ଫ୍ରାନ୍ସ ସରକାର ଭାଙ୍ଗିଲା

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିଶେଲ ବର୍ନିଅର ପାର୍ଲାମେଣ୍ଟରେ ଅନୁଷ୍ଠିତ ଆସ୍ଥାଭୋଟରେ ପରାଜିତ ହେବା ପରେ ତାଙ୍କ ସରକାର ଭାଙ୍ଗିଯାଇଛି। ସରକାର ପତନ ପାଇଁ ୨୮୮ ଭୋଟ ଆବଶ୍ୟକ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୩୩୧ ଜଣ ଆଇନପ୍ରଣେତା ମତଦାନ କରିଛନ୍ତି। ଫଳରେ ସରକାର ଗଠନର ମାତ୍ର ୩ ମାସ ଭିତରେ ୟୁରୋପର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ରାଜନୈତିକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ଉପରେ ମଧ୍ୟ ଇସ୍ତଫା ଚାପ ବଢ଼ିବାରେ ଲାଗିଥିବାରୁ ଆଗକୁ ସଙ୍କଟ ଆହୁରି ଘନେଇବା ଆଶଙ୍କା କରାଯାଉଛି।
ପ୍ୟାରିସ୍‌,୬ା୧୨: ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲିରେ ୫୭୭ ଆସନ ରହିଛି। ଝୁଲା ସରକାର ବିରୋଧରେ ବାମପନ୍ଥୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଗୃହୀତ କରାଇବା ପାଇଁ ୨୮୮ ଭୋଟ ଆବଶ୍ୟକ ଥିବାବେଳେ ପ୍ରଧାନମନ୍ତ୍ରୀ ମିଶେଲ ବର୍ନିଅରଙ୍କୁ ହଟାଇବା ଲାଗି ଦକ୍ଷିଣପନ୍ଥୀ ଏମ୍‌ପିମାନେ ମଧ୍ୟ ଏକଜୁଟ୍‌ ହୋଇଥିଲେ।  ବିରୋଧରେ ୩୩୧ ଭୋଟ ପଡ଼ିବାରୁ ଆସ୍ଥା ହରାଇବା ପରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ୧୯୫୮ରେ ଫ୍ରାନ୍ସର ପଞ୍ଚମ ସାଧାରଣତନ୍ତ୍ର ଆରମ୍ଭ ହେବା ପରେ କୌଣସି ସରକାର ଏତେ କମ୍‌ ଅବଧିର ନ ଥିଲା। ୧୯୬୨ରେ ଚାଲର୍‌ସ ଡେ ଗଉଲ୍ଲେ ରାଷ୍ଟ୍ରପତି ଥିବାବେଳେ ଜଜର୍‌ସ ପୋମ୍ପିଡୋଉଙ୍କ ସରକାର ଆସ୍ଥାଭୋଟରେ ପରାଜିତ ହୋଇଥିଲା। ତେଣୁ ଆଧୁନିକ ଫରାସୀ ଇତିହାସରେ ବର୍ନିଅରଙ୍କ ସରକାର ହେଉଛି ସବୁଠୁ ସ୍ବଳ୍ପାୟୁ ସଂଖ୍ୟାଲଘୁ ସରକାର। ବର୍ନିଅର ଦେଶବାସୀଙ୍କୁ ସମ୍ବୋଧିତ କରି ତାଙ୍କ ୨ ମାସ ୨୯ ଦିନିଆ ସରକାରର କାର୍ଯ୍ୟକାଳକୁ ଫ୍ରାନ୍ସ ଓ ଫରାସୀମାନଙ୍କ ‘ସସମ୍ମାନେ ସେବା’ ରୂପେ ଅଭିହିତ କରିଛନ୍ତି। ରାଷ୍ଟ୍ରପତି ମାକ୍‌ରଁ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବା ପରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ ବୋଲି ଏଲିସେ ପ୍ୟାଲେସ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ଫ୍ରାନ୍ସରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ମନୋନୀତ କରିଥାନ୍ତି। ତେବେ ସେ ଚୟନ କରିଥିବା ନେତାଙ୍କୁ ଆଇନପ୍ରଣେତାମାନେ ଅନାସ୍ଥା ଭୋଟ ଗୃହୀତ କରାଇ ଯେକୌଣସି ସମୟରେ ପ୍ରତ୍ୟାଖ୍ୟାନ କରିପାରନ୍ତି, ଯାହାକି ବର୍ନିଅରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ବର୍ନିଅର ଜଣେ ଲୋକପ୍ରିୟ ନେତା ହୋଇ ନ ଥିଲେ ମଧ୍ୟ ଗତ ଗ୍ରୀଷ୍ମରେ ଅନୁଷ୍ଠିତ ନିର୍ବାଚନ ପରେ ରାଷ୍ଟ୍ରପତି ମାକ୍‌ରଁ ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିବାରୁ  ସେ ଦକ୍ଷତା ଦେଖାଇବେ ବୋଲି ଆଶା କରାଯାଉଥିଲା। ତେବେ ସଂଖ୍ୟାଗରିଷ୍ଠତା ନ ଥାଇ ସରକାରର ନେତୃତ୍ୱ ନେବା ବର୍ନିଅରଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହୋଇଛି।  ୨୦୨୫ ଜାତୀୟ ବଜେଟ ପୂର୍ବରୁ ବର୍ନିଅର ନିମ୍ନ ସଦନରେ  କାମ ଚଳାଇନେବା ପାଇଁ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଏମ୍‌ପିମାନଙ୍କୁ ବୁଝାଇବାକୁ ସେ ଉଦ୍ୟମ କରିଥିଲେ। ତେବେ ସାମାଜିକ ସୁରକ୍ଷା ସମ୍ପର୍କିତ ଆର୍ଥିକ ବିଲ୍‌କୁ ନେଇ ଦକ୍ଷିଣପନ୍ଥୀ ଦଳ ଓ ବାମପନ୍ଥୀ ମେଣ୍ଟ ଏକାଠି ହୋଇ ଏହାକୁ ସଫଳ ହେବାକୁ ଦେଇ ନ ଥିଲେ। ଏହି ସଙ୍କଟ ପରେ ବର୍ତ୍ତମାନ ରାଷ୍ଟ୍ରପତି ମାକ୍‌ରଁଙ୍କୁ ବର୍ନିଅରଙ୍କ ସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ବାଛିବାକୁ ପଡ଼ିବ, ଯାହାକି ତାଙ୍କ ପକ୍ଷେ ସେତେଟା ସହଜ ହୋଇ ନ ପାରେ। ଅନ୍ୟପକ୍ଷେ ମାକ୍‌ରଁ ଆଗୁଆ ନିର୍ବାଚନ ପାଇଁ ଗତ ଜୁନ୍‌ରେ ଘୋଷଣା କରିସାରିଥିବାରୁ ତାଙ୍କ ନିକଟରେ ବିକଳ୍ପ ନାହିଁ। ଫ୍ରାନ୍ସ ସମ୍ବିଧାନ ଅନୁସାରେ ନ୍ୟାଶନାଲ ଆସେମ୍ବ୍ଲି ଅନୂ୍ୟନ ବର୍ଷେ ପର୍ଯ୍ୟନ୍ତ ରହିବ ଏବଂ ଆସନ୍ତା ଜୁଲାଇରେ ନିର୍ବାଚନ ହେବ। ଏବେ ବିନା ସରକାରରେ ରାଷ୍ଟ୍ରପତି କେବଳ କାମଚଳା ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବେ। କିନ୍ତୁ ଫ୍ରାନ୍ସର ଆର୍ଥିକ ସଙ୍କଟ ଏଡ଼ାଇବାକୁ ହେଲେ ସରକାରଙ୍କ ବଜେଟକୁ ଗୃହୀତ କରାଇବା ପାଇଁ ରାଷ୍ଟ୍ରପତି ୨୪ ଘଣ୍ଟା ଭିତରେ ଜଣକୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିପାରନ୍ତି।
ଆସ୍ଥାଭୋଟ ପରେ ନ୍ୟାଶନାଲ ରାଲି ନେତା ମରିନ ଲି ପେନ୍‌ ସାମ୍ପ୍ରତିକ ଅଚଳାବସ୍ଥା ପାଇଁ ମାକ୍‌ରଁଙ୍କୁ ଦାୟୀ କରି କହିଛନ୍ତି, ଏକ ବିଷାକ୍ତ ବଜେଟରୁ ଫ୍ରାନ୍ସକୁ ସୁରକ୍ଷା ଦେବା ଆମର ସର୍ବୋଚ୍ଚ ପ୍ରାଥମିକତା। ରାଷ୍ଟ୍ରପତିଙ୍କ ଉପରେ ଚାପ ଆହୁରି ବଢ଼ିବାକୁ ଯାଉଛି। ସେହିପରି ବାମପନ୍ଥୀ ଏମ୍‌ପି ଏରିକ୍‌ କୋକ୍ୱେରେଲ ମଧ୍ୟ ମାକ୍‌ରଁଙ୍କୁ ଛଳନାପୂର୍ଣ୍ଣ ଆଚରଣ ନ କରିବାକୁ କହିଛନ୍ତି।
ସଂଖ୍ୟାଗରିଷ୍ଠତା ନ ଥିବା ସରକାରରେ ସଙ୍କଟ ଉପୁଜିବା ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଗତ ଜୁନ୍‌ରେ ଆଶଙ୍କା ବ୍ୟକ୍ତକରି ଆଗୁଆ ନିର୍ବାଚନର ସଙ୍କେତ ଦେଇଥିଲେ। ୨୦୨୭ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପୂରିବାକୁ ଥିବାବେଳେ ସେ ଏହାକୁ ପୂରା କରିବେ ବୋଲି କହିଛନ୍ତି। ଇତିମଧ୍ୟରେ ଦେଶରେ ଉପୁଜିଥିବା ଆର୍ଥିକ ଓ ରାଜନୈତିକ ସଙ୍କଟ ପାଇଁ ମାକ୍‌ରଁଙ୍କୁ ଦାୟୀ କରି ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ନ୍ୟାଶନାଲ ଆସେମ୍ବ୍ଲି ନେତ୍ରୀ ମରିନ ଲି ପେନ୍‌ କହିଛନ୍ତି, ମାକ୍‌ରଁଙ୍କ ନୀତିଗୁଡ଼ିକ ତାଙ୍କୁ ଫ୍ରାନ୍ସବାସୀଙ୍କଠାରୁ ଅଲଗା କରିଦେଇଛି। ରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ଦୁଇ-ତୃତୀୟାଂଶ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ। ସେ ଇସ୍ତଫା ଦେବା ଉଚିତ ବୋଲି ୬୪% ମତଦାତା ଚାହୁଁଥିବାବେଳେ ଦେଶର ଆର୍ଥିକ ଓ ରାଜନୈତିକ ଅନିଶ୍ଚିତତାକୁ ନେଇ ଅଧିକାଂଶ ଚିନ୍ତିତ। ଏହାର ପ୍ରଭାବ ଫ୍ରାନ୍ସ ଶେୟାର ବଜାର ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଲାଣି। ସରକାର ଭାଙ୍ଗିଯାଇଥିବାରୁ ରେଟିଂ ଏଜେନ୍ସି ମୁଡିଜ୍‌ ଫ୍ରାନ୍ସ ଅର୍ଥନୀତି ପାଇଁ ‘ନେଗେଟିଭ୍‌’ ରେଟିଂ ଦେଇଛି। ଆଗକୁ ଦେଶର ଋଣବୋଝ ବଢ଼ିପାରେ ବୋଲି ସତର୍କ କରାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?