ଅସୁରକ୍ଷିତ ଛାତ ତଳେ ଦେଶର ଭବିଷ୍ୟତ

ଟେନସା,୧୭ା୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ କାଲଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଡା ଗୀର୍ଜା ଟୋଲା ରେ ଥିବା ଅଙ୍ଗନବାଡି କେନ୍ଦ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡିଛି । ଏହି ଅଙ୍ଗନବାଡି କେନ୍ଦ୍ର ଏବେ ଅସୁରକ୍ଷିତ ହୋଇପଡିଛି। ଛାତ ଭାଙ୍ଗିରୁଜି ଗଲାଣି। ଅସରାଏ ବର୍ଷା ହେଲେ ଅତଡା ଖସିବା ସହ ଛାତରୁ ଗଳୁଛି ପାଣି। ଫଳରେ ବର୍ଷାଦିନେ ଶିଶୁମାନେ ବସିବା ସମ୍ଭବ ହେଉନାହିଁ। ଏହାଛଡା ଛାତରୁ ପଲସ୍ତରା ଖସି କେତେବେଳେ ଯେ ଅଘଟଣ ଘଟିବ କହି ହେଉନାହିଁ। ଏ ସମ୍ପର୍କରେ ଅଙ୍ଗନବାଡି କର୍ମୀ ମାଇନି ଟପ୍ନୋଙ୍କୁ ପଚାରିବାରେ ବାରମ୍ବାର ଏ ବିଷୟରେ ସୁପରଭାଇଜର ଓ ସିଡିପିଓଙ୍କୁ ଅବଗତ କରାଯାଇ ଆସୁଛି। ହେଲେ କୌଣସି ସୁଫଳ ମିଳିନାହିଁ। ଶିଶୁଙ୍କ ଜୀବନ ପ୍ରତି କାହାରି ନିଘା ଥିବା ପରି ମନେ ହେଉନାହିଁ। ଏନେଇ କୋଇଡା ବ୍ଲକ ଚେୟାରମ୍ୟାନ ସୁରେଶ ନାଏକଙ୍କୁ ପଚାରିବାରେ ସେଠାରେ ଜାଗା ନ ଥିବାରୁ ଘର ହୋଇ ପାରୁନାହିଁ। ଖୁବଶୀଘ୍ର ନୂଆ ଘର ତିଆରି ହେବ। ହେଲେ ଖଣି ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ଥାଇ ଅସୁରକ୍ଷିତ ଛାତ ତଳେ ଦେଶର ଭବିଷ୍ୟତ ଅସୁରକ୍ଷିତ ରହିବା ବିଡମ୍ବନାର ବିଷୟ। ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସୂଚନାଯୋଗ୍ୟ, ୫-ଟି ଅଧୀନରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ହେଉ ଅବା ବିଶ୍ୱସ୍ତରୀୟ ଷ୍ଟାଡିୟମ ଅସରାଏ ବର୍ଷା ସମସ୍ତ କାମର ମାନ କିପରି ତାହା ପଦାରେ ପକାଇ ଦେଉଛି। ବିଭିନ୍ନ ସରକାରୀ କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି, ହେଲେ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ଦୁର୍ନୀତିର ଗନ୍ଧ ସବୁଠି ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri