ଚାରି ଥାକିଆ ହେବ କେନ୍ଦୁଝର-ଡୁବୁରୀ ରାସ୍ତା

କେନ୍ଦୁଝର, ୮।୭(ସ୍ବ.ପ୍ର.) କେନ୍ଦୁଝର (ନରଣପୁର)ରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ଚାରି ଥାକିଆ ହେବ। ଏଥିପାଇଁ ଜମି ଅଧିଗ୍ରହଣ କମିଟି ଅନୁମୋଦନ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ସବିଶେଷ ରିପୋର୍ଟ ପଠାଯାଇଛି। ଏହି ରାସ୍ତା ହେଲେ ଦୁଇଟି ସ୍ଥାନରେ ଟୋଲ ପ୍ଲାଜା ପ୍ରତିଷ୍ଠା ହୋଇ ଟୋଲ ଆଦାୟ ହେବ ବୋଲି ଜଣାପଡିଛି। ନିକଟରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି ବୈଠକ (ଦିଶା)ରେ ଆଲୋଚନା ହୋଇଛି। ଏହି ରାସ୍ତା ନିର୍ମାଣ କେବେ ଆରମ୍ଭ ହେବ ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ସୂଚନା ମିଳି ନ ଥିବା ବେଳେ ଏହି ରାସ୍ତା ନିର୍ମାଣ ହେଲେ ଯୋଡ଼ା, ବଡ଼ବିଲ, ଶୁଆକାଟି ଖଣି ଅଞ୍ଚଳରୁ ସିଧାସଳଖ ପାରାଦୀପ ବନ୍ଦରକୁ ଲୁହାପଥର ପରିବହନ ସୁରୁଖରେ ହୋଇପାରିବ ବୋଲି ମତପ୍ରକାଶ ପାଉଛି।
ଦୀର୍ଘ ପ୍ରାୟ ୮୮ କି.ମି.ରାସ୍ତା ଏନ୍‌ଏଚ୍‌ ୭୨୦ରେ ନାମିତ ହେବ। ଏହି ରାସ୍ତାରେ ଯାତାୟାତ ସୁବିଧା ପାଇଁ ୨ଟି ସ୍ଥାନରେ ଫ୍ଲାଇ ଓଭର ହେବା ସହ ୨ ଟି ସ୍ଥାନରେ ଗାଡି ଯାତାୟାତ ପାଇଁ ଅଣ୍ଡରପାସ ନିର୍ମାଣ ହେବ। ସେହିପରି ୨ଟି ସ୍ଥାନରେ ଗୋଟିଏ ପାର୍ଶ୍ୱରୁ ଅପରପାର୍ଶ୍ୱକୁ ହାଲୁକା ଯାନ ଚଳାଚଳ ପାଇଁ ଅଣ୍ଡରପାସ ଏବଂ ୧୮ ଟି ସ୍ଥାନରେ ଛୋଟ ଯାନ ଯାତାୟାତକୁ ମିଶାଇ ସମୁଦାୟ ୨୮ଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେବ। ସେହିପରି ଏହି ରାସ୍ତାରେ ୪ଟି ବଡ ପୋଲ, ୮ଟି ଛୋଟ ପୋଲ ନୂଆ ଭାବେ ନିର୍ମାଣ ହେବ। ସେହିପରି ୨ ଛୋଟ ପୋଲକୁ ପ୍ରଶସ୍ତିିକରଣ କରାଯିବ। ଏହା ଛଡା ୧୪୫ ନୂଆ କଲଭର୍ଟ ନିର୍ମାଣ ହେବ। ଏହାଛଡ଼ା ୫ଟି କଲଭର୍ଟର ପ୍ରଶସ୍ତିିକରଣ କରାଯିବ ବୋଲି ଏକ ରିପୋର୍ଟରୁ ଜଣାପଡିଛି ା
ଏହି ରାସ୍ତା ଏନ୍‌ଏଚ୍‌ ୨୦ (ପାଣିକୋଇଲି-ରିମୁଳି)ର ଶିରିଶପାଳ (ବାଇପାସ୍‌) ଗ୍ରାମରୁ ହରିଚନ୍ଦନପୁର, ବ୍ରାହ୍ମଣୀପାଳ ଦେଇ ଡୁବୁରି – ଚଣ୍ଡିଖୋଲ ରାସ୍ତାର କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନା ସୀମା ପର୍ଯ୍ୟନ୍ତ ୮୮ କି.ମି.୨୦୦ ମିଟର ଦୀର୍ଘ ନିର୍ମାଣ ହେବ ବୋଲି ଜଣାପଡିଛି। ତେବେ କେନ୍ଦୁଝର ଜିଲାରେ ପୂର୍ବରୁ ଏନ୍‌ଏଚ୍‌ ୨୦, ଏନ୍‌ଏଚ୍‌ ୪୯ ଆଦି ନିର୍ମାଣରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିଲେ ହେଁ ଅଦ୍ୟାବଧି ସେସବୁର ଭରଣା ପାଇଁ ବନୀକରଣ ହୋଇ ନ ଥିବା ବେଳେ ଏହି ରାସ୍ତା ନିର୍ମାଣ ହେଲେ ବହୁ ଅଧିକ ଜଙ୍ଗଲ ନଷ୍ଟ ହେବାକୁ ଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଉକ୍ତ ରାସ୍ତା ପାଇଁ ବହୁ ପୁରୁଣା ବଡ଼ ବଡ଼ ମୂଲ୍ୟବାନ ଗଛ କଟିବା ଫଳରେ ଜିଲାରେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି ା ଯାହାର ପରିଣାମ ଜିଲାବାସୀ ଭୋଗୁଛନ୍ତି। ସେହିପରି ସମଗ୍ର ରାସ୍ତାପାର୍ଶ୍ୱରେ ବନୀକରଣ କରାଯିବା ବ୍ୟବସ୍ଥା ଥିବାବେଳେ ହେଉ ନ ଥିବାରୁ ଅସନ୍ତୋଷ ବଢୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri