ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୨।୭: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶୁକ୍ରବାର ତିନି ରଥ ଶରଧାବାଲିରେ ପହଞ୍ଚିଛି। ଶନିବାର ମହାପ୍ରଭୁଙ୍କ ନୀତିକାନ୍ତି ପରେ ପହଣ୍ଡିରେ ଜନ୍ମବେଦୀକୁ ଯିବେ। ୮ ଲକ୍ଷରୁ ଅଧିକ ଭକ୍ତ ରଥାରୂଢ ଶ୍ରୀବିଗ୍ରହଙ୍କ ଦର୍ଶନ କରି କୃତାର୍ଥ ହୋଇଥିଲେ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ସମୟ ଥିଲା । ଦିନ ୧୨ଟା ୩୫ ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା । ସା ସାଢେ ୬ଟା ସୁଦ୍ଧା ତିନି ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା । ଦୁଇ ବର୍ଷ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା । ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବବିହ୍ବଳ ହୋଇଯାଇଥିଲେ।