Posted inଫୁରସତ

ଭାଲେଣ୍ଟାଇନ୍‌ ଡେ’ରେ ଧୋକାବାଜ ପ୍ରେମିକଙ୍କ ଉପରେ ଏମିତି ପ୍ରତିଶୋଧ ନେଲେ ପ୍ରେମିକା

ବାସ୍ତବରେ ହୃଦୟ ଭାଙ୍ଗିବା ଭାରି ଯନ୍ତ୍ରଣାଦାୟକ। ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏନା। ଏଥିପାଇଁ ତ ବେଳେବେଳେ ନାନା ଅଘଟଣ ଘଟୁଛି। ସମ୍ପର୍କ ଭାଙ୍ଗିବା ପରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ପ୍ରତିଶୋଧ ପରାୟଣ ହୋଇଉଠନ୍ତି। ଏପରିକି ଯେଉଁ ସାଥୀଙ୍କୁ ସେ ଏତେ ଭଲ ପାଉଥିଲେ ତାଙ୍କୁ ମାରିବାକୁ ବି ପଛାନ୍ତି ନାହିଁ। ସମାଜରେ ଏମିତି ଘଟଣା ପ୍ରତିଦିନ ଘଟିଚାଲିଛି। କିଛି ପ୍ରେମିକା ଅବା ପ୍ରେମିକ ସାଥୀଙ୍କ ପ୍ରତିଶୋଧ ନେବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥାନ୍ତି। ଠିକ୍‌ ସେମିତି ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ଘଟଣା ଚାଇନାରେ ଘଟିଛି।

ଚାଇନାର ଜଣେ ଯୁବତୀ ଡେଲିଭରି ବୟ ସହାୟତାରେ ନିଜ ପୂର୍ବ ପ୍ରେମିକଙ୍କ ପ୍ରତିଶୋଧ ନେଇଛନ୍ତି। ଚାଇନାର ଶାଙ୍ଗାଡୋଙ୍ଗରେ ଏହି ଘଟଣା ଘଟିଛି। ଖାଇବା ସାମଗ୍ରୀ ଧରି ଆସିଥିବା ଜଣେ ଡେଲିଭରି ବୟଙ୍କୁ ଯୁବତୀ ଜଣକ ଅଜବ ଅନୁରୋଧ କରିଥିଲେ। ଅର୍ଡରରେ ଏକ କପ୍‌ ଚା ପହଞ୍ଚାଇବା ପାଇଁ କହିଥିଲେ। ଏହି ଚା’ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟରେ ନେଇ ପହଞ୍ଚାଇବାକୁ କହିଥିଲେ। ଖାଲି ଚା’ ଅର୍ଡର କରି ନ ଥିଲେ ଏହି ଚା’କୁ ସେ ତାଙ୍କ ପ୍ରେମିକଙ୍କ ଉପରେ ଢାଳିବାକୁ ଡେଲିଭରି ବୟଙ୍କୁ ଅନୁରୋଧ କରିଥିଲେ। ଆପଣ ଭାବୁଥିବେ ଡେଲିଭରି ବୟ ଜଣ କେମିତି ଏମିତି କରିବେ? ଏଥିରେ ତାଙ୍କ ଚାକିରି ପ୍ରତି ବିପଦ ବି ରହିବ। ମାତ୍ର ଡେଲିଭର ବୟ ଏସବୁ କଥା ଚିନ୍ତା ନ କରି ଗ୍ରାହକଙ୍କ ଅନୁରୋଧ ରକ୍ଷା କରିବାକୁ ନିଃସ୍ବାର୍ଥପର ଭାବେ ଏପରି କରିଥିଲେ। ଡେଲିଭରି ବୟ ଜଣଙ୍କ ଯୁବତୀଙ୍କ ଅନୁରୋଧ ରକ୍ଷା କରି ତାଙ୍କ ପୂର୍ବତନ ପ୍ରେମିକଙ୍କ ମୁହଁରେ ଗରମ କ୍ଷୀର ଚା’ ଢାଳିଦେଲେ। ପରେ ଉକ୍ତ ଯୁବକଙ୍କୁ ସେ କ୍ଷମା ମଧ୍ୟ ମାଗିଥିଲେ। କହିଥିଲେ, ମୁଁ ଦୁଃଖିତ। ମାତ୍ର ଗ୍ରାହକଙ୍କ ଅନୁରୋଧ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ମୁଁ ଏପରି କଲି। ଆପଣ ମୋତେ କ୍ଷମା କରିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri