Posted inଜାତୀୟ

ଦୋହଲିଲା ମୂଳଦୁଆ

ଚମୋଲି/ନୂଆଦିଲ୍ଲୀ,୧୪ା୧: ଉତ୍ତରାଖଣ୍ଡର ଚମୋଲି ଜିଲା ଜୋଷୀମଠର ମୂଳଦୁଆ ଦୋହଲିଯାଇଛି। ଗତ ଡିସେମ୍ବର ୨୭ରୁ ଜାନୁୟାରୀ ୮ ତାରିଖ (ମାତ୍ର ୧୨ ଦିନ) ଭିତରେ ଏହି ଧର୍ମନଗରୀ ୫.୪ ସେଣ୍ଟିମିଟର ଦବିଯାଇଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ନ୍ୟାଶନାଲ ରିମୋଟ ସେନ୍ସିଂ ସେଣ୍ଟର ପକ୍ଷରୁ ସଦ୍ୟ ଜାରି ଉପଗ୍ରହ ଚିତ୍ରରୁ ଏହି ବିଷୟ ସ୍ପଷ୍ଟ ହୋଇଛି।
ହିମାଳୟ ପାଦଦେଶରେ ଥିବା ଲୋକପ୍ରିୟ ତୀର୍ଥସ୍ଥଳୀ ବଦ୍ରିନାଥର ପ୍ରବେଶପଥ ଭାବେ ଜଣାଶୁଣା ଜୋଷୀମଠର ରାସ୍ତାଘାଟ, ଘର କାନ୍ଥ ଓ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକରେ ଲଗାତର ଭାବେ ଫାଟ ସୃଷ୍ଟି ହେବା ଏବଂ ଏହାର ବ୍ୟବଧାନ ବଢ଼ିଚାଲିବା ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଇସ୍ରୋ ନିଜ ରିପୋର୍ଟରେ ଦର୍ଶାଇଛି ଯେ ଜାନୁୟାରୀ ୨ରେ ହୋଇଥିବା ଭୂସ୍ଖଳନ ଯୋଗୁ ସେଣ୍ଟ୍ରାଲ ଜୋଷୀମଠ ଭୂମି ତଳକୁ ଖସିଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଭାରତୀୟ ସେନାର ହେଲିପ୍ୟାଡ୍‌ ଓ ଏକ ମନ୍ଦିର ରହିଛି। ଭୂସ୍ଫଳନର ମୁଖ ୨,୧୮୦ ମିଟର ଉଚ୍ଚତାରେ ଥିବା ଜୋଷୀମଠ-ଅଉଲି ରୋଡ୍‌ରେ ଅବସ୍ଥିତ। ମହାକାଶ ସଂସ୍ଥା ଗବେଷଣାରୁ ଆହୁରି ଜାଣିବାକୁ ପାଇଛି ଯେ ଜୋଷୀମଠ ସହର ନିମ୍ନକୁ ଖସିବା ହାର ପୂର୍ବ ମାସଗୁଡ଼ିକରେ ଅତି କମ୍‌ ଥିଲା। ୨୦୨୨ ଏପ୍ରିଲରୁ ନଭେମ୍ବର (୭ ମାସ) ମଧ୍ୟରେ ଏହା ୯ ସେ.ମି. ଡୁବିଥିଲା। କାର୍ଟେସାଟ୍‌-୨ଏସ୍‌ ସାଟେଲାଇଟ୍‌ ଜରିଆରେ ଏହି ଚିତ୍ର ସଂଗୃହୀତ ହୋଇଛି। ସଟେଲାଇଟ୍‌ ସର୍ଭେ ପରଠୁ ୪,୦୦୦ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ୬୭୮ ଘରକୁ ବିପଦସଙ୍କୁଳ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଭୂସ୍ଫଳନ ପାଇଁ ସ୍ଥାନୀୟ ଲୋକେ ଓ ବିଶେଷଜ୍ଞମାନେ ଅଣଯୋଜନାବଦ୍ଧ ତଥା ଅବାଧ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣକୁ ଦାୟୀ କରିଛନ୍ତି। ବିଶେଷକରି ପାହାଡ଼ ଉପରେ ନିର୍ମାଣାଧୀନ ଏକ ପାଓ୍ବାର ପ୍ଲାଣ୍ଟରେ ଚାଲିଥିବା ବ୍ଲାଷ୍ଟିଂ ଓ ଡ୍ରିିଲିଂ ଯୋଗୁ ଏପରି ହେଉଥିବା ସେମାନେ କହିଛନ୍ତି। ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ୍‌ (ଏନ୍‌ଟିପିସି) ପକ୍ଷରୁ ତପୋବନ ବିଷ୍ଣୁଗଡ଼ରେ ୪X୧୩୦ ମେଗାଓ୍ବାଟ୍‌ ବିଶିଷ୍ଟ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୨୦୦୬ରୁ ନିର୍ମାଣାଧୀନ ଥିବା ୧୨ କି.ମି. ଲମ୍ବର ଏକ ଟନେଲ ଯୋଗୁ ଭୂସ୍ଫଳନ ହେଉଥିବା ଅଭିଯୋଗ ହୋଇଛି। ୮ଟି ସଂସ୍ଥା ମିଳିତ ଭାବେ ଏହାର ଯାଞ୍ଚ କରିବେ। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ଏନ୍‌ଟିପିସିର ଟନେଲ ନିର୍ମାଣ କାର୍ଯ୍ୟ ଜୋଷୀମଠ ସହରରୁ ୧.୧ କି.ମି. ଦୂରରେ ଚାଲିଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ଶକ୍ତି ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri