ଟେଲିଫୋନ୍‌ର ମଜା ଶହେ କୋଶରୁ…

ଶେଖ୍‌ ଫରିଦ୍‌ଉଦ୍ଦିନ

ପିଲାମାନଙ୍କ ଛବି ବହିରେ ଲେଖାଥିଲା ‘ଟେଲିଫୋନ୍‌ର ମଜା, ଶହେ କୋଶରୁ ଆଈ ସାଥିରେ କଥା ହେଉଛି ଅଜା…’। ଆଜି ସମୟର ଅଜାମାନେ ସ୍ମାର୍ଟଫୋନ୍‌ରେ ଆଈ ସହ ସୁଖଦୁଃଖ ହୋଇପାରୁଛନ୍ତି। କରୋନା ବିଭୀଷିକା ଟେଲିଫୋନ୍‌ର ବ୍ୟବହାରକୁ ଦ୍ୱିଗୁଣିତ କରିଦେଇଛି। ୧୯୧୮ରେ ଜର୍ମାନ ରୋଡୱେଜ୍‌ ତରଫରୁ ବର୍ଲିନରୁ ଯୋସେନ ମଧ୍ୟରେ ଚାଲୁଥିବା ମିଲିଟାରୀ ଟ୍ରେନ୍‌ଗୁଡ଼ିକରେ ଓ୍ବେରଲେସ ଫୋନ୍‌ ଆରମ୍ଭ ହୋଇଥିଲା। ୧୯୨୪ରେ ବର୍ଲିନ୍‌ରୁ ହାମ୍‌ବର୍ଗ ମଧ୍ୟରେ ଚାଲିଥିବା ଯାତ୍ରୀବାହୀ ଟ୍ରେନ୍‌ରେ ମଧ୍ୟ ତାରବିହୀନ ଫୋନ୍‌ ଆରମ୍ଭ କରାଯାଇଥିଲା। ବେତାର ଫୋନ୍‌ ଭାବେ ହ୍ୟାଣ୍ଡ୍‌ହେଲ୍‌ଡ ରେଡିଓ ଟ୍ରାନ୍ସିଭରସ୍‌ ୧୯୪୦ ଯାଏ ବ୍ୟବହାର କରାଯାଉଥିଲା। ଆମେରିକାର ଫେଲଲ୍ୟାବ୍‌ ୧୭ ଜୁନ୍‌ ୧୯୪୬ରେ ମୋବାଇଲ ଫୋନ୍‌ ସେବା ଆରମ୍ଭ କରିଥିବାର ଜଣାଯାଏ। ମସ୍କୋର ଜଣେ ଇଞ୍ଜିନିୟର ଲିଓନିଡ୍‌ କୁପ୍ରିୟାନୋଭିକ୍‌ ୧୯୫୭ରୁ ୧୯୬୧ ମଧ୍ୟରେ ପକେଟ ସାଇଜ୍‌ କମ୍ୟୁନିକେଶନ ରେଡିଓ ନିର୍ମାଣ ସହିତ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ। ମୋର୍ଟଲା କମ୍ପାନୀର ଇଞ୍ଜିନିୟର ମାର୍ଟିନ କୁପର୍‌ଙ୍କୁ ସେଲ୍‌ ଫୋନ୍‌ର ଜନକ ବୋଲି କୁହାଯାଏ। ଏପ୍ରିଲ ୧୯୭୩ରେ କୁପର୍‌ ଗୋଟେ ମୋବାଇଲ ସେଟ୍‌ ଯୋଗେ ପ୍ରଥମେ କଥାବାର୍ତ୍ତା ହୋଇଥିଲେ। ଜର୍ମାନୀ, ଆମେରିକା, ରୁଷିଆ ଆଦି ଦେଶ ତୁଳନାରେ ଭାରତକୁ ବହୁ ପରେ ମୋବାଇଲ ସେବା ଆସିଥିଲା। ୧୯୯୪ରେ ପ୍ରଥମଥର ପାଇଁ ଆମ ଦେଶରେ ବେସରକାରୀ ସଂସ୍ଥାଗୁଡ଼ିକୁ ସେଲୁଲାର ଓ ରେଡିଓ ପେଜିଂ ସେବା ପାଇଁ ଅନୁମତି ମିଳିଥିଲା । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ସ୍ପେକ୍ଟ୍ରମ ନିଲାମ କରାଯାଇଥିଲା। ୧୯୯୫ରେ କୋଲକାତାରେ ପ୍ରଥମେ ମୋଦି ଟେଲଷ୍ଟ୍ରା କମ୍ପାନୀ ମୋବାଇଲ ନେଟୱର୍କ ସ୍ଥାପନ କରିଥିଲା। ସେହିବର୍ଷ ଜୁଲାଇ ୩୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ମୋବାଇଲ ଫୋନ ମାଧ୍ୟମରେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ସୁଖରାମଙ୍କ ସହିତ କଥା ହୋଇଥିଲେ। ଏହାକୁ ଆମ ଦେଶର ପ୍ରଥମ ଫୋନ୍‌ କଲ୍‌ ବୋଲି କୁହାଯାଏ। ଦୂରସଞ୍ଚାର ସେବାର ନିୟନ୍ତ୍ରଣ ପାଇଁ ୧୯୯୭ରେ ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ଗଠନ କରାଗଲା। ୧୯୯୯ରେ ସରକାର ନୂଆନୀତି ଆଣିବା ଫଳରେ ଅପରେଟର ସଂସ୍ଥା ସରକାରଙ୍କ ସହିତ ରାଜସ୍ବ ଭାଗ ବାଣ୍ଟ କରିବାର ନିୟମ ରହିଲା। ଦିନେ ଲୋକଙ୍କୁ ଗୋଟେ ମିନିଟ କଥା ହେବାକୁ ଚବିଶ ଟଙ୍କା ଗଣିବାକୁ ପଡ଼ୁଥିବାବେଳେ ଆଜି ବିଶ୍ୱରେ ସବୁଠୁ ଶସ୍ତାରେ ଭାରତୀୟମାନେ ମୋବାଇଲ ଫୋନ୍‌ରେ କଥା ହୋଇପାରୁଛନ୍ତି। ୨୦୦୧ ବେଳକୁ ଫିକ୍ସଡ୍‌ ଲାଇନ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ମୋବାଇଲ ସେବା ପାଇଁ ଅନୁମତି ମିଳିଗଲା।
ସ୍ମାର୍ଟଫୋନ୍‌ ମାଧ୍ୟମରେ ମନୋରଞ୍ଜନ, ଟିକେଟ ବୁକିଂ, ଖାଦ୍ୟପେୟ ଅର୍ଡର, ନିତିଦିନିଆ ସାମଗ୍ରୀ କିଣାବିକା, ସ୍ବାସ୍ଥ୍ୟ ପରୀକ୍ଷା, ପାଠପଢ଼ା, ପାଣିପାଗ ସୂଚନା, ଖବରକାଗଜ ଓ ବହି ପଢ଼ିବା, ଟିଭି, ସିନେମା ତଥା ଜ୍ଞାନବିଜ୍ଞାନର ସବୁ ପ୍ରକାର ତଥ୍ୟ ଓ ସୁବିଧା ମିଳୁଛି। ପ୍ରତିଦିନ ନୂଆ ପ୍ରକାର ଆପ୍ଲିକେଶନ ନିର୍ମିତ ହେଉଛି। ମୋବାଇଲ ସେବାରେ ୨ଜି, ୩ଜି ଏବଂ ୪ଜି ଆଦି ଟେକ୍ନୋଲୋଜି ବ୍ୟବହୃତ ହୋଇଥାଏ। ତେବେ ଜି’ର ଅର୍ଥ ଜେନେରେଶନ। ଗୋଟେ ଜେନେରେଶନରୁ ଆଉ ଗୋଟେ ଜେନେରେଶନକୁ ଗଲାବେଳେ ମୋବାଇଲ ଫୋନରେ ଅଧିକ ଉନ୍ନତ ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହୃତ ହେଉଛି। ଏବେ ଭାରତରେ ୪ଜି ମୋବାଇଲ ଫୋନ୍‌ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। ୫ଜି ଟେକ୍ନୋଲୋଜି କାର୍ଯ୍ୟକ୍ଷମ ହେବାକୁ ଯାଉଛି।
ଫାର୍ଷ୍ଟ ଜେନେରେଶନ-୧-ଜି ମୋବାଇଲ ନେଟୱର୍କରେ ଆନାଲଗ୍‌ ଟେକ୍ନୋଲୋଜି ବ୍ୟବହୃତ। ଏଥିରେ କେବଳ କଥାବାର୍ତ୍ତା ହୋଇପାରିବାର ସୁବିଧା ଥିଲା। ୨-ଜି ସେବାରେ କଥାବାର୍ତ୍ତା, ମେସେଜ୍‌ ତଥା ସୀମିତ ଡାଟା ପଠାଇବାର ସୁବିଧା ଉପଲବ୍ଧ। ୧୯୯୦ରେ ଏହା ଆରମ୍ଭ ହୋଇଥିଲା। ଏଥିରେ ଡାଟା ପ୍ରେରଣର ବେଗ ବହୁତ କମ୍‌ ରହୁଥିଲା। ୩-ଜିରେ ଇଣ୍ଟରନେଟ ସ୍ପିଡ ବଢ଼ିବା ସହିତ ଡାଟା ଡାଉନ୍‌ଲୋଡ୍‌ କରିବା ସୁବିଧାଜନକ ହେଲା। ଏହି ପିଢ଼ିର ଫୋନ୍‌ରେ ଏଚ୍‌ଏସ୍‌ପିଏ (ହାଇସ୍ପିଡ୍‌ ପ୍ୟାକେଟ ଆସେସ୍‌) ଟେକ୍ନୋଲୋଜି ଦ୍ୱାରା ଡାଉନ୍‌ଲିଙ୍କ ସ୍ପିଡ ୧୪.୪ ଏମ୍‌ବିପିଏସ୍‌ (ମେଗା ବାଇଟ୍‌ ପର ସେକେଣ୍ଡ) ଏବଂ ଅପଲିଙ୍କ୍‌ ସ୍ପିଡ ୫.୬୭ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଲା। ୪-ଜି ରେ ଏଲ୍‌ଟିଇ (ଲଙ୍ଗ୍‌ ଟର୍ମ ଇଭୋଲ୍ୟୁଶନ) ଟେକ୍ନୋଲୋଜି ବ୍ୟବହୃତ। ୪-ଜିରେ ୩-ଜି ଅପେକ୍ଷା ଇଣ୍ଟରନେଟ୍‌ ସ୍ପିଡ ବହୁଗୁଣିତ ହେଲା। ଏପରି କି ଡାଉନ୍‌ ଲିଙ୍କ ସ୍ପିଡ୍‌ ୩୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବଢ଼ିଗଲା। ୫-ଜି ମୋବାଇଲ ଫୋନ୍‌ର ବ୍ୟବହାର ଏ ପର୍ଯ୍ୟନ୍ତ ଭାରତରେ ଆରମ୍ଭ ହୋଇନାହିଁ। କିନ୍ତୁ ରିଲାଏନ୍ସ ଜିଓ କମ୍ପାନୀ କହିଛି ଯେ, ସରକାର ସ୍ପେକ୍ଟ୍ରମ ଯୋଗାଇ ଦେଲା ମାତ୍ରକେ ୫-ଜି ସେବା ଆରମ୍ଭ କରିବ। ଏଥିପାଇଁ କମ୍ପାନୀ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିଛି। ଏଥିରେ ନିଉ ରେଡିଓ ଏନ୍‌ଆର ଟେକ୍ନୋଲୋଜିର ଉପଯୋଗ କରାଯାଇଥାଏ। ଡାଉନଲୋଡିଂ ସ୍ପିଡ ସେକେଣ୍ଡ୍‌ ପ୍ରତି ୧୦ଜିବି ପର୍ଯ୍ୟନ୍ତ ରହିପାରିବ।
ଦକ୍ଷିଣ କୋରିଆରେ ଏପ୍ରିଲ ୨୦୧୯ରେ ୫-ଜି ମୋବାଇଲ ନେଟୱର୍କ ଆରମ୍ଭ କରାଯାଇଥିଲା। ୨୦୧୯-୨୦ର ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶରେ ୯୧.୯% ଲୋକ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ୭୯.୫୮%ରେ ସୀମିତ ରହିଛି।
ଦୂରସଞ୍ଚାର ଭବନ, ଲିଙ୍କରୋଡ୍‌, କଟକ ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri