ଏନ୍‌ଏଚ୍‌ରେ ୨ ଘଣ୍ଟା ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ବୁଧବାର ରାତିରେ ରାସୋଳ ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି କରିଥିବାବେଳେ ଶନିବାର ସକାଳେ ୫୫ନମ୍ବର ଜାତୀୟ ରାଜପଥର ୨ସ୍ଥାନରେ ହାତୀଙ୍କ ଉପସ୍ଥିତି ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକ ନିମିଧା ଗ୍ରାମ ନିକଟ ଜଙ୍ଗଲରୁ ଏକ ପଲରେ ୧୬ ହାତୀ ୫୫ନଂ. ଜାତୀୟ ରାଜପଥର ହଳଦିଆବାହାଳଠାରେ ଦୀର୍ଘସମୟ ଧରି ଛିଡ଼ାହୋଇ ରହିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ହାତୀପଲ ଚଳପ୍ରଚଳକୁ ନେଇ ରାଜପଥ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ବନ କର୍ମଚାରୀ ପହଞ୍ଚତ୍ ହାତୀଙ୍କୁ ଘଉଡ଼ାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ରାଜପଥ ପାର୍ଶ୍ୱ ଦେଇ ବ୍ରାହ୍ମଣୀ ନଦୀ ପଠାକୁ ପଳାଇଯାଇଥିବା ଉକ୍ତ ହାତୀପଲ ସନ୍ଧ୍ୟାରେ ନିମିଧା ଜଙ୍ଗଲକୁ ଫେରିଛନ୍ତି। ସେହିପରି ସଦର ରେଞ୍ଜ୍‌ ରସାସିଂହ ଏବଂ ମହାଦିଆ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତାହାତୀ ବାରମ୍ବାର ୫୫ନଂ. ଜାତୀୟ ରାଜପଥ ଉପରକୁ ଚାଲି ଆସି ଛିଡ଼ା ହୋଇ ରହୁଥିବା ଦେଖିବାକୁ ମିଳିଛି। ଉକ୍ତ ଦନ୍ତା ରେଙ୍ଗାଳି ଦକ୍ଷିଣପାର୍ଶ୍ୱ କେନାଲ ନିକଟରେ ଚଳପ୍ରଚଳ କରୁଛି। ହାତୀଟି ଉଗ୍ର ସ୍ବଭାବର ହୋଇଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନା ପାଇ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ହାତୀ ଉପରେ ନଜର ରଖିଛନ୍ତି। ଦୀର୍ଘଦିନ ଅନ୍ତରାଳରେ ଜାତୀୟ ରାଜପଥରେ ଏପରି ହାତୀ ଉପଦ୍ରବ ବନ ବିଭାଗର ଚିନ୍ତା ବଢ଼ାଇଛି।

ସମସ୍ୟା ସମାଧାନ କରିବ ଅଣ୍ଡରପାସ୍‌
ହାତୀପଲ ଦିନତମାମ ଖାଦ୍ୟ ଖାଇଥାନ୍ତି। ସନ୍ଧ୍ୟାହେଲେ ବ୍ରାହ୍ମଣୀ ନଦୀକୁ ପାଣି ପିଇବାକୁ ଯାଇଥାନ୍ତି। ଜାତୀୟ ରାଜପଥ ସଂଲଗ୍ନ ଜଙ୍ଗଲରେ ରହୁଥିବାରୁ ହାତୀପଲକୁ ଏନ୍‌ଏଚ୍‌ ପାର୍‌ ହେବାକୁ ପଡ଼ିଥାଏ। ସମସ୍ୟାର ସମାଧାନ ପାଇଁ ୫୫ନଂ. ଜାତୀୟ ରାଜପଥ ନିର୍ମାଣ ସମୟରେ ହାତୀ ଯାତାୟାତ ଲାଗି ଅଣ୍ଡରପାସ୍‌ ବ୍ୟବସ୍ଥା କରାଯାଉଛି। ହଳଦିଆବାହାଳଠାରେ ମଧ୍ୟ ଅଣ୍ଡରପାସ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।
– ପ୍ରଦ୍ୟୁମ୍ନ ରଥ,
ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ

ଗତିବିଧି ଉପରେ ନଜର ରଖାଯାଇଛି
ଦୀର୍ଘଦିନ ପରେ ନିମିଧା ଜଙ୍ଗଲରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଏଠାରେ ୧୬ଟି ହାତୀ ଦଳବଦ୍ଧ ହୋଇ ରହୁଛନ୍ତି। ସେମାନେ ସକାଳୁ ଜଙ୍ଗଲରୁ ବାହାରି ୫୫ନଂ. ଜାତୀୟ ରାଜପଥ ପାର ହୋଇ ବ୍ରାହ୍ମଣୀ ନଦୀ ଅବବାହିକା ଅଞ୍ଚଳକୁ ଯାଉଛନ୍ତି। ନଦୀ ସଂଲଗ୍ନ ଅଞ୍ଚଳରୁ ସନ୍ଧ୍ୟାରେ ବାହାରି ରାଜପଥ ପାର ହୋଇ ଜଙ୍ଗଲକୁ ଫେରୁଛନ୍ତି। ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଲୋକଙ୍କୁ ସତର୍କ କରାଯିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି।
– ସୁବାସ ଚନ୍ଦ୍ର ସାହୁ,
ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର


Enter your email to get our daily news in your inbox.

All Right Reserved By Dharitri.Com

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?