ଗଞ୍ଜାମ ଜିଲା ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‌ ଅସୁରକ୍ଷିତ

ଛତ୍ରପୁର,୯ା୬(ଡି.ଏନ୍‌.ଏ.): ଛତ୍ରପୁରଠାରେ ଥିବା ଗଞ୍ଜାମ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଷ୍ଟ୍ରଙ୍ଗରୁମ୍‌ର ଛାତ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ଅଛି। ଛାତର ପ୍ଲାଷ୍ଟର ଛୋଟ ଛୋଟ ଖଣ୍ଡ ତଳକୁ ଝଡୁଛି। କଂକ୍ରିଟରୁ ବାହାରି ରଡ୍‌ ଦେଖାଯାଉଛି। ଟ୍ରେଜେରି ଅଫିସର କୋଠା ବାହାରକୁ ଚକାଚକ୍‌ ଦେଖାଯାଉଥିଲେ ମଧ୍ୟ ଷ୍ଟ୍ରଙ୍ଗରୁମ୍‌ର ଅବସ୍ଥା ଦୟନୀୟ ା ଏହି ଷ୍ଟ୍ରଙ୍ଗରୁମ୍‌ରେ ସରକାରୀ ସମ୍ପତ୍ତିକୁ ରଖାଯାଇଥାଏ। ବାହାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥାଏ। ଏପରିକି ଉକ୍ତ ଜିଲା ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ୍‌ର ନିରୀକ୍ଷଣ ଏଜି ଅଡିଟ୍‌ କରିଥିଲେ ା ସରକାରୀ ସମ୍ପତ୍ତିକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ର ଯଥେଷ୍ଟ ଯତ୍ନ ନେବା ଜରୁରୀ ବୋଲି ନିରୀକ୍ଷଣ ପରେ ଏଜି ଅଡିଟ୍‌ ମନ୍ତବ୍ୟ ଦେଇଛନ୍ତି। ବର୍ଷା ଦିନେ ଷ୍ଟ୍ରଙ୍ଗରୁମ୍‌ ଛାତରୁ ପାଣି ଗଳୁଛି ା ଫଳରେ ସେଥିରେ ସରକାରୀ ସମ୍ପତ୍ତି ଥିବା ବାକ୍ସଗୁଡିକ ନଷ୍ଟ ନହେବା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡୁଛି ା ତେଣୁ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ର ପୁନରୁଦ୍ଧାର ଆବଶ୍ୟକ ା ଏଥିଲାଗି ଜିଲା ଟ୍ରେଜେରି କାର୍ଯ୍ୟାଳୟର ଟ୍ରେଜେରି ଅଫିସରଙ୍କ ପକ୍ଷରୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆର ଆଣ୍ଡ ବି ଡିଭିଜନ-୨ ର ନିର୍ବାହୀଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ା ଷ୍ଟ୍ରଙ୍ଗରୁମ୍‌ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉକ୍ତ ଚିଠି ଜରିଆରେ ଟ୍ରେଜେରି ଅଫିସର ଅନୁରୋଧ କରିଛନ୍ତି। ଏହାର ପୁନରୁଦ୍ଧାର ହେଲେ ସରକାରୀ ସମ୍ପତ୍ତି ସୁରକ୍ଷିତ ଭାବେ ଗଛିତ ରଖାଯାଇପାରିବ ବୋଲି କୁହାଯାଇଛି ା ଏ ସମ୍ପର୍କରେ ଜିଲାପାଳ ଓ ଭୁବନେଶ୍ୱରସ୍ଥିତ ଓଡିଶା ଟ୍ରେଜେରୀଜ୍‌ ଓ ଇନ୍ସପେକ୍ସନର ନିର୍ଦ୍ଦେଶକଙ୍କୁ ମଧ୍ୟ ଟ୍ରେଜେରି ଅଫିସର ଚିଠି ଦ୍ୱାରା ଦୃଷ୍ଟି ଆକର୍ଷଣ କରିଛନ୍ତି ା ଆହୁରି ଜଣାଯାଇଛି ଯେ ଛତ୍ରପୁର ରିକାପଲ୍ଲୀ ସ୍ଥିତ ଟ୍ରେଜରୀ କଲୋନୀ ଠାରେ ଆଉ ୬ଟି ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣର ଆବଶ୍ୟକତା ରହିଛି। ଏନେଇ ପ୍ଲାନ୍‌ ଓ ଏଷ୍ଟିମେଟ୍‌ ପ୍ରସ୍ତୁତ କରି ଦେବାକୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆର.ଆଣ୍ଡ.ବି ଡିଭିଜନ-୨ ର ନିର୍ବାହୀଯନ୍ତ୍ରୀଙ୍କୁ ମଧ୍ୟ ଟ୍ରେଜରୀ ଅଫିସର ଚିଠି କରିଛନ୍ତି। ଏହି ପ୍ଲାନ୍‌ ଓ ଏଷ୍ଟିମେଟ୍‌ ପ୍ରସ୍ତୁତ ହେଲେ ଏହାକୁ ବିଭାଗକୁ ପ୍ରଶାସନିକ ମଞ୍ଜୁରୀ ଓ ଅର୍ଥ ବ୍ୟବସ୍ଥା ପାଇଁ ପଠାଯିବ ବୋଲି କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri