ନୀରୋଗ ଜୀବନର ସୂତ୍ର ‘ଗୋମୂତ୍ର’

ବନ୍ତଳା, ୧୯ା୭ (ଦିନେଶ ଦେହୁରୀ): ସାଧାରଣତଃ କ୍ଷୀର ପାଇଁ ଅନେକେ ଗୋପାଳନ କରୁଛନ୍ତି। ସେମାନେ ଜାଣିନାହାନ୍ତି ଗୋ ସମ୍ପଦର ଅଧିକ ବ୍ୟବହାର କି ଉପକାର। ସେଥିପାଇଁ ଗୋମୂତ୍ର ଓ ଗୋବରକୁ ବର୍ଜ୍ୟ ଦୃଷ୍ଟିରେ ଦେଖାଯାଉଛି। କିନ୍ତୁ ଏହି ବର୍ଜ୍ୟ ଯେ ନୀରୋଗ ଜୀବନର ଏକ ବଡ଼ ସୂତ୍ର ସେ ସମ୍ପର୍କରେ ଉଚିତ ଜ୍ଞାନ ଲୋକଙ୍କୁ ଦିଆଯାଉନାହିଁ। ହେଲେ ଏ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଅଶୋକ ଦାସ(୫୦)। ଦୀର୍ଘବର୍ଷ ହେଲା ନିଜେ ୩୦ରୁ ଅଧିକ ଗୋ ପାଳନ କରିବା ସହ ଊର୍ଦ୍ଧ୍ୱପାତନ ପ୍ରଣାଳୀରେ ଗୋମୂତ୍ରରୁ ଔଷଧ ପ୍ରସ୍ତୁତ କରୁଛନ୍ତି। ଗୋବରରୁ ମଶା ଧୂପ, ଦନ୍ତ ମଞ୍ଜନ, ବାସନମଜା ପାଉଡର ତିଆରି କରୁଛନ୍ତି। ତାଙ୍କ ଦ୍ୱାରା ଆଦୃତ ପୁରାତନ ପଦ୍ଧତି କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଗଁା ଗଁା ବୁଲି ଲୋକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
ଅଶୋକଙ୍କ କହିବା ଅନୁଯାୟୀ, ଜୀବଜଗତର ସୁରକ୍ଷା ପାଇଁ ସେ ପିଲା ଦିନରୁ ଲକ୍ଷ୍ୟ ରଖିଛନ୍ତି। ୧୯୯୨ରେ ନରସିଂହପୁର କଲେଜରୁ ବିଏ ପାସ୍‌ କରିବା ପରେ ଓଡ଼ିଆରେ ଏମ୍‌ଏ କରିଛନ୍ତି। ହିନ୍ଦୀରେ ରତ୍ନ, ବୃନ୍ଦାବନରେ ସଂସ୍କୃତ ଭାଗବତ ଶିକ୍ଷା କରିଛନ୍ତି। କାଞ୍ଚିପୁରମ ପଞ୍ଚଗବ୍ୟ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିପ୍ଲୋମା କରିଛନ୍ତି। ଗୋ ସମ୍ପଦ ଦ୍ୱାରା ବହୁ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷାଲାଭ କରିବା ପରଠାରୁ କାର୍ଯ୍ୟାରମ୍ଭ କରିଛନ୍ତି। ବନ୍ତଳା ନାରଣପୁର ଅଞ୍ଚଳରେ ୧ ଏକର ଜାଗା କିଣି ଗୋପାଳନ କରୁଛନ୍ତି। ଏବେ ତାଙ୍କ ନିକଟରେ ୩୦ରୁ ଅଧିକ ଗାଈ ରହିଛନ୍ତି। ଦୈନିକ କ୍ଷୀର, ଘିଅ ବିକ୍ରି କରିବା ସହ ପୁରାତନ ଊର୍ଦ୍ଧ୍ୱପାତନ ପ୍ରଣାଳୀରେ ଗୋମୂତ୍ରରୁ ଅର୍କ ପ୍ରସ୍ତୁତି କରି ଲିଟର ପିଛା ୩୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏଥିପାଇଁ ସେ ବୃନ୍ଦାବନ, ପୁରୀ, ଅଯୋଧ୍ୟାରୁ ତାଲିମ ନେଇଛନ୍ତି। ଗୋମୂତ୍ରରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧ ଶକ୍ତି ଥିବାରୁ ଏହା ମଣିଷ ଶରୀରକୁ ନୀରୋଗ ରଖିପାରିବ। ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗ ଭଲ କରିପାରିବ। ତେଣୁ ଗୋ ମୂତ୍ର ସଂଗ୍ରହ କରି ସେ ୧୬ ପ୍ରକାର ଔଷଧ ତିଆରି କରି ଗୋ ସୁରକ୍ଷା ସମିତି, ଗଁା ବୈଦ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି। ସେହିପରି ଗୋବରରୁ ସାର ଓ ଗ୍ୟାସ୍‌ ଉତ୍ପାଦନ କରୁଛନ୍ତି। ଧୂପକାଠି, ମଶା ଧୂପ, ଦନ୍ତ ମଞ୍ଜନ, ବାସନମଜା ପାଉଡର ପ୍ରସ୍ତୁତ କରୁଛନ୍ତି। ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଫସଲରେ ମାତ୍ରାଧିକ ସାର, କୀଟନାଶକ ପ୍ରୟୋଗ ଯୋଗୁ ଖାଦ୍ୟ ଆଉ ସ୍ବାସ୍ଥ୍ୟ ଉପଯୋଗୀ ହୋଇନାହିଁ। ଏଥିପାଇଁ ମଣିଷ ଅଳ୍ପଦିନରେ ରୋଗଗ୍ରସ୍ତ ହୋଇପଡ଼ୁଛି। ତେଣୁ ଗୋ ବର୍ଜ୍ୟ ଦ୍ୱାରା କିପରି ପରିବେଶକୁ ସୁରକ୍ଷା ଦେବା ସହିତ ମଣିଷକୁ ନୀରୋଗ ରଖାଯାଇପାରିବ ସେଥିପାଇଁ ଗୋବର ଓ ଗୋମୂତ୍ର ବ୍ୟବହାର କରି ସେ ଫସଲ ଉତ୍ପାଦନ କରୁଛନ୍ତି। ଗୋ ସମ୍ପଦର ଏହି ବ୍ୟବହାର ସମ୍ପର୍କରେ ଗୁଳାଗଡ଼ିଆ, ତୁମୁଣି, ଟାଇଁସି, ତଳଗଡ଼, ଗୋପାଳପୁର, ଗଡ଼ତଇଳା, କୋରଡା ଆଦି ଗ୍ରାମର ଚାଷୀମାନଙ୍କୁ ଏକ ବର୍ଷ ହେଲା ପ୍ରଶିକ୍ଷଣ ଦେଉଥିବା ଅଶୋକ ପ୍ରକାଶ କରିଛନ୍ତି।
ଅଶୋକଙ୍କ ଏହି ଉଦ୍ୟମ ସମ୍ପର୍କରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ର ନୂତନର ଆୟୁଷ ଡାକ୍ତର ବିଜୟ କୁମାର ପ୍ରଧାନ କହିଛନ୍ତି, ଗୋମୂତ୍ର ଅର୍କ ଦ୍ୱାରା ମଣିଷର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ବିଭିନ୍ନ ଚେରମୂଳିର ମିଶ୍ରଣ କରାଯାଇ ଆୟୁର୍ବେଦିକ ଉପଚାରରେ ଲଗାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri