Posted inଜାତୀୟ

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା ରାଣେଙ୍କୁ ଟିକେଟ ଦେଇଛି। ଏହି ପ୍ରସଙ୍ଗ ଗୋଆ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ଗୋଆରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ ଡିସେମ୍ବରରେ ୮୭ ବର୍ଷୀୟ ପୁରୁଖା ନେତା ପ୍ରତାପସିଂ ରାଣେଙ୍କୁ ଦଳ ପୋରିଏମ୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଥିଲା। ଗତ ସପ୍ତାହରେ ଭାଜପା ପକ୍ଷରୁ ତାଙ୍କ ବୋହୂ ଦିବ୍ୟା ବିଶ୍ୱଜିତ୍‌ ରାଣେଙ୍କୁ ଟିକେଟ ଦିଆଯିବା ପରେ ପ୍ରତାପସିଂ ଆଉ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ନିଜ ବୋହୂଙ୍କୁ ଡରି ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଥିବା ଭୋଟର ଆଲୋଚନା କରୁଛନ୍ତି। ତେବେ ପ୍ରତାପସିଂ କହିଛନ୍ତି, ପାରିବାରିକ ଚାପ ଯୋଗୁ ନୁହେଁ, ବରଂ ନିଜ ବୟସକୁ ନେଇ ସେ ପଛଘୁଞ୍ଚା ଦେଇଛନ୍ତି। ପୋରିଏମ୍‌ ହେଉଛି ପ୍ରତାପସିଂଙ୍କ ଗଡ଼, ଯେଉଁଠୁ ସେ ୧୧ ଥର ଗୋଆ ବିଧାନସଭାରେ ପ୍ରତିନିଧିତ୍ୱ କରିଛନ୍ତି। ଉକ୍ତ ଆସନରେ ସେ କେବେ ପରାଜିତ ହୋଇନାହାନ୍ତି। ପ୍ରତାପସିଂଙ୍କ ପୁଅ ବିଶ୍ୱଜିତ୍‌ ରାଣେ ହେଉଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ନେତୃତ୍ୱାଧୀନ ଭାଜପା ସରକାରର ଜଣେ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ। ପୂର୍ବରୁ ଜୁନିୟର ରାଣେ ମଧ୍ୟ କଂଗ୍ରେସରେ ଥିଲେ। ତେବେ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ସେ ହାତ ଛାଡ଼ି ପଦ୍ମ ଧରିଥିଲେ।
୧୯୮୭ରୁ ୨୦୦୭ ମଧ୍ୟରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରତାପସିଂ ରାଣେ ପୂର୍ବରୁ କହିଥିଲେ, ସେ ଯେମିତି ବି ହେଉ ନିର୍ବାଚନ ଲଢ଼ିବେ। କଂଗ୍ରେସ ତାଙ୍କ ନାମ ଘୋଷଣା କରିଥିବାରୁ ଓହରିବାର ପ୍ରଶ୍ନ ଉଠୁନାହିଁ। ଏପରି କି ଶନିବାର ମଧ୍ୟ ପଣଜୀର ଏକ ହୋଟେଲରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ବେଳେ ସେ ଉପସ୍ଥିତ ଥିଲେ। ଦୀର୍ଘ ୪୫ ବର୍ଷ ଧରି ପୋରିଏମ୍‌ ଆସନକୁ ନିଜ ଦଖଲରେ ରଖିଥିବା ପ୍ରତାପସିଂ ଏବେ ବୋହୂଙ୍କ ପାଇଁ ହଟିଯାଇଥିବାରୁ କଂଗ୍ରେସ ପାଇଁ ଏହା ଶକ୍ତ ଧକ୍କା ବୋଲି କୁହାଯାଉଛି। କଂଗ୍ରେସ ନେତା ପି. ଚିଦାମ୍ବରମ୍‌ କହିଛନ୍ତି, ପୋରିଏମ୍‌ ଆସନ କହିଲେ ପ୍ରତାପସିଂ ରାଣେଙ୍କୁ ବୁଝାଏ। ଏଥର ମଧ୍ୟ ଆମେ ତାଙ୍କୁ ପ୍ରାର୍ଥୀ କରିଥିଲୁ। ଯଦି ସେ ନ ଲଢ଼ନ୍ତି ତେବେ ତାଙ୍କ ବିକାଶମୂଳକ କାର୍ଯ୍ୟ ଆଗକୁ ନେବା ଭଳି ଜଣେ ନେତାଙ୍କ ନାମ ପ୍ରସ୍ତାବ ଦିଅନ୍ତୁ ବୋଲି ଅନୁରୋଧ କରିଥିଲୁ। ତାଙ୍କ ପଛଘୁଞ୍ଚା ଆମକୁ ନିରାଶ କରିଛି। ପ୍ରକାଶ ଯେ, ଏହି ଆସନରେ ଭାଜପା ବାପାଙ୍କ ବିରୋଧରେ ପୁଅ ବିଶ୍ୱଜିତ୍‌ଙ୍କୁ ଲଢ଼େଇବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏପରି କି ବାପା ସସମ୍ମାନେ ରାଜନୀତିରୁ ସନ୍ନ୍ୟାସ ନିଅନ୍ତୁ ବୋଲି ବିଶ୍ୱଜିତ୍‌ ମଧ୍ୟ କହୁଥିଲେ। ହେଲେ ପ୍ରତାପସିଂ ପୁଅ ବିରୋଧରେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ଥିଲେ। ଏଥିଯୋଗୁ ଭାଜପା ବିଶ୍ୱଜିତ୍‌ଙ୍କୁ ପଡ଼ୋଶୀ ଭାଲପୋଇ ଆସନରେ ଟିକେଟ ଦେଇ ତାଙ୍କ ଡାକ୍ତରାଣୀ ସ୍ତ୍ରୀ ଦିବ୍ୟାଙ୍କୁ ପୋରିଏମ୍‌ରୁ ଛିଡ଼ା କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri