ଖେଳ ସରିନାହିଁ

Dillip Cherian

୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପଙ୍କଜ କୁମାରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି ଗୁଜରାଟ। କିନ୍ତୁ କୁମାରଙ୍କ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅନିଲ ଗୋପିଶଙ୍କର ମୁକିମ୍‌ଙ୍କୁ ନଇ ବାବୁ ପରିସରରେ ବହୁ ଉକତ୍ଣ୍ଠା ପ୍ରକାଶ ପାଇଛି। ମୁଖ୍ୟ ଶାସନ ସଚିବ ଭାବେ ମୁକିମ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ଓ ସେ ତାହାକୁ ସଫଳତାର ସହ ପୂରଣ କରିଥିଲେ। ତଥାପି ମୁକିମ୍‌ଙ୍କ ପାଇଁ ବାବୁ ସାମ୍ରାଜ୍ୟରେ ଖେଳ ଶେଷ ହୋଇନାହିଁ। କଥା ହେଉଛି, ପାଖାପାଖିରେ ମୁକିମ୍‌ ତାଙ୍କ ପ୍ରଶାସନିକ କ୍ଷେତ୍ରରୁ ସମ୍ପୂର୍ଣ୍ଣ ବାହାରେ ରହିବା ସମ୍ଭାବନା ନାହିଁ। ନିକଟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସାରା ଦେଇଥିଲେ ଯେ,ଗୁଜରାଟ ଅଦ୍ୟାବଧି ମୁକିମ୍‌ଙ୍କ ପରାମର୍ଶ ଏବଂ ସେବା ପାଇବା ଲାଗି ଉତ୍ସୁକତାର ସହ ଚାହଁି ରହିଛି। ମୁକିମ୍‌ ରାଜ୍ୟରେ ରହିବେ କିି ଦିଲ୍ଲୀ ଯିବେ ତା’ ଉପରେ ପର୍ଯ୍ୟବେକ୍ଷକମାନେ ନିଶ୍ଚିତ ନୁହନ୍ତି। ତେବେ ଦିଲ୍ଲୀରେ ତାଙ୍କର କେନ୍ଦ୍ର ସହ ଘନିଷ୍ଠ ସମ୍ପର୍କ ରହିଛି ଓ ସେଠାରେ ପ୍ରଶାସନିକ କ୍ଷମତା ଉପଭୋଗ କରିବା ମନେହେଉଛି। ଜାଣିବାକୁ ମିଳିଛି, ଗୁଜରାଟ କିମ୍ବା ଦିଲ୍ଲୀରେ କେତେଜଣ ଅଧିକାରୀ ଅବସର ନେବା ପରେ କୌଣସି ପଦବୀରେ ମୁକିମ୍‌ ଅବସ୍ଥାପିତ ହୋଇପାରନ୍ତି। ଆଉ କେତେଜଣ ବାବୁ ବିଶ୍ୱାସ କରୁଛନ୍ତି ଯେ, ରୂପାନୀ ଗୁଜରାଟ ବିଦ୍ୟୁତ୍‌ ନିୟାମକ ପ୍ରାଧିକରଣର ମୁଖ୍ୟ୍ୟ ଭାବେ ମୁକିମ୍‌ଙ୍କୁ ଅବସ୍ଥାପିତ କରିପାରନ୍ତି କିମ୍ବା ଗୁଜରାଟ ଇଣ୍ଟର୍‌ନ୍ୟାଶନାଲ ଫାଇନାନ୍ସ ଟେକ୍‌-ସିଟି (ଜିଆଇଏଫ୍‌ଟି) ଭଳି ସମ୍ମାନଜନକ ସଂସ୍ଥାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇପାରନ୍ତି। ଏ କଥା ମଧ୍ୟ ଉଠୁଛି, ମୁକିମ୍‌ଙ୍କର କେନ୍ଦ୍ର ସହିତ ଉତ୍ତମ ସମ୍ପର୍କ ଯୋଗୁ ସେ ପରବର୍ତ୍ତୀ ମୁଖ୍ୟ ଭିଜିଲାନ୍ସ କମିଶନର ଭାବେ ନିଯୁକ୍ତ ହୋଇପାରନ୍ତି। ଏପରି କି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପ୍ରବେଶ କରିବା ସମ୍ଭାବନା ରହିଛି। କୁହାଯାଉଛି, ଖୁବ୍‌ ଶୀଘ୍ର ଏହି ପଦବୀଗୁଡ଼ିକ ଖାଲି ହେବ ଓ ଏହାର ଚୟନ ପାଇଁ ପ୍ରୟାସ କରାଯିବ। ଗୁଜରାଟ ବାବୁମାନଙ୍କ ପ୍ରତି ମୋଦିଙ୍କ ଦୁର୍ବଳତା ରହିଥିବାରୁ ମୁକିମ୍‌ଙ୍କ ପାଇଁ ଏଭଳି ସୁଯୋଗ ପାଇବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଅନ୍ୟପକ୍ଷରେ ଅନେକେ ଭାବନ୍ତି ଯେ, ମୁକିମ୍‌ ତାଙ୍କ କଳଙ୍କହୀନ ସେବା ପାଇଁ ପୁରସ୍କୃୃତ ହେବେ।
ସୁପ୍ରିମକୋର୍ଟ ମୁହଁ ଖୋଲିଲେ
ରାଜନୈତିକ କାରଣ ଯୋଗୁ ବାବୁମାନଙ୍କୁ ନିଲମ୍ବନ କରାଯିବା ଧାରାକୁ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ଦୁଃଖପ୍ରକାଶ କରିଛନ୍ତି। ଛତିଶଗଡ଼ରେ ନିଲମ୍ବିତ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଗୁରଜିନ୍ଦର ପାଲ ସିଂଙ୍କୁ ଗିରଫ ନ କରିବା ପାଇଁ ସେଠାକାର ପୋଲିସକୁ ଏସ୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଦେଶଦ୍ରୋହ ଓ ଆୟ ବହିଭୂର୍ର୍ତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ସରକାର ସିଂଙ୍କ ବିରୋଧରେ ଦୁଇଟି ଅପରାଧ ମାମଲା ଚଳାଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲୁ ରଖିବା ଲାଗି କୋର୍ଟ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିବାବେଳେ ଏଥିରେ କିଛି ବିଶୃଙ୍ଖଳିତ ଧାରା ପରିଲକ୍ଷିତ ହେଉଛି। ଅନେକ କ୍ଷେତ୍ରରେ କ୍ଷମତାରେ ଥିବା ସରକାରଗୁଡ଼ିକ ତାଙ୍କ ପୂର୍ବ ସରକାରଙ୍କୁ ସହଯୋଗ କରିଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏହା କିଛି ନୂଆ କଥା ନୁହେଁ। ଏହି ଧାରା କିଛି ବର୍ଷ ପୂର୍ବେ ସାଧାରଣ ସ୍ଥିତିରେ ରହିଥିଲା। ଏପରି କି ନବ ନିର୍ବାଚିତ ସରକାର ତାଙ୍କ ପ୍ରିୟ ବାବୁମାନଙ୍କୁ ପାଖକୁ ଆଣୁଛନ୍ତି ଏବଂ ଯେଉଁମାନେ ସରକାରଙ୍କୁ ସମର୍ଥନ କରୁନାହାନ୍ତି ବୋଲି ଅନୁଭବ କରୁଛନ୍ତି ସେମାନଙ୍କୁ ଦଣ୍ଡିିତ କରିବା ଦେଖାଯାଉଛି। ତେବେ ଖୁବ୍‌ କ୍ୱଚିତ ଘଟଣାରେ ସରକାର ବରିଷ୍ଟ ବାବୁମାନଙ୍କ ପ୍ରତି ପ୍ରତିଶୋଧାମତ୍କ ରାଜନୀତିରେ ଲିପ୍ତ ହେବା ଦେଖାଯାଏ। ତଥାପି ଖୁସି ଖବର ଯେ, ସରକାରଙ୍କ ଏଭଳି ଆଚରଣ ଉପରେ ସୁପ୍ରିମ୍‌କୋର୍ଟ ମନ୍ତବ୍ୟ ରଖିଛନ୍ତି। ଏହାର ମାନେ ନୁହେଁ ଯେ, ସିଂ ବିପଦମୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ମାମଲା ଚାଲିବ, କିନ୍ତୁ ସୁପ୍ରିମକୋର୍ଟ ପଥଭ୍ରଷ୍ଟ ସରକାରଗୁଡ଼ିକର କାର୍ଯ୍ୟକୁ ନିକଟରୁ ନିରୀକ୍ଷଣ କରିବା ସହ ସେମାନଙ୍କ ପ୍ରତିଶୋଧୀ ଚିନ୍ତାଧାରା ଉପରେ ମୁହଁ ଖୋଲିବା ହୁଏତ ଅନ୍ୟ କେତେଜଣଙ୍କ ପାଇଁ ଆସ୍ବସ୍ତି ଆଣିପାରେ।
ନିଯୁକ୍ତିରେ ବିଳମ୍ବ
ଚଳିତ ସପ୍ତାହରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (ଏମ୍‌ପିଏସ୍‌ସି) ଅଧ୍ୟକ୍ଷ ସତୀଶ ଗଭାଇ ଅବସର ଗ୍ରହଣ କରିଛନ୍ତି। ଏବେ ରାଜ୍ୟ ସରକାର ତାଙ୍କ ଉତ୍ତରାଧିକାରୀ ଖୋଜିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଏମ୍‌ପିଏସ୍‌ସିରେ ଖାଲି ଥିବା ପଦବୀଗୁଡ଼ିକ ସମୟସୀମା ମଧ୍ୟରେ ବି ସରକାର ପୂରଣ କରିପାରିନାହାନ୍ତିି। ଏହି ଅପାରଗତା ପାର୍ଇ ଁ ବାବୁମାନେ ମୁଖ୍ୟତଃ ମହାରାଷ୍ଟ୍ର ବନ୍ୟା ପରିସ୍ଥିତିକୁ ଦାୟୀ କରୁଛନ୍ତି। ବିଦାୟୀ ଅଧ୍ୟକ୍ଷ ଗଭାଇଙ୍କ ପଦବୀ ସହ ୪ ସଦସ୍ୟ ପଦ ଫାଙ୍କା ରହିଛି। ସୂତ୍ରରୁ ଜଣାପଡ଼ିଛି ଯେ, ଗଭାଇ ଏମ୍‌ପିଏସ୍‌ସିର ସଦସ୍ୟ ପୂରଣ କରିବା ପାଇଁ ବହୁବାର ସରକାରଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। କିନ୍ତୁ ସଫଳ ହୋଇପାରିନାହାନ୍ତି। କେବଳ ଏତିକି ନୁହେଁ, ସରକାର ନିଷ୍ପତ୍ତି ନେବାରେ ଆଗପଛ ହୋଇ ସମୟ ନଷ୍ଟ କରିବା ଯୋଗୁ ବହୁ ଇଞ୍ଜିନିୟର ଏବଂ ଡେପୁଟିି କଲେକ୍ଟରଙ୍କ ସମେତ ପ୍ରାୟ ୨୦୦୦ ପଦବୀ ପୂରଣ ହୋଇ ପାରିନାହିଁ। ଦେଖିବାକୁ ଗଲେ, ଏମ୍‌ପିଏସ୍‌ସି କର୍ମଚାରୀ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏଥିରେ ୬ ଜଣ ସଦସ୍ୟ ରହିବା କଥା। କିନ୍ତୁ ଦୀର୍ଘଦିନ ଧରି କେବଳ ଗଭାଇ ଏବଂ ଅନ୍ୟ ଜଣେ ସଦସ୍ୟ ଦୟାନନ୍ଦ ମୋରାମ ଏମ୍‌ପିଏସ୍‌ସିକୁ ଚଳାଉଥିଲେ। ଆଇଏଏସ୍‌ରୁ ଦୁଇ ବର୍ଷ ପୂର୍ବେ ଅବସର ନେବାବେଳେ ଗଭାଇ ପରିବେଶ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଥିଲେ। ତେବେ ରାଜ୍ୟରେ ଖାଲି ରହିଥିବା ପଦବୀଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି ଜଣାପଡ଼ୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri