ଝିଅର ବୟସ ୯, ଓଜନ ୬ କିଲୋ

ତିଗିରିଆ,୧୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ନଗଡ଼ାରେ ଶିଶୁ ଅପପୁଷ୍ଟିର ଶିକାର ଘଟଣା ଦିନେ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କଟକ ଜିଲାର ତିଗିରିଆ ବ୍ଲକରେ ମଧ୍ୟ ସେଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏହି ବ୍ଲକ ଅନ୍ତର୍ଗତ ନୂଆପାଟଣା, ମଝିସାହିର ଶ୍ୱେତବସନ୍ତ ପାତ୍ର ଓ ଟିକିନା ପାତ୍ରଙ୍କ ଛୋଟ ଝିଅକୁ ଦେଖିଲେ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଝିଅଟିର ବୟସ ୯ ବର୍ଷ। ଓଜନ ମାତ୍ର ୬ କିଲୋ। ତା’ର ହାତ ଗୋଡ଼ ସରୁ ହୋଇଯାଇଥିବା ବେଳେ ଠିଆ ହେବାକୁ ବଳ ନାହିଁ। ଫଳରେ ଝିଅଟି ଘୁଷରିବାକୁ ବାଧ୍ୟ ହେଉଛି। ମା’ ବାପାଙ୍କ କହିବାନୁଯାୟୀ, ଜନ୍ମ ପରଠାରୁ ୨ବର୍ଷ ପର୍ଯ୍ୟନ୍ତ ଝିଅର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିଲା। ତେବେ ପରବର୍ତ୍ତୀ ସମୟରେ ଶାରୀରିକ ଅବନତି ଦେଖାଯାଇଥିଲା। ଝିଅର ଚିକିତ୍ସା ନିମନ୍ତେ ଶ୍ୱେତବସନ୍ତ ଚୌଦ୍ୱାରକୁ ଯାଇ ଘରୋଇ ଚିକିତ୍ସା କରିବା ସହ ଓଲଟପୁରସ୍ଥିତ ଶିଶୁଭବନ ଓ କଟକ ବଡ଼ ମେଡିକାଲରେ ଦେଖାଇଥିଲେ। ମାତ୍ର କୌଣସି ସୁଫଳ ମିଳି ନ ଥିଲା। ଶ୍ୱେତବସନ୍ତ ଓ ଟିକିନା ବୁଣାକାର ହୋଇଥିବାବେଳେ ଚିକିତ୍ସା ପାଇଁ ଅଧିକ ସମ୍ବଳ ନାହିଁ। ଏଭଳିସ୍ଥିତିରେ ଘରର ବ୍ୟବହାରିକ ଜିିନିଷ ବିକ୍ରି କରି ଝିଅର ଚିକିତ୍ସା କରାଉଛନ୍ତି। କିନ୍ତୁ ଅବସ୍ଥାରେ ସୁଧାର ଆସୁ ନ ଥିବାରୁ ମା’ ବାପା ଭାଙ୍ଗି ପଡ଼ିଛନ୍ତି।
ଏ ସମ୍ପର୍କରେ ତିଗିରିଆ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ବିଶ୍ୱବିକାଶ ରାଉତରାୟ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ, ଝିଅକୁ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri