ଲୋନ୍‌ ନାଁରେ ୭୫ ଲକ୍ଷ ଟଙ୍କା ଚଳୁ କରିଛନ୍ତି ପୂର୍ବତନ ମ୍ୟାନେଜର, ଥାନାରେ ମାମଲା

ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁରର ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ଛତ୍ରପୁର ଶାଖାରେ ଲୋନ୍‌ ନାଁରେ ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ପୂର୍ବତନ ମ୍ୟାନେଜର ଚଳୁ କରିଛନ୍ତି। ଏ ନେଇ ଛତ୍ରପୁର ଥାନା ଏକ ମାମଲା ରୁଜୁ ହୋଇଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍‌ ବେଳେ ଏହା ସାମ୍ନାକୁ ଆସିଛି। ପୂର୍ବତନ ମ୍ୟାନେଜର ଦେବାଶିଷ ପଟ୍ଟନାୟକ ଗତ ବର୍ଷ ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଛତ୍ରପୁର ଶାଖାରେ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ ସେହି ସମୟରେ ମୃତ ବ୍ୟକ୍ତି ନକଲି କାଗଜ ପତ୍ର ତିଆରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏଭଳି ନକଲି କାଗଜ ପତ୍ର କରି ୭୫ ଲକ୍ଷ ୬୬ ହଜାର ଟଙ୍କା ହଡ଼ପ କରିନେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିସିସି ବ୍ୟାଙ୍କ ସମ୍ପାଦକ ଏବଂ ଶାଖା ପରିଚାଳକ ଭରତ କୁମାର ସାହୁ ଛତ୍ରପୁର ଥାନାରେ ଏତେଲା ଦେଇଛନ୍ତି। ଅଭିଯୋଗ ଆସିଥିବା ଦେବାଶିଷ ପଟ୍ଟନାୟକ ବିଜିପୁର ଶାଖାରେ ଟଙ୍କା ହଡ଼ପ ମାମଲାରେ ବର୍ତ୍ତମାନ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି
କିଛି ଦିନ ତଳେ ବିଜିପୁର ଶାଖାରେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ସମସ୍ତ କାରବାର ନେଇ ଅଡିଟ୍‌ବ୍ୟାଙ୍କ ବାଲାନ୍ସ ସିଟ୍‌ରେ ଫରକ ଦେଖିବାକୁ ମିଳିଥିଲା। ପ୍ରାୟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା କମ୍‌ ରହିଥିଲା । ଏହାର ତଦନ୍ତ ପରେ ଜଣା ପଡ଼ିଥିଲା ବିଭିନ୍ନ ଲୋନ୍‌ ନାଁରେ ମିଥ୍ୟା କାଗଜପତ୍ର କରି ମୋଟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ହେର୍‌ଫେର୍‌ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଅଧିକ ଖୋଳତାଡ଼ କରିବା ସେହି ସମୟରେ ବ୍ୟାଙ୍କରେ ଦାୟିତ୍ୱରେ ରହିଥିବା ଶାଖା ପରିଚାଳକ ମୁଖ୍ୟ ଅଭିଯୁକ୍ତ ଦେବାଶିଷ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀଙ୍କ ବ୍ୟାଙ୍କ ଆଇ.ଡି ବ୍ୟବହାର କରି ଏହିପରି ବ୍ୟାଙ୍କ ଅର୍ଥ ହେର୍‌ଫେର୍‌ କରିଥିଲେ ଏହାପରେ ଦେବାଶିଷଙ୍କୁ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ୩୧ରେ ସସ୍‌ପେଣ୍ଡ୍‌ କରାଯାଇଥିଲା । ଦେବାଶିଷଙ୍କ ସମେତ ୩ ଜଣଙ୍କ ନାଁରେ ଜାନୁଆରୀ ୧୭ରେ ଥାନାରେ ଏତଲା ଦିଆଯାଇଥିଲା। ସେଥିରୁ ଦେବାଶିଷଙ୍କ ସମେତ ଦୁଇଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ତେବେ ଛତ୍ରପୁର ଶାଖାରେ ଏଭଳି ହେର୍‌ଫେର୍‌ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଚଲାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?