Posted inUncategorized

ପଡିଆକୁ ଆସିବା ପୂର୍ବରୁ ମଦ ପିଉଥିଲେ ଏହି ୪ ଖେଳାଳି

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିଜ ଖରାପ ଅଭ୍ୟାସ ଯୋଗୁ ଦର୍ଶକ ତାଙ୍କୁ ନାପସନ୍ଦ କରିଛନ୍ତି। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ…

ହର୍‌ଶେଲ୍‌ ଗିବ୍ସ
ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହର୍‌ଶେଲ୍‌ ଗିବ୍ସ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍‌ ଥିଲେ। ନିଜ ଦଳକୁ ସେ ଅନେକଥର ଜିତାଇ ମଧ୍ୟ ଥିଲେ। ନିଜ ଆତ୍ମକଥା ‘ଟୁ ଦ ପଏଣ୍ଟ’ରେ ଗିବ୍ସ ସ୍ବୀକାର କରିଥିଲେ, ଖେଳିବାକୁ ଯିବା ପୂର୍ବରୁ ସେ ମଦ୍ୟପାନ କରି ଯାଉଥିଲେ।

ଜେଶି ରାଇଡର୍‌
ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ଜେଶି ରାଇଡର୍‌ ମ୍ୟାଚ୍‌ ଦିନ ସକାଳୁ ମଦ ପିଇଥିବାର ଥରେ ଧରାପଡିଥିଲେ। ଏହି କାରଣରୁ ତାଙ୍କୁ ଉକ୍ତ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା।

ଆଣ୍ଡ୍ରୁ ସାଇମଣ୍ଡ୍ସ
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ରୁ ସାଇମଣ୍ଡ୍ସ ନିଜ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନେକ ମ୍ୟାଚ୍‌ ସେ ଅଷ୍ଟ୍ରେଲିଆ ଦଳକୁ ଜିତାଇଥିଲେ। ବାଂଲାଦେଶ ବିପକ୍ଷ ଏକ ମ୍ୟାଚ୍‌ରେ ସାଇମଣ୍ଡ୍ସ ପ୍ରବଳ ମଦ୍ୟପାନ କରିଥିଲେ। ଏନେଇ ସେତେବେଳେ ଅଷ୍ଟ୍ରେଲିଆର ଅଧିନାୟକ ଥିବା ରିକି ପଣ୍ଟିଂ ତାଙ୍କ ଉପରେ ରାଗିଯାଇଥିଲେ।

ଆଣ୍ଡ୍ରୁ ଫ୍ଲିଣ୍ଟଫ୍‌
ଇଂଲଣ୍ଡର ପୂର୍ବତନ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫ୍‌ ୨୦୦୫ ଆଶେସ୍‌ ବିଜୟର ହିରୋ ଥିଲେ। ଏକ ଚ୍ୟାଟ୍‌ ସେ କହିଥିଲେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ ଖେଳିବା ପୂର୍ବରୁ ସେ ମଦ୍ୟପାନ କରିଥିଲେ। ଉକ୍ତ ମ୍ୟାଚ୍‌ରେ ସେ ଶତକ ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri