାଧ୍ୟମରେ ନୀଳମାଧବଙ୍କ ଦର୍ଶନ ସହିତ ମହେନ୍ଦ୍ରଗିରିର ପାଦଦେଶରେ ଥିବା ଏକ ସୁନ୍ଦର ପୁଷ୍କରିଣୀ ନିକଟରେ ଆଦିବାସୀ ଲଳନା ଲଳିତାଙ୍କ ସହିତ ବିଦ୍ୟାପତିଙ୍କର ସାକ୍ଷାତ ହେବା ଯୋଗୁ ତାର ପ୍ରମାଣସ୍ୱରୂପ ଏବେ ମଧ୍ୟ ସେହି ଲଳିତା ପୁଷ୍କରିଣୀ ବିଦ୍ୟମାନ। ମହାଶିବରାତ୍ରିରେ ଏହି ପୁଷ୍କରିଣୀ ପରିଦର୍ଶନାର୍ଥେ ବହୁ ଜନସମାଗମ ହୋଇଥାଏ।
ତେଣୁ ମହେନ୍ଦ୍ରଗିରି କେବଳ ଏକ ପ୍ରାକୃତିକ ସୁଷମାଘେରା ସୁନ୍ଦର ପାହାଡ଼ଟିଏ ନୁହେଁ, ଏହା ମହାଦେବଙ୍କର ନିତ୍ୟ ନିବାସସ୍ଥଳୀ ଓ ପର୍ଶୁରାମଧାମ ହୋଇଥିବାରୁ ଏହାକୁ ଏକ ଆଧ୍ୟାମତ୍ିକ ସ୍ଥାନ ଭାବେ ଭକ୍ତମାନେ ଗ୍ରହଣ କରିଥା’ନ୍ତି। ଦେବଦେବ ମହେନ୍ଦ୍ର ଓ ପର୍ଶୁରାମଙ୍କର ସ୍ଥାୟୀ ଉପସ୍ଥିତି ଯୋଗୁ ଏଠାକୁ ବହୁ ଦେବଦେବୀ ଓ ଋଷିମାନଙ୍କର ଆତଯାତ ହୋଇଥାଏ।
– ସଂସ୍କୃତି ବିଶେଷଜ୍ଞ
ମୋ: ୮୯୧୭୩୩୨୫୮୫


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri