ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲାପାଳ

ଗଜପତି,୧୧।୭(ଗିରିଧାରୀ ପରିଚ୍ଛା): ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଖୁସି କି ଦୁଃଖର ସମୟ ବୁଝେନି ମୃତ୍ୟୁ। ଆଉ ଅଚାନକ ସମୁଦ୍ରର ଢେଉ ଭଳି ମାଡିଆସେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ ଗାଉ ଗାଉ ଚାଲି ଯାଇଛି ଜୀବନ। ଗୀତ ବୋଲୁଥିବାବେଳେ ଟଳି ପଡିଛନ୍ତି ଅତିରିକ୍ତ ଜିଲାପାଳ।

ଗୀତ ଗାଉଥିବା ବେଳେ ଜିଲା ରେଭିନ୍ୟୁ ଏଡିଏମ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସରିବା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ନିର୍ବାଚନ ପରେ କିଛି ସମୟ ପାଇଁ ମନୋରଞ୍ଜନ କରିବାକୁ ଗୀତ କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର ଗୀତ ବୋଲିଥିଲେ। ଏଡିଏମଙ୍କ ଗୀତରେ ସମସ୍ତେ ଝୁମୁଥିଲେ। ହେଲେ ହଠାତ୍‌ ଘଟିଯାଇଥିଲା ଅଘଟଣ। ଗୀତ ଗାଉଥିବାବେଳେ ମଞ୍ଚରେ ଟଳି ପଡିଲେ ବୀରେନ୍ଦ୍ର। ତୁରନ୍ତ ସହଯୋଗୀ ଷ୍ଟାଫମାନେ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଥାଉ କି, ଗଜପତି ଜିଲା ଅତିରିକ୍ତ ଜିଲାପାଳ ବିରେନ୍ଦ୍ର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ବୁଧବାର ରାତିରେ ବିଏନ ପ୍ୟାଲେଶରେ ପ୍ରଶାସନ ଦ୍ୱାରା ଆୟୋଜିତ ଗୋଟେ ଭୋଜିରେ ଜଗନ୍ନାଥଙ୍କ ଜଣାଣ ଗାଇବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗତ ୨ବର୍ଷ ହେଲା ବୀରେନ୍ଦ୍ର ଦାସ ଅତିରିକ୍ତ ଜିଲାପାଳ ରାଜସ୍ବ ଦାୟିତ୍ୱରେ ରହିଥିଲେ । ତେବେ ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହଯୋଗୀ ଷ୍ଟାଫ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri